ମିଳୁନି ଖାଦ୍ୟ, ଭୋକରେ ଛଟପଟ ଯାଯାବର

ବଲାଙ୍ଗୀର ଅଫିସ, ୩୦ା୩: ବଲାଙ୍ଗୀର ସହର ରେଳଷ୍ଟେଶନ ନିକଟରେ ଉତ୍ତରପ୍ରଦେଶର ପ୍ରାୟ ୪୦ ଜଣ ଯାଯାବର ଅଟକି ରହିଛନ୍ତି । ସେମାନେ ହାତ ମୁଦିର ରଙ୍ଗୀନ ପଥର, ରୁଦ୍ରାକ୍ଷ ବିକ୍ରି କରିବାକୁ ବଲାଙ୍ଗୀର ଆସିଥିଲେ । ଏମାନେ ସହର ଭିତର ବିଭିନ୍ନ ରାସ୍ତକଡରେ ଓ ବୁଲା ବେପାରୀଭାବେ ବ୍ୟବସାୟ କରୁଥିଲେ। ସେଥିରୁ ଯାହା ରୋଜଗାର କରୁଥିଲେ ରେଳଷ୍ଟେଶନ ନିକଟରେ ରହି ଆଶ୍ରୟ ନେଉଥିଲେ । ଲକ୍‌ ଡାଉନ୍‌ ପରେ ଏମାନଙ୍କ ବେପାର ବୁଡି ଯାଇଛି । ଏମାନଙ୍କ ପାଖରେ ଏବେ ଖାଇବାକୁ କିଛି ନାହିଁ । ବିଶେଷକରି ପ୍ରାୟ ୧୦ଜଣ ଛୋଟ ଶିଶୁଙ୍କ କ୍ଷୁଧା ନିବାରଣ ବଡ ସମସ୍ୟା ଭାବେ ଦେଖାଦେଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଅଟକି ରହିଥିବା ଦୁଃସ୍ଥ ଶ୍ରମିକ ଓ ଯାଯାବରଙ୍କୁ ଖାଇବା ଯୋଗାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଲକ୍‌ ଡାଉନ୍‌ର ୪ଦିନ ପରେ ଏହି ଯାଯାବରମାନେ ସ୍ବେଚ୍ଛାସେବୀ ଓ ପ୍ରଶାସନ ପକ୍ଷରୁ କିଛି ଖାଇବା ପାଇ ନ ଥିବା ଜଣାଇଛନ୍ତି । ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏମାନଙ୍କ ଖାଇବା ଦାୟିତ୍ୱ ବହନ କରିବା କଥା । ମାତ୍ର ଏ ଦିଗରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଜଣାପଡିଛି । ଏହି ଯାଯାବରମାନେ କାନ୍ଦି କାନ୍ଦି ଖାଇବାକୁ ମାଗୁଛନ୍ତି, ସେମାନଙ୍କ ଘର ଉତ୍ତରପ୍ରଦେଶ ଲକ୍ଷ୍ନୌ ନିକଟ ବଡବାଙ୍କି ପଠାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ଏନେଇ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପଙ୍କୁ ପଚାରିବାରୁ ସହରରେ ପ୍ରାୟ ୯୦ ଜଣ ଅନ୍ୟ ଅଞ୍ଚଳର ଶ୍ରମିକ ଅଟକି ରହିଥିବା ଜଣାଇଛନ୍ତି । ସେମାନଙ୍କ ପାଇଁ ଜଣ ପିଛା ୫ କେଜି ଚାଉଳ, ୧ କେଜି ଡାଲି, ୨ କେଜି ଆଳୁ, ଅଧ ଲିଟର ସୋରିଷ ତେଲର ଗ୍ରୋସରୀ ପ୍ୟାକ୍‌ କରାଯାଇ ଓ ବଣ୍ଟନ କରାଯାଉଥିବା ସୂଚନା ଦେଇଛନ୍ତି । ତେବେ ଶିଶୁମାନଙ୍କ ପାଇଁ କୌଣସି ଖାଦ୍ୟ ସାମଗ୍ରୀ ଯୋଗାଣ ହେଉ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଇଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୭ ଦିନ ପରେ ଫେରିଲେ ଜୁନିୟର ଇଞ୍ଜିନିୟର

ମାଲକାନଗିରି,୧୭ା୧୧(ଡି.ଏନ୍‌.ଏ.): ବୁଧବାର ମାଓବାଦୀମାନେ ଅପହରଣ କରି ନେଇଥିବା କନିଷ୍ଠଯନ୍ତ୍ରୀ ଅଜୟ ରୋଶନ ଲାକ୍ରାଙ୍କୁ ଛାଡି ଦେଇଛନ୍ତି। ସ୍ବାମୀଙ୍କ ଅପହରଣ ପରେ ତାଙ୍କ ମୁକ୍ତି ପାଇଁ ପ୍ରଶାସନ...

୩ ଦୋକାନ ସିଲ୍‌, ୩୫ ବାଇକ୍‌ ଜବତ: ୨୨ ଜଣଙ୍କ ନାଁରେ ମାମଲା

ସମ୍ବଲପୁର,୬।୪(ବ୍ୟୁରୋ)-କରୋନା ଭୂତାଣୁର ମୁକାବିଲା ଲାଗି ସରକାର କଟକଣା ଜାରି କରିଛନ୍ତି। ଏପ୍ରିଲ ୧୪ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ନିୟମ...

ପାଣି ପାଇଁ ତାତିଲେ ମହିଳା

ଟିଟିଲାଗଡ଼, ୧୬।୯ (ଡି.ଏନ.ଏ.) – ବଲାଙ୍ଗୀର ଜିଲା ଟିଟିଲାଗଡ ସହର ୱାର୍ଡ ନମ୍ବର ୧ ସର୍ଗିଗୁଡାରେ ପାନୀୟ ଜଳ ସମସ୍ୟା ସଙ୍ଗୀନ ରୂପ ନେଇଛି। ବିଭିନ୍ନ...

ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ର ସମୀକ୍ଷା କଲେ ମନ୍ତ୍ରୀ: ସଫଳତା ପାଇଁ ସହଯୋଗର ଆହ୍ବାନ

ପୁରୀ ଅଫିସ/କୋଣାର୍କ(ଡି.ଏନ୍‌.ଏ.) ୨୧।୧୧: କୋଣାର୍କକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ...

ଓଡ଼ିଶାରେ ଚତୁର୍ଥ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୩୧।୩(ବ୍ୟୁରୋ)-ଓଡ଼ିଶାରେ ମଙ୍ଗଳବାର ରାତିରେ ରାଜ୍ୟର ଚତୁର୍ଥ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଛି। ଏହି ସଂକ୍ରମିତ ବ୍ୟକ୍ତି ଜଣେ ୨୯ ବର୍ଷୀୟ ଯୁବକ। ଭଦ୍ରକ ଜିଲାରୁ ଆସୁଥିବା...

ରେଳଧାରଣା କଡରୁ ମିଳିଲା ନବଜାତ ଶିଶୁକନ୍ୟା

ବରଗଡ ଅଫିସ, ୨୨।୧୨: ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇପଡିଛି। ବରଗଡ ଜିଲା ପଦ୍ମପୁରସ୍ଥିତ ଏକ ଡ୍ରେନ ଭିତରୁ ଅଖାରେ ଭର୍ତ୍ତି ନବଜାତ ଶିଶୁକନ୍ୟା ଉଦ୍ଧାର ହେବା...

ବିଦ୍ୟୁତ୍‌ ନେଲା ନାବାଳିକାଙ୍କ ଜୀବନ, ଢୁଢୁଆରେ ଉତ୍ତେଜନା

ଭଞ୍ଜନଗର,୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଢୁଢୁଆରେ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରାଣୀ ନାଇକ...

ଭାସିଗଲା କାଠପୋଲ, ଯୋଗାଯୋଗ ବିଚ୍ଛିନ୍ନ

କୋଟଗଡ଼/କ.ନୂଆଗାଁ/ବାଲିଗୁଡ଼ା, ୮ା୮(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଭାସିଯାଇଛି କାଠପୋଲ। ଲହଡ଼ି ମାରୁଛି ଉଛୁଳା ଜଳ। ନାଳର ଏପାଖ ଲୋକ ସେପାଖକୁ ଯାଇପାରୁଛନ୍ତି ନା ସେପାଖ ଲୋକ ଏପାଖକୁ।...

Advertisement
Archives

Model This Week