ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼

ବଡ଼ସାହି,୧୨ା୨(ସ୍ବ.ପ୍ର)- ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାର ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଛି ା ମୟୂରଭଞ୍ଜ ଜିଲା ସମେତ ପଡୋଶୀ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲା ଓ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି ଅପାର କରୁଣା ଲାଭ କରିଛନ୍ତି ା ପ୍ରଥମ ଦିବସରେ ପ୍ରତିକୂଳ ପାଗ ଯୋଗୁଁ ଭକ୍ତଙ୍କ ଭିଡ କମ୍‌ ଥିବା ବେଳେ ବଡ଼ପୂଜା ଦିନ ଅନୁକୂଳ ପାଗପାଇଁ ସକାଳୁୁ ଭିଡ଼ ଲାଗିଥିଲା ା ଆକସ୍ମିକ ଅଗ୍ନିକାଣ୍ଡରୁ ଉଦ୍ଧାର କରୁଥିବା ଅଗ୍ନିରୂପିଣୀ ମା’ହିଙ୍ଗୁଳାଙ୍କୁ ବିଶ୍ୱାସ ରଖି ଭକ୍ତଙ୍କ ମାନସିକ ପୂରଣ ସହିତ ପରିବାରର ଶୁଭ ମନାସି ଘରୁ ଆଣିଥିବା ଭୋଗରାଗ ଅଗ୍ନିକୁଣ୍ଡରେ ସମର୍ପଣ କରିଥିଲେ। ଭିଡ଼କୁ ଆଖିରେ ରଖି ଚାନ୍ଦଡିହା ଓ ସୁହାଗପୁର ଛକ ପାଖରୁ ମେଳା ଭିତରକୁ ମଟରସାଇକେଲ, ଯାନବାହାନ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। ଆଖପାଖ ଅଞ୍ଚଳରୁ ମହିଳା ଓ ଶିଶୁମାନେ ଚାଲିଚାଲି ମା’ଙ୍କ ଦର୍ଶନ ପାଇଁ ଯାଉଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ବିବେକାନନ୍ଦ ଆବାସିକ ଶିକ୍ଷାକେନ୍ଦ୍ର, ପ୍ରଜାପିତା ବ୍ରହ୍ମକୁମାରୀ ବଡସାହି ଶାଖା, ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ, ବିଜେଡି ଦଳ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ପାନୀୟ ଜଳ ଓ ଅନ୍ୟାନ୍ୟ ସହାୟତା ଭକ୍ତଙ୍କୁ ପ୍ରଦାନ କରାଯାଇଥିଲା। ଯଜ୍ଞକୁଣ୍ଡରେ ପ୍ରଦୁଷିତ ସାମଗ୍ରୀ ଯଥା ପଲିଥିନ, କାଗଜ, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଦ୍ରବ୍ୟ ନିକ୍ଷେପକୁ ରୋକାଯାଇଥିବା ଦେଖିବାକୁ ମିଳିଥିଲା। ବଡ଼ସାହି ବଣିକ ସଂଘ ପକ୍ଷରୁ ବଜାର ଚତୁଃପାର୍ଶ୍ୱ ରାସ୍ତାରେ ପାଣି ସିଞ୍ଚନ କରାଯାଇଥିଲା। ଟ୍ରଷ୍ଟର ମୁଖ୍ୟ ସୁନିଲ ଦାଶ ମେଳାରେ ୬ଲକ୍ଷରୁ ଉର୍ଦ୍ଧ୍ୱ ଜନ ସମାଗମ ହୋଇଥିବା ପ୍ରକାଶ କରିଥିବା ବେଳେ ଶାନ୍ତିଶୃଙ୍ଖଳାର ସହିତ ମେଳା ସମ୍ପନ୍ନ ସାଙ୍ଗକୁ ପ୍ରଶାସନ ଓ ସମସ୍ତଙ୍କର ସହଯୋଗ ମିଳିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ା ଅନୁରୂପ ନିକଟସ୍ଥ ଗାୟତ୍ରୀ ମନ୍ଦିର, ଛେଳିଆ (କ) ଓ ତାଳପଦା ଗ୍ରାମରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ପୀଠରେ ଯଥାରୀତି ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଯୋଜକ ବୀରକିଶୋର ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୨୧।୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ତଥା ନାଟ୍ୟକାର ବୀରକିଶୋର ମହାପାତ୍ର(୯୨)ଙ୍କର ଶନିବାର ରାତିରେ ମଧୁସୂଦନ ନଗରସ୍ଥ ବାସଭବନରେ ପରଲୋକ...

ଗହୀରମଥାରେ ଅଲିଭ ରିଡଲେଙ୍କ ସମୂହ ଅଣ୍ଡାଦାନ ଜାରି: ୩ଦିନରେ ୨ଲକ୍ଷ କଇଁଛ ଅଣ୍ଡାଦେଲେ

ରାଜନଗର, ୧୮।୩(ଡି.ଏନ.ଏ.)-ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏବେ ଅଲିଭରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହିଛି। ୩ଦିନରେ ୨ଲକ୍ଷ କଇଁଛ ଅଣ୍ଡାଦାନ କରିଛନ୍ତି। କଇଁଛମାନଙ୍କୁ ବାହ୍ୟ...

ଚାଷ ଜମିକୁ ମିଳୁନି ସମଲ ପାଣି: ବ୍ୟାରେଜ ଉପରୁ ଆତ୍ମହତ୍ୟା ଚେତାବନୀ

କଣିହାଁ,୩୧।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ସମଲ ବ୍ୟାରେଜରୁ ଜମିକୁ ପାଣି ମିଳୁ ନ ଥିବା ପ୍ରତିବାଦରେ କଂଗ୍ରେସ ଯୁବନେତା ତଥା ପୂର୍ବତନ ସମିତି ସଭ୍ୟ ସୁଶାନ୍ତ...

ଏବେ ବି ଲୋକେ ପିଉଛନ୍ତି ଚୁଆପାଣି

ଯାଜପୁର ଅଫିସ,୧୨।୩: ଡ୍ୟାସ୍‌ ବୋର୍ଡ ମନିଟରିଂ ସିଷ୍ଟମ୍‌ (ଡିବିଏମ୍‌ଏସ୍‌)ରେ ଫେବୃୟାରୀ ସୁଦ୍ଧା ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ ସଂକ୍ରାନ୍ତରେ ୮୩୦ଟି ଅଭିଯୋଗର ସମାଧାନ ହୋଇଛି।...

ଗଞ୍ଜେଇ ବୋଝେଇ ପିକ୍‌ଅପ୍‌ ଜବତ: ଡ୍ରାଇଭର ଗିରଫ

କଣ୍ଟାମାଳ ,୨୭।୮(ଡି.ଏନ୍‌.ଏ.) : ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୋରିଗୁଭା ଛକରେ ମଙ୍ଗଳବାର ଏକ ଗଞ୍ଜେଇ ବୋଝେଇ ପିକ୍‌ଅପ ଭ୍ୟାନକୁ ପୋଲିସ ଜବତ କରିଛିି। ଗାଡ଼ି...

ବିବାହ ପ୍ରତିଶ୍ରୃତି ଦେଇ ଅପହରଣ ମାମଲା : ଅପହୃତା ନାବାଳିକା ତେଲେଙ୍ଗାନାରୁ ଉଦ୍ଧାର

ରସୁଲପୁର,୧୧ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ସାହାପଡ଼ା ଗ୍ରାମର ଯୁକ୍ତ ୨ରେ ପଢ଼ୁଥିବା ଜନୈକା ଛାତ୍ରୀ(୧୭)ଙ୍କୁ ଗତ ମାସ ୨୩ତାରିଖରେ ଅପହରଣ...

‘ସପ୍ତାହରେ କିଛି ଦିନ ଖୋଲାଯାଉ ଲୁଗା ଦୋକାନ’

ବାଲେଶ୍ୱର ଅଫିସ, ୧୬।୫-ବାଲେଶ୍ୱର ଟେକ୍ସଟାଇଲ୍‌ ଆଣ୍ଡ ରେଡ଼ିମେଡ ମର୍ଚ୍ଚାଣ୍ଟ ଆସୋସିଏଶନ୍‌ ତରଫରୁ ଜିଲାରେ ଦୀର୍ଘ ୫୫ଦିନ ଧରି ବନ୍ଦ ରହିଥିବା ରେଡ଼ିମେଡ ଡ୍ରେସ୍‌ ଏବଂ ଲୁଗା...

ଦୁର୍ଘଟଣା ଉଜାଡିଦେଲା ପରିବାର

ପାରଳାଖେମୁଣ୍ଡି,୭ା୨: ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଗ୍ରାମ ବିନୋଦିନୀ ମହାବିଦ୍ୟାଳୟ ନିକଟରେ ରବିବାର ଏକ ବାଇକ୍‌ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

Advertisement

BGU

Archives

Model This Week

Why Dharitri