ମାସ୍କ୍‌ କରୋନାଠୁ କେତେଦୂର ଦେଇ ପାରିବ ସୁରକ୍ଷା

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍‌ର ବ୍ୟବହାର କରିବା, ନିୟମିତ ଭାବେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହାତ ଧୋଇବା ଏବଂ ଆଖି, ନାକ, ପାଟିକୁ ବାରମ୍ବାର ସ୍ପର୍ଶ ନ କରିବାକୁ କୁହାଯାଉଛି। ତେବେ ମାସ୍କ୍‌ର ବ୍ୟବହାର ଦ୍ୱାରା କେତେଦୂର କରୋନାଠାରୁ ଦୂରେଇ ରହିହେବ ସେ ନେଇ ବହୁ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ଏସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି ଯେ, ମାସ୍କ୍‌ ବ୍ୟବହାର ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷିତ ରହିହେବ ନାହିଁ। କରୋନା ଭୂତାଣୁ ଆଖି ଦ୍ୱାରା ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ଏହା ଛଡ଼ା ଅତିକ୍ଷୁଦ୍ର ଏରୋସଲ କଣିକା ମାଧ୍ୟମରେ ମଧ୍ୟ ଏହି ଭୂତାଣୁ ବ୍ୟାପିଥାଏ। ଏହା ବାୟୁମଣ୍ଡଳରେ ଥିବା କ୍ଷୁଦ୍ର ଜଳ କଣିକା ଦ୍ୱାରା ସହଜରେ ବ୍ୟାପିଥାଏ। ଭଳି ଜଳ କଣିକାକୁ ମାସ୍କ୍‌ ପ୍ରତିରୋଧ କରେ। ସେହିପରି କେରୋନା ସଂକ୍ରମିତଙ୍କୁ ଦେଖା କରିବା ସମୟରେ ମାସ୍କ୍‌ ବ୍ୟବହାର କଲେ ଭୂତାଣୁ ନାକ ଅବା ପାଟି ଦେଇ ସୁସ୍ଥ ଲୋକଙ୍କ ଶରୀରକୁ ଆସିବାରେ ବାଧା ସୃଷ୍ଟି ହୋଇଥାଏ। ସେହିପରି ସଂକ୍ରମିତ ମାସ୍କ୍‌ ବ୍ୟବହାର କଲେ ତାଙ୍କଠାରୁ ଭୂତାଣୁ ସୁସ୍ଥ ଲୋକଙ୍କୁ ବ୍ୟାପିବାର ଆଶଙ୍କା ମଧ୍ୟ କମ ରହିଥାଏ। ସ୍ବାସ୍ଥ୍ୟକର୍ମୀ ଏବଂ ସାମାଜିକକର୍ମୀ ସଂକ୍ରମଣଠାରୁ ଦୂରେଇ ରହିବା ଲାଗି ଏଭଳି ମାସ୍କ୍‌ ବ୍ୟବହାର କରିବା ଅପରିହାର୍ଯ୍ୟ। ସେହିପରି ପରିବାରରେ କାହାଠାରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଦେଲେ ଭୟ ନ କରି ଏହାର ମୁକାବିଲା କରିବା ଲାଗି ଆବଶ୍ୟକ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ସହିତ ଉଭୟ ସଂକ୍ରମିତ ଏବଂ ଅନ୍ୟ ସଦସ୍ୟମାନେ ମାସ୍କ୍‌ର ବ୍ୟବହାର କରିବା ଉଚିତ। କରୋନା ଭୂତାଣୁର ଦୁଇଟି ପ୍ରକାର ରହିଛି ବୋଲି ଚାଇନାର ଗବେଷକ ସୂଚିତ କରିଛନ୍ତି। ଗୋଟିଏ ପ୍ରକାର ଏଲ୍‌ ହୋଇଥିବା ବେଳେ ଅନ୍ୟଟି ଏସ୍‌। ତେବେ ଏଲ୍‌ ପ୍ରକାରଟି ଅଧିକ କ୍ରିୟାଶୀଳ। ଶୀଘ୍ର ବ୍ୟାପିବା ସହିତ ଏହି ପ୍ରକାର ଭୂତାଣୁ ମନୁଷ୍ୟ ଶରୀରରେ ଅଳ୍ପ ସମୟ ମଧ୍ୟରେ ବିଭାଜନ ପ୍ରକ୍ରିୟାରେ ବଂଶ ବିସ୍ତାର କରିଥାଏ। ଅନ୍ୟ ଭୂତାଣୁ ଭଳି ଏହା ବହୁ ସମୟ ଧରି ନିଷ୍କ୍ରିୟ ରହିପାରିଥାଏ। ଉପଯୋଗୀ କ୍ଷେତ୍ର ମିଳିଲେ ଏହି ଭୂତାଣୁ ସଂକ୍ରମିତ ହୋଇଥାଏ। ଏପରିସ୍ଥଳେ ଘର ସଫା ସମୟରେ ଉଡୁଥିବା ଧୂଳି, ରାସ୍ତାରେ ଗଲାବେଳେ ବାୟୁରେ ଉଡ଼ିବୁଲୁଥିବା ଧୂଳି, ପରାଗରେଣୁ ଅବା ଅନ୍ୟ କ୍ଷୁଦ୍ର କଣିବା ଯୋଗୁ ବହୁ ସମୟ ଛିଙ୍କ, ନାକ ରୁନ୍ଧି ହେବା ଆଦି ସମସ୍ୟା ଦେଖାଦେଇଥାଏ। ଏଭଳି ସମସ୍ୟା କରୋନା ଏଲ୍‌ ଭୂତାଣୁ ପାଇଁ ସଂକ୍ରମଣ ହେବାର ସୁଯୋଗ ସୃଷ୍ଟି କରେ। ମାସ୍କ୍‌ ବ୍ୟବହାର କରୁଥିଲେ ନାଶାପଥରେ ବାହାରର କୌଣସି ପଦାର୍ଥ ପ୍ରବେଶ କରିପାରେ ନାହିଁ। କିନ୍ତୁ ମାସ୍କ୍‌ ସମ୍ପୂର୍ଣ୍ଣ ଭାବେ କରୋନା ସଂକ୍ରମଣରୁ ଦୂରେଇ ରଖିବାରେ ଅସମର୍ଥ ହୋଇଥାଏ ବୋଲି ବିଶେଷଜ୍ଞ ମତ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଖଟି ଠାବ କରିବ ଡ୍ରୋନ୍‌

