ମିତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମୋଦି ସରକାର ତାଙ୍କ ଦ୍ୱିତୀୟ ପାଳି ପ୍ରାରମ୍ଭରେ କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନାଙ୍କ ପରି ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ରଙ୍କ କାର୍ଯ୍ୟକାଳ ଶେଷ ମୁହୂର୍ତ୍ତରେ ବୃଦ୍ଧିକରିଛନ୍ତି, ଯିଏ କି ମେ ୩୧ ତାରିଖରେ ଅବସର ନେବାର ଥିଲା। ତେବେ ମିତ୍ରଙ୍କ ଅବସର ନିମନ୍ତେ ତାଙ୍କ ସହକର୍ମୀ ବନ୍ଧୁମାନଙ୍କ ଦ୍ୱାରା ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ଚାଲିଥିବା ବେଳେ ମାତ୍ର କେଇଘଣ୍ଟା ପୂର୍ବରୁ ତାଙ୍କୁ ଆଉ ତିନିମାସ ସମ୍ପ୍ରସାରଣ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯେଉଁମାନେ ଭବିଷ୍ୟତ ପଢ଼ିପାରନ୍ତି ବୋଲି ଦାବି କରନ୍ତି ସେମାନଙ୍କ ବିଶ୍ୱାସ ଅନୁସାରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦୁଇଜଣ ନୂଆ ମନ୍ତ୍ରୀ ଯଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ ଆସିବା ପରିପ୍ରେକ୍ଷୀରେ ସରକାର ଚାହାନ୍ତି ନୂଆ ମନ୍ତ୍ରୀମାନେ ମନ୍ତ୍ରଣାଳୟ ସହ ଖାପ ଖୁଆଇନେବା ପର୍ଯ୍ୟନ୍ତ ପୁରୁଣା ସଚିବମାନଙ୍କୁ କାର୍ଯ୍ୟରେ ରଖିବାକୁ। ପଶ୍ଚିମବଙ୍ଗ କ୍ୟାଡରର ୧୯୮୨ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମିତ୍ର ତାଙ୍କର ଦୁଇବର୍ଷିଆ କାର୍ଯ୍ୟକାଳ ଶେଷ କରିସାରିଛନ୍ତି ଏବଂ ତାଙ୍କୁ ଯଦି ପୁନଶ୍ଚ ସମ୍ପ୍ରସାରଣ ଦିଆ ନ ଯାଏ, ଯାହା କେତେକେ ଅନୁମାନ କରୁଛନ୍ତି, ତେବେ ସେ ଆସନ୍ତା ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ।
ବିନିବେଶ ଓ ବିରୋଧ
ମୋଦି ସରକାର ରାଷ୍ଟ୍ରାୟତ୍ତ ଉଦ୍ୟୋଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରି କିଛି ପୁଞ୍ଜି ଯୋଗାଡ଼ କରିବା ମତଲବରେ ଥିବାବେଳେ ଏଥିପାଇଁ ତାଙ୍କୁ ଅମଲାତାନ୍ତ୍ରିକ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ସରକାରଙ୍କ ପ୍ରମୁଖ ଥିଙ୍କ୍‌ ଟ୍ୟାଙ୍କ୍‌ (ପ୍ରବୁଦ୍ଧମଣ୍ଡଳ) ନୀତି ଆୟୋଗକୁ କେଉଁ କେଉଁ ଉଦ୍ୟୋଗରୁ ପୁଞ୍ଜି ବିନିବେଶ କରାଯିବ, ତା’ର ଏକ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଆୟୋଗ ଏଥିପାଇଁ ୫୦ଟି ରାଷ୍ଟ୍ରାୟତ୍ତ ସଂସ୍ଥାର ତାଲିକା ପ୍ରସ୍ତୁତ କରିଥିବା ବେଳେ ତାହା ଏବେ ବିରୋଧର ସମ୍ମୁଖୀନ ହୋଇଛି। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ ଏହି ତାଲିକା ପ୍ରସ୍ତୁତ କରିଛନ୍ତି। ତେବେ ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ଏହି ତାଲିକାକୁ ପୁଞ୍ଜିନିବେଶ ଓ ରାଷ୍ଟ୍ର ସମ୍ପଦ ପରିଚାଳନା ବିଭାଗ (ଡିଆଇପିଏଏମ୍‌) ପକ୍ଷରୁ ବିରୋଧ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ପୁଞ୍ଜିବିନିବେଶ କାର୍ଯ୍ୟ ପରିଚାଳନା କରୁଥିବା ଉକ୍ତ ବିଭାଗ, ଯାହା ଅର୍ଥମନ୍ତ୍ରଣାଳୟର ଏକ ଶାଖା, ଦାବି କରୁଛି ଯେ ଉକ୍ତ ତାଲିକା ପ୍ରସ୍ତୁତ କରିବା ପୂର୍ବରୁ ନୀତି ଆୟୋଗ ପ୍ରଶାସନିକ ମନ୍ତ୍ରଣାଳୟ ଓ ଅନ୍ୟ ବିଭାଗଗୁଡ଼ିକ ସହ ପରାମର୍ଶ କରିନାହିଁ। ଡିଆଇପିଏଏମ୍‌ର ସଚିବ ଅତନୁ ଚକ୍ରବର୍ତ୍ତୀ ନୀତି ଆୟୋଗକୁ ଲେଖିଛନ୍ତି ଯେ, ଉକ୍ତ ପ୍ରବୁଦ୍ଧମଣ୍ଡଳ ତାଲିକା ପ୍ରସ୍ତୁତ କରିବା ବେଳେ ସମ୍ପତ୍ତି ମୁଦ୍ରୀକରଣର ପ୍ରକ୍ରିୟାଗୁଡ଼ିକ ଅବଲମ୍ବନ କରିବା ଉଚିତ ଥିଲା। ନିୟମାନୁସାରେ ଉକ୍ତ ପ୍ରବୁଦ୍ଧମଣ୍ଡଳ ପ୍ରଶାସନିକ ମନ୍ତ୍ରଣାଳୟ, ଡିଆଇପିଏମ୍‌, ଅର୍ଥନୈତିକ ବ୍ୟାପାର ବିଭାଗ ଓ ପବ୍ଲିକ୍‌ ଉଦ୍ୟୋଗ ବିଭାଗର ପ୍ରତିନିଧିମଣ୍ଡଳୀ ସହ ପରାମର୍ଶ କରି ତାଲିକା ପ୍ରସ୍ତୁତ କରିବା ଉଚିତ। ତେବେ ଏହା କ’ଣ କ୍ଷେତ୍ରାଧିକାର ଲଢ଼େଇର ପ୍ରାରମ୍ଭ? ଜାଣିବା ପାଇଁ ପାଠକେ ଏହି ସ୍ତମ୍ଭ ଉପରେ ନଜର ରଖିଥାନ୍ତୁ।
ପାର୍ଶ୍ୱପ୍ରବେଶ ଏବେ ଏକ ବାସ୍ତବତା
ପ୍ରଶାସନିକ ଚାକିରିରେ ପାର୍ଶ୍ୱପ୍ରବେଶ ଏବେ ଏକ ବାସ୍ତବତାରେ ପରିଣତ ହୋଇଛି। ଇନ୍ଦିରା ଗାନ୍ଧୀଙ୍କ ଅମଳରୁ ଅନେକ ପ୍ରଧାନମନ୍ତ୍ରୀ ଏପରି ଚିନ୍ତା ପୋଷଣ କରିଆସିଥିବା ବେଳେ ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ଯୁଗ୍ମସଚିବ ରୂପେ ଆନୁଷ୍ଠାନିକ ଭାବେ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ନିକଟରେ ୧୦ ଜଣ ଭାରତୀୟଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି, ଯେଉଁମାନେ ହେବେ ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବ୍ୟାଚ୍‌ ପାର୍ଶ୍ୱପ୍ରବେଶକାରୀ ଅଫିସର। ଏମାନଙ୍କ ନିଯୁକ୍ତି ପରେ ମୋଦି ସରକାର ଆଉ ୫୫ ଜଣଙ୍କୁ ଯୁଗ୍ମସଚିବ ବା ଉଚ୍ଚତର ପାହ୍ୟାର ଅଫିସର ଭାବେ ନିଯୁକ୍ତି ଦେବାକୁ ପସ୍ତୁତ ଅଛନ୍ତି। ଭାରତୀୟ ପ୍ରଶାସନିକ ସେବା ବାହାରର ଲୋକଙ୍କ ଦ୍ୱାରା ଏହି ସରକାର ଯୁଗ୍ମସଚିବ ପାହ୍ୟାର ୪୦ ପ୍ରତିଶତ ଅଫିସର ପଦବୀ ପୂରଣ କରିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି। କେବଳ ଗୋଟିଏ ଭିନ୍ନତା ହେଉଛି, ଏହି ଚୟନକାର୍ଯ୍ୟ ୟୁପିଏସ୍‌ସି ଦ୍ୱାରା ନୁହେଁ ବରଂ ନୀତି ଆୟୋଗ ଦ୍ୱାରା କରାଯିବ। ଏହି ପଦବୀଗୁଡ଼ିକ ସରକାରୀ ସେବାର ସମତୁଲ ହେବ। ସରକାର ଯୋଜନା କରୁଛନ୍ତି ନୀତି ଆୟୋଗ ଦ୍ୱାରା ନିର୍ଦ୍ଦେଶକ, ଯୁଗ୍ମସଚିବ ଏବଂ ଏପରି କି ଅତିରିକ୍ତ ସଚିବ ପାହ୍ୟାର ଚାରି ଡଜନରୁ ଅଧିକ ପଦବୀରେ ସିଧାସଳଖ ନିଯୁକ୍ତି ଦେବା ଲାଗି ବିଜ୍ଞାପନ ପ୍ରକାଶ କରିବେ। ସେମାନଙ୍କର ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସ୍ଥାୟୀ ଦରମା ଓ ସର୍ବନିମ୍ନ ପାଞ୍ଚବର୍ଷିଆ କାର୍ଯ୍ୟକାଳ ରହିବ। ପ୍ରାରମ୍ଭିକ ପାଞ୍ଚବର୍ଷିଆ କାର୍ଯ୍ୟକାଳ ପରେ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବ ଏବଂ ଯଦି ସନ୍ତୋଷଜନକ ହୁଏ, ତେବେ ସେମାନଙ୍କୁ ଆଉ ତିନିବର୍ଷ ପାଇଁ ନିଯୁକ୍ତି ଦିଆଯିବ। ଯାହା ଜଣାଯାଏ, ଉକ୍ତ ପଦବୀଗୁଡ଼ିକ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତତ୍ତ୍ୱାବଧାନରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପକ୍ଷରୁ ବିଜ୍ଞାପନ ଦିଆଯିବ। ମୋଦି ଚାହାନ୍ତି ଏହି ବ୍ୟବସ୍ଥା ୨୦୨୦ଠାରୁ କାର୍ଯ୍ୟକାରୀ ହେଉ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri