ମିଳୁନି ଟୋକନ

ପଞ୍ଜୀକୃତ ଚାଷୀଙ୍କୁ ଟୋକନ ପ୍ରଦାନରେ ଅବ୍ୟବସ୍ଥା ଯୋଗୁ ଅନୁଗୋଳ ଜିଲାରେ ଧିମେଇଛି ଧାନକିଣା। ମଣ୍ଡି ଖୋଲିବାର ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଧାର୍ଯ୍ୟଲକ୍ଷ୍ୟର ଅଧା ବି ଧାନ କିଣା ହୋଇନି। କେତେଜଣ ଚାଷୀଙ୍କୁ ନିୟମିତ ବ୍ୟବଧାନରେ ତଥା ପର୍ଯ୍ୟାୟ କ୍ରମେ ଟୋକନ ମିଳୁଥିବା ବେଳେ ଆହୁରି ବହୁ ଚାଷୀ ଅଦ୍ୟାବଧି ଟୋକନକୁ ଅପେକ୍ଷା କରି ରହିଛନ୍ତି। ଫଳରେ ସେମାନେ ଧାନ ବିକ୍ରି କରିବାରେ ସମସ୍ୟାରେ ପଡ଼ୁଛନ୍ତି। ଏହାର ସମାଧାନ ଶୀଘ୍ର କରିବା ପରିବର୍ତ୍ତେ ଜିଲା ଯୋଗାଣ ବିଭାଗ ହାତ ଟେକିଦେଇଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଧାନ ବିକ୍ରିକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ସରକାର ପ୍ରଥମ ଥର ପାଇଁ ଟୋକନ୍‌ ବ୍ୟବସ୍ଥା କରିଛନ୍ତି। ମାତ୍ର ଏହି ବ୍ୟବସ୍ଥା ବ୍ୟବସ୍ଥିତ ଢଙ୍ଗରେ ହେଉ ନ ଥିବାରୁ ଚାଷୀ ଧାନ ବିକ୍ରି କରିବାରେ ହଇରାଣ ହେଉଛନ୍ତି। ବିଲରୁ ଧାନ ଅମଳ କରିବାର ପ୍ରାୟ ୨ ମାସ ବିତିଯାଇଥିବାବେଳେ ମଣ୍ଡିରେ ରଖିବା ପାଇଁ ଜାଗା ନାହିଁ। ଫଳରେ ଖୋଲା ଆକାଶତଳେ କାକର, ବର୍ଷାରେ ପଡ଼ିରହି ଧାନ ଅନେକ ସମୟରେ ଭିଜିଯାଉଥିବା ଦେଖାଯାଉଛି। ଏପରି ସ୍ଥିତିରେ ଶୀଘ୍ର ଧାନ ବିକ୍ରି କରିବାକୁ ଚାଷୀ ଚାହଁୁଥିଲେ ବି ଟୋକନ ନ ମିଳିବା ସମସ୍ୟାକୁ ବଢ଼ାଇ ଦେଉଛି। ଖାସ୍‌ ଏହି କାରଣରୁ ଡିସେମ୍ବର ୧୬ରେ ଖୋଲାଯାଇଥିବା ମଣ୍ଡିରେ ଧାନ ବିକ୍ରି କରିବାକୁ ୨୬ ହଜାର ୮୬୦ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବାବେଳେ ଏ ପର୍ଯ୍ୟନ୍ତ ମାତ୍ର ୧୨ ହଜାର ୯୦୯ ଜଣ ୪ ଲକ୍ଷ ୯୬ ହଜାର କୁଇଣ୍ଟାଲ ଧାନ ବିକ୍ରି କରିପାରିଛନ୍ତି। ମଣ୍ଡି ଆରମ୍ଭରୁ ବାରମ୍ବାର ଟୋକନ୍‌ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତେବେ ଚାଷୀଙ୍କ ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ମେଳ ଖାଉ ନ ଥିବାରୁ ଟୋକନ ଆସିପାରୁ ନ ଥିବା କୁହାଯାଉଛି। ଜିଲା ଯୋଗାଣ ବିଭାଗ କହିଛି, ଯେତିକି ଟୋକନ ଆସୁଛି ସେହି ଆଧାରରେ ଧାନ କିଣାଯାଉଛି। ପ୍ରଥମ ପର୍ଯ୍ୟାୟରେ ୭ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ୍‌ ଆସିଥିଲା। ଏବେ ଟାର୍ଗେଟର ୭୫ ପ୍ରତିଶତ କିଣା ସରିଛି। ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟାର୍ଗେଟ ମଗାଯିବ। ଅବଶ୍ୟ ଗତବର୍ଷ ତୁଳନାରେ ଧାନକିଣା ଧିମେଇଛି ତଥାପି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟୋକନ ଅନୁସାରେ ଧାନ କିଣାଯାଉଛି। ପୂର୍ବରୁ ଚାଷୀମାନେ ପ୍ୟାକ୍ସ ସମ୍ପାଦକଙ୍କ ସହ କଥା ହୋଇ ଧାନ ବିକୁଥିଲେ। ହେଲେ ଏହାକୁ ଶୃଙ୍ଖଳିତ କରିବା ପାଇଁ ଟୋକନ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ସମୟ ଲାଗୁଛି। ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଧାନ କିଣାଯିବାକୁ ଥିବାରୁ ଏହାକୁ ନେଇ ବ୍ୟସ୍ତ ନ ହେବାକୁ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।
– ଅମିତ କୁମାର ସାମଲ


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri