ମିଳିଲା କରୋନାଭାଇରସ ଠିକ୍‌ ହେବାର ଚିକିତ୍ସା ପଦ୍ଧତି !

ବେଜିଂ,୧୫।୨: ଚାଇନାରେ କରୋନାଭାଇରସରେ ମୃତ୍ୟୁ ସଂଖ୍ୟା ୧,୫୨୩ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲାଣି ୬୬,୪୯୨ରେ। ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଯାଇଥିବା ବେଳେ ଏବେ ଚାଇନାର ସି ଜିନପିଙ୍ଗ ସରକାର ଏହାକୁ ନେଇ ସବୁଠି ନିନ୍ଦାର ପାତ୍ର ପାଲଟିଗଲେଣି। ଇତିମଧ୍ୟରେ ଏବେ ଏମିତି ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖବର ଆସିଛି କି କରୋନାଭାଇରସ ଠିକ୍‌ କରିବାକୁ ଚାଇନା ସଠିକ୍‌ ଚିକିତ୍ସା ପଦ୍ଧତି ପାଇ ଯାଇଛି। ଦାବି କରାଯାଉଛି କି ଗତବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଚାଇନାରେ ଏହି କରୋନାଭାଇରସ ଦେଖାଦେଇଥିବା ବେଳେ ପ୍ରାୟ ଅଢେଇମାସ ପରେ ଏବେ ଚାଇନା ଏହାର ଚିକିତ୍ସା ପଦ୍ଧତି ପାଇଯାଇଛି। ଚାଇନା ଦାବି କରିଛି କି କରୋନାଭାଇରସରେ ସଂକ୍ରମିତ ରୋଗୀ ଯେଉଁମାନେ ସୁସ୍ଥ ହୋଇଯାଉଛନ୍ତି ସେମାନଙ୍କ ଜରିଆରେ ଅନ୍ୟ ସଂକ୍ରମିତଙ୍କୁ ଚିକିତ୍ସା କରାଯାଇ ପାରିବ। ଚାଇନା ଡେଲିରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ପୁଣିଥରେ ଚାଇନାର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ଲଡ ପ୍ଲାଜମା ଜରିଆରେ ଏହାର ଚିକିତ୍ସା କରାଯିବ ବୋଲି କହିଛି ଚାଇନା। ଏହି ବ୍ଲଡ ପ୍ଲାଜମା ଟ୍ରିଟମେଣ୍ଟ ଉହାନର ୧୦ଜଣ କରୋନାଭାଇରସ ସଂକ୍ରମିତଙ୍କ ପାଖରେ କରାଯାଇଥିବା ବେଳେ ଏମାନେ ସୁସ୍ଥ ହୋଇଥିବା କୁହାଯାଉଛି। ସେମାନଙ୍କ କହିବା କଥା ହେଲା ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ହାଇ ଆଣ୍ଟିବଡି ଥିବାରୁ ଏହା ସଂକ୍ରମିତଙ୍କୁ ଠିକ୍‌ କରିଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ମିଶିଲା ଲା ପାମା ଲାଭା

ଲା ପାମା, ୩୦ା୯: ସ୍ପେନର ଲା ପାଲମା ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ବାହାରିଥିବା ଲାଭା ମଙ୍ଗଳବାର ଆଟ୍‌ଲାଣ୍ଟିକ୍‌ ମହାସାଗରରେ ମିଶିଛି। ଏଥିଯୋଗୁ ସେଠାରୁ ବିଷାକ୍ତ...

ସପ୍ତାହକୁ ୩ ଦିନ ଛୁଟି

ଦୁବାଇ,୯।୧୨: ଆସନ୍ତା ୧ ତାରିଖରୁ ସରକାରୀ କାର୍ଯ୍ୟାଳୟରେ ସପ୍ତାହକୁ ୩ ଦିନ କାମ କରିବାକୁ ପଡ଼ିବ। ଏଭଳି ନିୟମ ସମ୍ପର୍କରେ ଗୁରୁବାର ଘୋଷଣା କରିଛି ସଦର୍ନ...

ଭାକ୍‌ସିନ ନେବା ପରେ ୨ ମାସ ପାଇଁ ଛାଡ଼ିବାକୁ ପଡ଼ିବ ମଦ

ନୂଆଦିଲ୍ଲୀ,୧୦।୧୨- ରୁଷିଆରେ ପ୍ରସ୍ତୁତ ସ୍ପୁଟନିକ ଭି କୋଭିଡ୍‌-୧୯ ଭାକ୍‌ସିନ ନେବା ପରେ ୨ ମାସ ପାଇଁ ମଦ ଛାଡ଼ିବାକୁ ପଡ଼ିବ। ଏ ନେଇ ରୁଷିଆନ ଅଫିସିଆଲ...

ବାଲ୍ୟବିବାହରେ ନିଖୋଜ ଜୀବନ

କାଠମାଣ୍ଡୁ,୧୦।୩: ଜଣେ ସରକାରୀ ଅଫିସର ହେବାକୁ ସ୍ବପ୍ନ ଦେଖୁଥିଲେ ସ୍ବପ୍ନା। ପ୍ରତି ରାତିରେ ଧୂଳିଧୂସରିତ ରାସ୍ତାକଡ଼ରେ ଥିବା କୁଡ଼ିଆ ଭିତରେ ଏହି ୧୭ ବର୍ଷୀୟା ଝିଅ...

୧୭ ଶହ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ରୋମାନ ସମୟର ଶହେ ପାତ୍ର ରହିଛି ସୁରକ୍ଷିତ

ମାଦ୍ରିଦ୍‌,୨୯।୯: ସ୍ପେନ୍‌ର ବେଲେରିକ୍‌ ଦ୍ୱୀପ ନିକଟରେ ସମୁଦ୍ରରେ ୧୭ ଶହ ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ଏଥିରେ ରୋମାନ୍‌ ସମୟର ୨ଶହଟି...

ଆତଙ୍କରେ ଆଫ୍‌ଗାନ ମହିଳା

କାବୁଲ, ୧୯ା୮: ୧୯୮୦ ଦଶକର ଆଫ୍‌ଗାନିସ୍ତାନ ଏବଂ ଏବେକାର ଆଫଗାନିସ୍ତାନ ମଧ୍ୟରେ ଆକାଶ ପାତାଳର ଫରକ। ୩୦-୪୦ ବର୍ଷ ତଳେ ଆଫଗାନ୍‌ ମହିଳାମାନେ ଥିଲେ ଖୁବ୍‌...

ସିଙ୍ଗାପୁରରେ ପ୍ରଥମ କରୋନା ମୃତ୍ୟୁ

ସିଙ୍ଗାପୁର,୨୧।୩: କରୋନା ଭାଇରସ କଥା ଉଠିଲେ ଆପଣାଛାଏଁ ମନକୁ ଆସି ଯାଉଛି ଏଥିରେ ବୃଦ୍ଧି ପାଇଛି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ସାରା ବିଶ୍ୱ ପାଇଁ...

ଆତ୍ମଘାତୀ ବିସ୍ଫୋରଣରେ ୧୦ ନିହତ

କାବୁଲ,୬-୯: କାବୁଲରେ ଗୁରୁବାର ଏକ ଆତ୍ମଘାତୀ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ଥିବା ନାଟୋ ସେନା ମୁଖ୍ୟାଳୟ...

Advertisement


Archives

Model This Week