Posted inଖେଳ

ମିଡଲଅର୍ଡର ସମସ୍ୟା ସୁଧାରିବା ଲକ୍ଷ୍ୟରେ ଭାରତ

ଲିଡ୍ସ, ୬।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଭାରତ ବିଜୟଧାରା ବଜାୟ ରଖିବାରେ ସକ୍ଷମ ହୋଇଛି। ତେବେ ଏହା ସତ୍ତ୍ୱେ ଦଳର ମିଡଲଅର୍ଡର ସମସ୍ୟା ତଥା ଦୁର୍ବଳତା ପଦାରେ ପଡିଛି। ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତ ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଶନିବାର ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ। ତେଣୁ ହାଇଭୋଲ୍‌ଟେଜ ସେମିଫାଇନାଲ ଖେଳିବା ପୂର୍ବରୁ ଭାରତ ଏହି ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବ। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ଏହି ମ୍ୟାଚ୍‌ରେ ନିଜର ପୁରୁଣା ଫର୍ମ ଫେରିପାଇବାକୁ ଚେଷ୍ଟା କରିବେ। ଶ୍ରୀଲଙ୍କାକୁ ଭାରତ ହରାଇଲେ ଓ ଅନ୍ୟପଟେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହେଲେ ଭାରତ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବ। ଏହା ହେଲେ ଭାରତ ସେମିଫାଇନାଲରେ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ। ଇଂଲଣ୍ଡକୁ ସେମିଫାଇନାଲରେ ଭେଟିବା ଅପେକ୍ଷା ଭାରତ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିଲେ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ରହିବ। ଭାରତ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୬ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୩ ପଏଣ୍ଟ ପାଇଁ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିବା ଶ୍ରୀଲଙ୍କା ୮ଟି ମ୍ୟାଚ୍‌ ଖେଳି ୩ଟି ଲେଖାଏ ବିଜୟ ଓ ପରାଜୟ ଏବଂ ଦୁଇଟି ବିନା ଫଳାଫଳ ସହ ୮ ପଏଣ୍ଟ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି।
ଭାରତର ମିଡଲଅର୍ଡର ସମସ୍ୟା ଏବେ ବି ଜାରି ରହିଥିବା ବେଳେ ଟିମ୍‌ ମ୍ୟାନେଜମେଣ୍ଟ ଏ ନେଇ ଚିନ୍ତିତ ରହିଛି। ଟପ୍‌ ଅର୍ଡର ଭଲ ପ୍ରଦର୍ଶନ ଉପରେ ଦଳ ନିର୍ଭରଶୀଳ ହୋଇଛି। ଉପଅଧିନାୟକ ତଥା ଓପନର ରୋହିତ ଶର୍ମାଙ୍କ ଉପରେ ଦଳ ଅଧିକ ନିର୍ଭର କରୁଛି। ରୋହିତ ଏପର୍ଯନ୍ତ ୫୪୪ ରନ କରି ସର୍ବାଧିକ ରନ୍‌ ସଂଗ୍ରହ ତାଲିକାର ଶୀର୍ଷରେ ରହିଛନ୍ତି। ସେ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୪ଟି ଶତକ ହାସଲ କରି ଶ୍ରୀଲଙ୍କାର କୁମାର ସାଙ୍ଗକାରାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଆଉ ଗୋଟିଏ ଶତକ ହାସଲ କଲେ ରୋହିତ ବିଶ୍ୱକପ୍‌ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିବେ। ସେହିପରି ଅଧିନାୟକ ବିରାଟ କୋହଲି କ୍ରମାଗତ ୫ଟି ଅର୍ଦ୍ଧଶତକ ହାସଲ କରି ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିସାରିଛନ୍ତି। ତେବେ ସେ ଏପର୍ଯ୍ୟନ୍ତ ତାଙ୍କ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରିନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଧୋନୀଙ୍କୁ ଡେଥ୍‌ ଓଭରରେ କମାଲ କରିବାକୁ ପଡିବ। ଲସିଥ ମାଲିଙ୍ଗାଙ୍କ ୟର୍କର ଓ ଭେରିଏସନ ସହ ମନ୍ଥର ବୋଲିଂକୁ ସେ କିପରି ସାମ୍ନା କରୁଛନ୍ତି ତାହା ଏହି ମ୍ୟାଚ୍‌ରେ ଜଣାପଡିବ।