ଭୁବନେଶ୍ୱର,୧୫ା୪ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସେଥିରୁ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ରାଜଧାନୀର ୩ଟି...

ଖୁସି ଖବର, ବୁଷ୍ଟର ଡୋଜ୍‌ ଯୋଗୁ ପ୍ରତିରୋଧକ ଶକ୍ତି ବଢୁଛି ୪ ଗୁଣା…

ତେଲଅଭିବ୍‌,୨୩।୮: କରୋନା ମହାମାରୀ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ନିକଟରେ ହୋଇଥିବା ଏକ ଗବେଷଣାରୁ ସୁଫଳ ମିଳିଛି। ଭାକ୍ସିନ୍‌ର ଦୁଇ ଡୋଜ ପରେ, ବୁଷ୍ଟର ଡୋଜ...

ପ୍ରଥମେ ୩୦କୋଟିଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ,୮।୧୧: ଭାରତରେ ଆସନ୍ତା ଫେବୃୟାରୀରେ କରୋନା ଟିକା ଉପଲବ୍ଧ ହେବ। ଭାରତ ବାୟୋଟେକ୍‌ ପକ୍ଷରୁ ଏହାର ଟିକା କୋଭାକ୍ସିନ୍‌ ପ୍ରଥମ ଥର ଲାଗି ଭାରତରେ ମିଳିବ।...

ହୋମ୍‌ କ୍ୱାରାଣ୍ଟାଇନ୍‌ ସମ୍ପୂର୍ଣ୍ଣ କଲେ ୧୦ ବିଦେଶ ଫେରନ୍ତା

କେନ୍ଦୁଝର,୨୯ା୩(ଡିଏନ୍‌ଏ): କେନ୍ଦୁଝର ଜିଲାରେ ଲକ୍‌ ଡାଉନ୍‌ ଚତୁର୍ଥ ଦିନରେ ପହଞ୍ଚିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଥିବା ସୂଚନା ମିଳିଛି।...

ପାକିସ୍ତାନ ଜେଲରେ ଆଠ ବର୍ଷ କାଟିଛନ୍ତି ତାଲିବାନର ନେତୃତ୍ୱ ନେବାକୁ ଯାଉଥିବା ମୁଲ୍ଲା

କାବୁଲ,୩ ।୯: ଆଫଗାନିସ୍ତାନରେ ଖୁବଶୀଘ୍ର ତାଲିବାନ ସରକାର ଗଠନ କରିବାକୁ ଯାଉଛି । କୁହାଯାଉଛି କି ଶୁକ୍ରବାର ସନ୍ଧ୍ୟା ଅଥବା ଦିନେ ଦୁଇଦିନ ମଧ୍ୟରେ ତାଲିବାନ...

ଦିଆ ମିର୍ଜାଙ୍କୁ କରୋନା ଟିକା ନେବା ପାଇଁ ମନାକଲେ ଡାକ୍ତର: ଜାଣନ୍ତୁ କାହିଁକି

ମୁମ୍ବାଇ: ଭାତରରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ସରକାର ତ୍ୱରାନ୍ବିତ କରିଛନ୍ତି। ଇତିମଧ୍ୟରେ ଅନେକ ଲୋକ ନିଜର ଟିକାକରଣ କରାଇ...

ଆମେରିକା ଟାର୍ଗେଟ୍‌ରେ ଆଇଏସ୍‌ ଆତଙ୍କବାଦୀ ବଗଦାଦି

ଓ୍ବାଶିଂଟନ,୨୭।୧୦: ଆଇଏସ୍‌ ଆତଙ୍କବାଦୀ ଅବୁ ବକର ଅଲ୍‌ ବଗଦାଦି ଆମେରିକା ସୈନ୍ୟ ବାହିନୀ ଟାର୍ଗେଟ୍‌ରେ ରହିଛନ୍ତି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍‌ରେ କିଛି...

ଘାତକ ପାଲଟିଛନ୍ତି ଇରାନ ସରକାର : ୧୨ ଦିନରେ ୬୪ ଜଣଙ୍କୁ ଫାଶୀ,…

ତେହେରାନ,୧୧।୫ : ଡ୍ରଗ୍ସ ଏବଂ ବଳାତ୍କାର ଅଭିଯୋଗରେ ଇରାନରେ ୭ ଜଣଙ୍କୁ ଫାଶୀ ଦିଆଯାଇଛି। ଗତ ୧୨ ଦିନ ମଧ୍ୟରେ, ଇରାନରେ ୬୪ ଜଣଙ୍କୁ ଫାଶୀ...

Advertisement
Archives

Model This Week