Posted inଖେଳ

ମିଥାଲି ଭାରତୀୟ ଦଳ ଗୁଡଓ୍ବିଲ୍‌ ଆମ୍ବାସାଡର

ନୂଆଦିଲ୍ଲୀ, ୧୭।୪(ପି.ଟି.)- ଅଭିଜ୍ଞ ମହିଳା କ୍ରିକେଟର ମିଥାଲି ରାଜ ଷ୍ଟ୍ରିଟ୍‌ ଚାଇଲ୍ଡ ଓ୍ବାଲର୍‌ଡ କପ୍‌ ପାଇଁ ଭାରତୀୟ ଦଳର ଗୁଡଓ୍ବିଲ ଆମ୍ବାସାଡର ବା ସଦ୍‌ଭାବନା ରାଜଦୂତ ନିଯୁକ୍ତ ହୋଇଛନ୍ତି। ଭାରତୀୟ ମହିଳା ଦିନିକିଆ ଦଳ ଅଧିନାୟିକା ମିଥାଲି ଓ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମେତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି ଭାରତୀୟ ଦଳକୁ ସମର୍ଥନ ଜଣାଇଛନ୍ତି। ଏ ନେଇ ମିଥାଲି ଖୁସି ଜାହିର କରିଛନ୍ତି। ଭାରତରେ ସଡ଼କ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ୨୦ ଲକ୍ଷ ପିଲା ରହିଛନ୍ତି ଓ ଏମାନେ ଆମ ଦେଶର ଅମୂଲ୍ୟ ସମ୍ପଦ ବୋଲି ମିଥାଲି କହିଛନ୍ତି। ଜଣେ ମହିଳା କ୍ରିକେଟର ହିସାବରେ ଏହି ଟୁର୍ନାମେଣ୍ଟ ଦେଖିବାକୁ ମୁଁ ବ୍ୟଗ୍ର। ଉଭୟ ବାଳକ ଓ ବାଳିକା ଏହି ଟୁର୍ନାମେଣ୍ଡରେ ଅଂଶଗ୍ରହଣ କରିବା ସବୁଠାରୁ ଖୁସିର କଥା ବୋଲି ସେ କହିଛନ୍ତି। ପୂର୍ବରୁ ପିଟିସି ଇଣ୍ଡିଆ ଫାଇନାନ୍ସିଆଲ୍‌ ସର୍ଭିସ ଲିମିଟେଡ ଏହି ଭାରତୀୟ ଦଳକୁ ସମର୍ଥନ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌: ସିନ୍ଧୁ ଖସିଲେ, କାଶ୍ୟପ ଉଠିଲେ

ନୂଆଦିଲ୍ଲୀ, ୨।୧୦(ପି.ଟି.)- ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ବିଶ୍ୱ ଚାମ୍ପିୟନ ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ତଳକୁ ଖସିଥିବା ବେଳେ ପୁରୁଷ...

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ:ପ୍ରମୋଦଙ୍କୁ ୨ ରୌପ୍ୟ ପଦକ

ଭୁବନେଶ୍ୱର, ୨୨।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଶନିବାର ଶେଷ ହୋଇଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ୨ଟି ରୌପ୍ୟ ପଦକ ପାଇଛନ୍ତି। ସିଙ୍ଗଲ୍ସ...

‘ନିଜ ଖେଳାଳିଙ୍କୁ ସମ୍ମାନ ଦିଅ’

ଦୁବାଇ,୨୬।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ପରାଜିତ ହେବା ପରେ ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କୁ ଅନଲାଇନ୍‌ରେ ପ୍ରବଳ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଛି।...

ପଙ୍ଗପାଳ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଅଭିନେତା ଧର୍ମେନ୍ଦ୍ର

ସମଗ୍ର ଦେଶ କରୋନା ଭାଇରସ ସହ ସଂଘର୍ଷ କରୁଥିବାବେଳେ, ଏହି ସମୟରେ ପୁଣି ଏକ ନୂଆ ସମସ୍ୟା ସାମ୍ନାକୁ ଆସିଛି। ସମସ୍ୟାଟି ହେଉଛି ପଙ୍ଗପାଳ। ରାଜସ୍ଥାନ,...

ଅନେକଗୁଡ଼ିଏ ଚିନ୍ତା ବିପଜ୍ଜନକ ହୋଇପାରେ: ରିଡ୍‌

ଚଳିତି ହକି ବିଶ୍ୱକପର କ୍ୱାର୍ଟର ଫାଇନାଲକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତ ଏହାର ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ଓ୍ବେଲ୍ସ ବିପକ୍ଷରେ ବୃହତ୍‌ ବିଜୟ...

ମହିଳା କ୍ରିକେଟ୍‌: ଭାରତର ସିରିଜ ସୁଇପ୍‌

ଭଦୋଦରା, ୧୪।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ସୋମବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଭାରତ ୬...

ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ବି କରୋନା ଏଣ୍ଟ୍ରି: ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ

ୟୁଏଇ,୨୨।୯: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କରୋନା ପଜିଟିଭ ବୋଲି ଜଣାପଡିଛି। ଫଳରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୬...

ଶୂନରେ ଆଉଟ୍‌ ହେବାପରେ ଡ୍ରେସିଂ ରୁମ୍‌ରେ ଖାଉଥିଲେ ପୃଥ୍ବୀ ଶ’, ଆଉ ତା’ପରେ

ଆଇପିଏଲ୍‌ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ମିଶ୍ରିତ ପ୍ରଦର୍ଶନ ଜାରି ରହିଛି। ଏହି ଟୁର୍ନାମେଣ୍ଟରେ ସେ ୯ଟି ମ୍ୟାଚ ଖେଳି ହାରାହାରି...

Advertisement
Archives

Model This Week