ମିଛରେ ନୁହେଁଁ; ସେଦିନ ସତରେ କାନ୍ଦିଥିଲି: ଦୀପକ ରଞ୍ଜନ ବୋଷ

କଳାକାରଟିଏ କେତେବେଳେ ହସି ଆମକୁ ହସାଏ ତ କେତେବେଳେ କାନ୍ଦି ଆମକୁ କନ୍ଦାଏ। ତେବେ ହସି ହସାଉଥିବା କଳାକାରଟି ଯେ ସତରେ ହସୁଥାଏ ତାହାର କିଛି ଗ୍ୟାରେଣ୍ଟି ନାହିଁ। ହୁଏତ ଭିତରେ ବି ରହିଥାଇପାରେ ଅସୁମାରି ଦୁଃଖ। ମାତ୍ର ସେ କଳାକାର। କଳା ପରିବେଷଣ କରି ଦର୍ଶକଙ୍କୁ ଖୁସି ଦବା ତା’ର ପ୍ରଥମ କାମ। ଯାତ୍ରାଜଗତର ଅଲରାଉଣ୍ଡର ଅଭିନେତା ଦୀପକ ରଞ୍ଜନ ବୋଷଙ୍କ କଥା ଶୁଣିଲେ ଠିକ୍‌ ଏଇଆ ହିଁ ମନେହୁଏ। ଦୀପକବାବୁ ତାଙ୍କ କଳାକାର ଜୀବନର ଏକ ଅଭୁଲା କଥା ବଖାଣିବାକୁ ଯାଇ କହନ୍ତି: ସେତେବେଳେ ସେ ଓମ୍‌ ଶ୍ରୀ ଯାତ୍ରାନୁଷ୍ଠାନରେ ଅଭିନୟ କରୁଥାନ୍ତି ମା’ଙ୍କର ଦେହ ଅସୁସ୍ଥ ଥାଏ। ମା’ଙ୍କର ବି ଦେଖାଶୁଣା କରୁଥାନ୍ତି। ତେବେ ଦିନେ ମା’ ଭୀଷଣ ଅସୁସ୍ଥ ହୋଇପଡ଼ିଲେ। ସେ ଆସି ମା’ଙ୍କୁ ଭୁବନେଶ୍ୱରର ଆୟୁଷ ହସ୍ପିଟାଲ୍‌ରେ ଭର୍ତ୍ତିକଲେ। ଯାତ୍ରାପାର୍ଟି ପଡ଼ିଥାଏ ମୟୂରଭଞ୍ଜ ଉଦଳାରେ। ରାତି ଏଗାରଟା। ମେଲୋଡ଼ି ଆରମ୍ଭ ହୋଇ ସାରିଲାଣି। ଆଉ ଅଧଘଣ୍ଟାଏ ପରେ ଯାତ୍ରା ଆରମ୍ଭ ହେବ। ହଠାତ ଖବର ଯାଇ ପହଞ୍ଚତ୍ଲା ମା’ ଚାଲିଗଲେ। ଦୀପୁ କହନ୍ତି : ଖବରଟା ଶୁଣି ତାଙ୍କ ଆଗରେ ଅନ୍ଧାର ଘୋଟିଗଲା। ମା’ର ମୁହଁଟା ନାଚିବାକୁ ଲାଗିଲା ଆଖି ଆଗରେ। ଲୁହ ବନ୍ଧବାଡ଼ ମାନିଲାନି। ଇଚ୍ଛା ହେଉଥିଲା ସେ ଏଇକ୍ଷଣି ଫେରିଯାଆନ୍ତେ ମା’ ପାଖକୁ। ହେଲେ ଉପାୟ ନ ଥିଲା। କଳାକାର ପରା। ଯାତ୍ରା ତ କରିବାକୁ ହେବ। ଆରମ୍ଭ ହେଲା ନାଟକ। ସେଦିନ ନାଟକ ଥିଲା ‘ଦିଅଁ ପୂଜିବାକୁ ଦେଉଳ ମନା’। ଯୋଗକୁ ପ୍ରଥମ ସିନ୍‌ ମା’ ପୁଅଙ୍କର ସିନ୍‌। ବଡ଼ଭାଇ ମା’କୁ ଗାଳିଗୁଲଜ କରୁଛି। ସେ ଯାଇ ମା’କୁ ଆଶ୍ୱାସନା ଦେଉଛନ୍ତି। ମା’ର ଦୁଃଖରେ ଦୁଃଖୀ ହେଉଛନ୍ତି। ତାଙ୍କୁ ଲାଗୁଥିଲା ଯେମିତି ସେ ଅଭିନୟ କରୁନାହାନ୍ତି। ସତକୁସତ ମଞ୍ଚରେ ଅଛନ୍ତି ତାଙ୍କ ମା’। ସେ ଅଭିନୟ ଆଉ ଅଭିନୟ ହୋଇ ରହି ନ ଥିଲା। ସତ ଘଟଣା ପାଲଟି ଯାଇଥିଲା। ଯେଉଁ ସଂଳାପ ସବୁ ବାହାରୁଥିଲା ତାହା ଯେମିତି ତାଙ୍କ ଛାତି ଭିତରୁ ବାହାରୁଥିଲା। ଆଖିରୁ ଯେଉଁ ଲୁହ ଝରୁଥିଲା ତାହା ସତସତିକା ଲୁହ ଥିଲା। ମଞ୍ଚତଳେ ଦର୍ଶକ ତାଳି ଦଉଥିଲେ। ହେଲେ ଛାତି ଭିତରେ ଦୁଃଖକୁ ଜାବୁଡ଼ି ଧରିଥିଲେ ଦୀପୁ। ସକାଳେ ସେ ଆସି ମା’ଙ୍କର ଶେଷଦର୍ଶନ କରିଥିଲେ। ଏହି ହେଉଛି ଜଣେ କଳାକାରର ଜୀବନ। ଏହାକୁ ଯିଏ ବରଦାସ୍ତ କରିପାରେ ସେ ହିଁ କଳାକାର ହୋଇପାରେ। ଆଙ୍କରିଂ କରିବା ହେଉ କି ଅଭିନୟ ପୁଣି ସବୁ ଚରିତ୍ରରେ ଅଭିନୟ କରି ସେ ନିଜକୁ ଜଣେ ଅଲରାଉଣ୍ଡର ବୋଲି ସାବ୍ୟସ୍ତ କରିପାରିଛନ୍ତି। କେନ୍ଦ୍ରାପଡ଼ାର ଇନ୍ଦୁପୁରରେ ତାଙ୍କର ଜନ୍ମ। ୨୦୦୦ ମସିହାରେ ରୁକ୍ମିଣୀ ଗଣନାଟ୍ୟକୁ ଆସିଥିଲେ ଜଣେ ଗାୟକ ହେବା ପାଇଁ। ମାତ୍ର ତାଙ୍କର ଚେହେରା ପୁଣି ଆକ୍ଟିଂର ଦକ୍ଷତା ଦେଖି ତାଙ୍କୁ ଅଭିନୟ କରିବାକୁ କୁହାଗଲା। ବାସ୍‌, ଗାୟକ ହେବାକୁ ଆସିଥିବା ଦୀପୁ ନାୟକ ବନିଗଲେ। ସମ୍ପ୍ରତି ସୂର୍ଯ୍ୟମନ୍ଦିରରେ ଅଭିନୟ ଜାରି ରଖିଥିବା ଦୀପୁ ପୂର୍ବରୁ ‘ତ୍ରିନାଥ’, ‘ଧଉଳି’, ‘ଓମ୍‌ଶ୍ରୀ’, ‘ପାର୍ବତୀ’, ‘ଗୌରୀ’ ଆଦିରେ ଅଭିନୟ କରି ନିଜର ଦକ୍ଷତା ଦେଖାଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପୃଥ୍ୱିରାଜ’ରେ ଡେବ୍ୟୁ କରିବେ ମାନୁଷି

ମୁମ୍ବାଇ: ପୂର୍ବତନ ମିସ୍ ୱାର୍ଲଡ ମାନୁଷି ଛିଲର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ୱିରାଜ’ ମାଧ୍ୟମରେ ସେ...

ବିବାହର ୪ ମାସ ପରେ ସ୍ବାମୀଙ୍କୁ ମାଡ ମାରି ଘରୁ ବାହାର କରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭନିତା ବିଜୟକୁମାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛିି। ବିବାହର...

ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା

ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ...

ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ୨୦୨୦ କେବଳ ବଲିଉଡ୍‌ ପାଇଁ ନୁହେଁ ବରଂ ଓଲିଉଡ୍‌ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍‌ ଅଭିନେତା...

ଏହି ରୋଗ ସହ ୪ ବର୍ଷ ସଂଘର୍ଷ କରିଥିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ନାୟିକା ସୁସ୍ମିତା ସେନ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଏବେ ଲକ୍‌ଡାଉନ ସମୟରେ ସେ ତାଙ୍କ ପରିବାର ସହ ସମୟ...

୧୫୦ କୋଟି କ୍ଲବରେ ‘ଭାରତ’

ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଦେଢଶହ କୋଟି କ୍ଲବରେ ସାମିଲ ହୋଇଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ...

ଜାଣନ୍ତୁ କେମିତି ବଦଳିଗଲା ‘ବାବା କା ଢାବା’ ମାଲିକଙ୍କ ଭାଗ୍ୟ

ମୁମ୍ବାଇ,୧୦।୧: ଆମେ ସମସ୍ତେ ଜାଣିଛେ ଢାବା ମାଲିକ ବାବାଙ୍କ ଭାଗ୍ୟ ବଦଳିଗଲାଣି। ଅମିତାଭ ବଚ୍ଚନଙ୍କୁ ଭାଇ ବୋଲି ମାନୁଥିବା ଢାବା ମାଲିକଙ୍କ ଭାଗ୍ୟ ଯେ, ଏତେ...

ଅଭିନେତ୍ରୀ ହୋଇ ନ ଥିଲେ..

ବଲିଉଡ୍‌ରେ ପ୍ରିୟଙ୍କା ଚୋପ୍ରା ଜଣେ ପରିଚିତା ଅଭିନେତ୍ରୀ। ବେଶ୍‌ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ...

Play 250+ Trending Games
Archives

Model This Week

Why Dharitri