ଶ୍ରୀଲଙ୍କା ସ୍ପିନର ଧନଞ୍ଜୟ ଡି ସିଲ୍‌ଭା ବେଶ୍‌ ଏପର୍ଯ୍ୟନ୍ତ ବେଶ୍‌ କଞ୍ଜୁସ୍‌ ବୋଲିଂ କରିଛନ୍ତି। ମିଡଲ ଓଭରରେ ଧୋନୀ ତାଙ୍କୁ ଉଚିତ ମୁକାବିଲା କରି ରନ୍‌ ସଂଗ୍ରହ କରି ଆତ୍ମବିଶ୍ୱାସ ଫେରିପାଇବେ ବୋଲି ଆଶା କରାଯାଉଛି। ସବୁ ମ୍ୟାଚ୍‌ରେ ଧୋନୀ ସ୍ପିନରଙ୍କ ବିପକ୍ଷରେ ୮୧ଟି ବଲ ଖେଳି ମାତ୍ର ୪୭ ରନ ସଂଗ୍ରହ କରିଛନ୍ତି। ମିଡଲ ଓଭରରେ ସ୍ଲୋ ବୋଲରଙ୍କ ବିପକ୍ଷରେ ସେ ତାଙ୍କର ଦୁର୍ବଳତା ଏବେ ପଦାରେ ପଡିଛି। ଏଥିପାଇଁ ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଧୋନୀଙ୍କ ବିପକ୍ଷରେ ବାମହାତୀ ସ୍ପିନର ମିଲିନ୍ଦା ସିରିବର୍ଦ୍ଧନାଙ୍କୁ ବ୍ୟବହାର କରିବେ ବୋଲି ଆଶା କରାଯାଉଛି। ଅଧିନାୟକ କୋହଲି ଭାରତ ପାଇଁ ପ୍ରେରଣା ଉତ୍ସ ହୋଇ ରହିବେ ଓ ସେ ଭାରତକୁ ଫାଇନାଲରେ ପହଞ୍ଚାଇବାରେ ସବୁ ପ୍ରକାର ପ୍ରୟାସ କରିବେ।
ସେମିରେ ପହଞ୍ଚିସାରିଥିବାରୁ ଶ୍ରୀଲଙ୍କା ବିପକ୍ଷରେ ଭାରତ କୋତୋଟି ପରୀକ୍ଷା ନିରୀକ୍ଷା କରିବ ବୋଲି ଆଶା କରାଯାଉଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଏହି ମ୍ୟାଚ୍‌ରେ ସୁଯୋଗ ମିଳିପାରେ। ନୂଆକରି ଦଳରେ ସାମିଲ ହୋଇଥିବା ମୟଙ୍କ ଅଗ୍ରଓ୍ବାଲଙ୍କ ସମେତ ଜାଡେଜା ଏପର୍ଯ୍ୟନ୍ତ ବିଶ୍ୱକପ୍‌ରେ କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଶ୍ରୀଲଙ୍କା ଦଳରେ ଏକାଧିକ ବାମହାତୀ ବ୍ୟାଟ୍ସମ୍ୟାନ ଥିବାରୁ ଜାଡେଜା ଖେଳିବାର ସମ୍ଭାବନା କମ୍‌ ରହିଛି। ଫଳରେ ଭଲ ଅଫ୍‌ ବ୍ରେକ୍‌ ବୋଲିଂ କରୁଥିବାରୁ କେଦାର ଯାଦବଙ୍କୁ ଖେଳାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଗତ ବାଂଲାଦେଶ ବିପକ୍ଷରେ ବେଶି ବଲ୍‌ ଖେଳି ନ ଥିବା ଦୀନେଶ କାର୍ତ୍ତିକ ଏହି ମ୍ୟାଚ୍‌ରେ ନ ଖେଳିଲେ ଅନ୍ୟାୟ ହେବ। ଧୋନୀଙ୍କୁ ୪ ନମ୍ବରରେ ଖେଳାଇବା ନେଇ କୋହଲି ସେତେଟା ଉତ୍ସାହ ଦେଖାଇନାହାନ୍ତି। ଏହା ହେଲେ ପାଓ୍ବାର ହିଟର ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିମ୍ନ କ୍ରମରେ ସ୍ବାଭାବିକ ଖେଳ ପ୍ରଦର୍ଶନ କରନ୍ତେ। କେତୋଟି ଅର୍ଦ୍ଧ ଶତକ ହାସଲ କରିଥିବା ଲୋକେଶ ରାହୁଲ ରୋହିତଙ୍କ ସହ ଇନିଂସ ଓପନ କରିବେ। ପୂର୍ବରୁ ରୋହିତ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଦ୍ୱିଶତକ ଅର୍ଜନ କରିଛନ୍ତି। ତେବେ ସେ ମୁମ୍ବାଇ ଇଣ୍ଡିଆନ୍ସ ସାଥୀ ମାଲିଙ୍ଗାଙ୍କ ତରଫରୁ କଡ଼ା ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବେ।
୧୪ଟି ଲେଖାଏ ଉଇକେଟ ଅକ୍ତିଆର କରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କୁ ସେମିଫାଇନାଲ ପୁର୍ବରୁ ବିଶ୍ରାମର ଆବଶ୍ୟକତା ରହିଛି। ତେବେ ଭାରତ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିବା ଲକ୍ଷ୍ୟରେ ଥିବାରୁ ଅତିକମ୍‌ରେ ଏହି ଦୁଇଜଣଙ୍କ ମଧ୍ୟରୁ ଜଣକୁ ବିଶ୍ରାମ ଦେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହତ ଶର୍ମା, ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଧିକ ପାଣ୍ଡ୍ୟା, ମହେନ୍ଦ୍ର ସିଂ ଧୋନୀ, ଦୀନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମୀ, ଯଶପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା ଓ କେଦାର ଯାଦବ।
ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), କୁଶଲ ମେଣ୍ଡିସ୍‌, କୁଶାଲ ପେରେରା, ଲାହିରୁ ଥିରିମାନେ, ଆଞ୍ଜେଲୋ ମାଥ୍ୟୁସ, ଲସିଥ ମାଲିଙ୍ଗା, ଜୀବନ ମେଣ୍ଡିସ୍‌, ଧନଞ୍ଜୟ ଡି ସିଲଭା, କସୁନ ରଜିଥା, ଇସୁରୁ ଉଡ଼ାନା, ସୁରଙ୍ଗା ଲାକମଲ, ମିଲିନ୍ଦା ସିରିବର୍ଦ୍ଧନା, ଜେଫ୍ରି ଭାଣ୍ଡରସେ, ଥିସାରା ପେରେରା ଓ ଅଭିଷ୍କା ଫର୍ନାଣ୍ଡୋ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri