Posted inଖେଳ

ମିଥାଲି ଭାରତୀୟ ଦଳ ଗୁଡଓ୍ବିଲ୍‌ ଆମ୍ବାସାଡର

ନୂଆଦିଲ୍ଲୀ, ୧୭।୪(ପି.ଟି.)- ଅଭିଜ୍ଞ ମହିଳା କ୍ରିକେଟର ମିଥାଲି ରାଜ ଷ୍ଟ୍ରିଟ୍‌ ଚାଇଲ୍ଡ ଓ୍ବାଲର୍‌ଡ କପ୍‌ ପାଇଁ ଭାରତୀୟ ଦଳର ଗୁଡଓ୍ବିଲ ଆମ୍ବାସାଡର ବା ସଦ୍‌ଭାବନା ରାଜଦୂତ ନିଯୁକ୍ତ ହୋଇଛନ୍ତି। ଭାରତୀୟ ମହିଳା ଦିନିକିଆ ଦଳ ଅଧିନାୟିକା ମିଥାଲି ଓ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମେତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି ଭାରତୀୟ ଦଳକୁ ସମର୍ଥନ ଜଣାଇଛନ୍ତି। ଏ ନେଇ ମିଥାଲି ଖୁସି ଜାହିର କରିଛନ୍ତି। ଭାରତରେ ସଡ଼କ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ୨୦ ଲକ୍ଷ ପିଲା ରହିଛନ୍ତି ଓ ଏମାନେ ଆମ ଦେଶର ଅମୂଲ୍ୟ ସମ୍ପଦ ବୋଲି ମିଥାଲି କହିଛନ୍ତି। ଜଣେ ମହିଳା କ୍ରିକେଟର ହିସାବରେ ଏହି ଟୁର୍ନାମେଣ୍ଟ ଦେଖିବାକୁ ମୁଁ ବ୍ୟଗ୍ର। ଉଭୟ ବାଳକ ଓ ବାଳିକା ଏହି ଟୁର୍ନାମେଣ୍ଡରେ ଅଂଶଗ୍ରହଣ କରିବା ସବୁଠାରୁ ଖୁସିର କଥା ବୋଲି ସେ କହିଛନ୍ତି। ପୂର୍ବରୁ ପିଟିସି ଇଣ୍ଡିଆ ଫାଇନାନ୍ସିଆଲ୍‌ ସର୍ଭିସ ଲିମିଟେଡ ଏହି ଭାରତୀୟ ଦଳକୁ ସମର୍ଥନ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌ ପଡ଼ିଆରେ ବଡ଼ ଅଘଟଣ: ଖେଳାଳିଙ୍କ ବେକରେ ବାଜିଲା ବଲ୍‌, ଯନ୍ତ୍ରଣାରେ ଛଟପଟ ପରେ…ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୧: କ୍ରିକେଟ ପଡ଼ିଆରେ ପ୍ରାୟତଃ ଦୁର୍ଘଟଣା ଘଟେ। ଆଫଗାନିସ୍ତାନ ଓପନର ରହମାନୁଲ୍ଲାହ ଗୁରବାଜ ଏପରି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦…

IPL ୨୦୨୬ପୂର୍ବରୁ CSKକୁ ବଡ଼ ଝଟକା! ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଖେଳାଳି…

ନୂଆଦିଲ୍ଲୀ,୨୩।୧: ଆଇପିଏଲ ନିଲାମ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ବହୁତ ସନ୍ତୁଳିତ ଦେଖାଯାଇଥିଲା। ଫ୍ରାଞ୍ଚାଇଜ ଷ୍ଟାର ଖେଳାଳି ରବିନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସକୁ ବିକ୍ରୟ କରିଥିଲା।…

ପଲାଶ ମୁଛଲଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ: ସ୍ମୃତି ମନ୍ଧାନାଙ୍କ ସାଙ୍ଗ କହିଲେ…

ନୂଆଦିଲ୍ଲୀ,୨୩।୧: ବଲିଉଡ ସଙ୍ଗୀତ ଶିଳ୍ପର ଜଣେ ଜଣାଶୁଣା ନାମ ପଲାଶ ମୁଛଲ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏଥର ଏହା କୌଣସି ଗୀତ କିମ୍ବା ଫିଲ୍ମ…

ହରଭଜନ ସିଂଙ୍କ ଭବିଷ୍ୟବାଣୀ, ଟି-୨୦ରେ ହଇଚଇ ସୃଷ୍ଟି କରିବେ…

ନୂଆଦିଲ୍ଲୀ,୨୩।୧ : ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଜଣ ଖୋଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ ଟି-୨୦ କ୍ରିକେଟରେ ୧୦୦୦ ଛକା ମାରିପାରନ୍ତି ।…

T20 World Cup 2026 ପୂର୍ୱରୁ କ୍ରିକେଟ ଜଗତରେ ହଲଚଲ, ଇସ୍ତଫା ଦେଲେ…

ନୂଆଦିଲ୍ଲୀ,୨୨।୧: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବାବେଳେ, ଇଂଲଣ୍ଡ କ୍ରିକେଟରେ ହଲଚଲ ଦେଖିବାକୁ ମିଳିଛି। ପୁରୁଷ ଜାତୀୟ ଦଳର…

ବିଶ୍ୱକପରୁ ବିଦା ହେଲା ବାଂଲାଦେଶ, ଏହି ଟିମ୍‌କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୨।୧: ବାଂଲାଦେଶ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛି। ନିଷ୍ପତ୍ତି ନେବା ପାଇଁ ଆଇସିସି ବାଂଲାଦେଶକୁ ୨୪ ଘଣ୍ଟା ସମୟ ଦେଇଥିଲା। ଗୁରୁବାର ଢାକାରେ ବିସିବି ଏବଂ ବାଂଲାଦେଶ…

ଭାରତରେ ବିଶ୍ୱକପ ଖେଳିବ ନାହିଁ ବାଂଲାଦେଶ: ଏହି ନିଷ୍ପତ୍ତିରେ କିଏ ଅଧିକ ସହିବ କ୍ଷତି, ଆଇସିସି ନା ବାଂଲାଦେଶ କ୍ରିକେଟ ବୋର୍ଡ?

ନୂଆଦିଲ୍ଲୀ,୨୨।୧: ଭାରତରେ ହେବାକୁ ଥିବା T20 ବିଶ୍ୱକପରୁ ବାଂଲାଦେଶର ଓହରିଯିବା ନିଷ୍ପତ୍ତି କ୍ରୀଡା ଜଗତରେ ହଇଚଇ ସୃଷ୍ଟି କରିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର 24 ଘଣ୍ଟାର ଅଲ୍ଟିମେଟମ…

ବାଂଲାଦେଶ ପରେ ଧମକ ଦେଲା ପାକିସ୍ତାନ, ଟି20 ବିଶ୍ୱକପ୍‌ କରିବ ବୟକଟ୍‌: ରିପୋର୍ଟ

ନୂଆଦିଲ୍ଲୀ,୨୨ା୧: ୨୦୨୬ ଟି20 ବିଶ୍ୱକପ୍‌ ପୂର୍ବରୁ ବିବାଦ ବଢ଼ିବାରେ ଲାଗିଛି। ଭାରତରେ ନ ଖେଳିବା ଜିଦ୍ ରେ ବାଂଲାଦେଶ ବିଶ୍ୱକପରୁ ଓହରିଯିବା ପରେ ପାକିସ୍ତାନ ମଧ୍ୟ ବୟକଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri