ମାସିକ ୨ ଶହ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଦିଆଯାଉ

ଅନୁଗୋଳ ଅଫିସ୍‌/ଅନୁଗୋଳ ସହର, ୨୫ା୧

ଶିଳ୍ପ ଓ କୋଇଲା ଖଣି ଦ୍ୱାରା ପ୍ରଦୂଷିତ ଅନୁଗୋଳ ଜିଲାବାସୀଙ୍କୁ ସର୍ବନିମ୍ନ ମାସକୁ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇଦେବା, ବିଦ୍ୟୁତ୍‌ ସେବାର ଘରୋଇକରଣ ବନ୍ଦ କରିବା, ବିଲ୍‌ ଆଦାୟ ନଁାରେ ଶୋଷଣ ଓ ବିଦ୍ୟୁତ୍‌ କାଟ୍‌ ବନ୍ଦ କରିବା ପାଇଁ ଶୁକ୍ରବାର ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅନୁଗୋଳ ଜିଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଦାବି କରାଯାଇଛି।
କମିଟି ପକ୍ଷରୁ କୁହାଯାଇଛି ଯେ, ଜିଲାରେ ଚାରିଟି ବୃହତ୍‌ ତାପଜ ବିଦ୍ୟୁତ୍‌ ଶିଳ୍ପ ସହିତ ୧୭ଟି କୋଇଲା ଖଣି ରହିଛି। ଉକ୍ତ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକରୁ ଦୈନିକ ପ୍ରାୟ ୭ ହଜାର ମେଗାୱାଟ୍‌ ବିଦ୍ୟୁତ୍‌ ଉପତ୍ାଦନ କରାଯାଇ ଓଡ଼ିଶା ସହ ଅନ୍ୟ ରାଜ୍ୟକୁ ପଠାଯାଉଛି। ମାତ୍ର ଦୀପତଳ ଅନ୍ଧାର ଭଳି ଜିଲାବାସୀ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ପାଇପାରୁନାହାନ୍ତି। ଅନେକ ଶିଳ୍ପପତି ଓ ବିଭିନ୍ନ କମ୍ପାନୀକୁ ଶହ ଶହ କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ଛାଡ କରାଯାଉଥିବାବେଳେ ସାମାନ୍ୟ କେତେ ଟଙ୍କା ପାଇଁ ସାଧାରଣ ଗ୍ରାହକଙ୍କ ବିଦ୍ୟୁତ୍‌ କାଟ୍‌ କରାଯାଉଛି। ବକେୟା ଦେବାକୁ ସରକାରୀ ସଂସ୍ଥାକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦିଆଯାଇଥିବାବେଳେ ପିଲାଙ୍କ ପରୀକ୍ଷା ମୁଣ୍ଡ ଉପରେ ଥାଇ ବି ସାଧାରଣ ଗ୍ରାହକଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯିବାକୁ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଉଛି। ଓଡ଼ିଶାରେ ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ତାପଜ ବିଦ୍ୟୁତ୍‌ ଶିଳ୍ପରୁ ରାଜ୍ୟ ପାଇଁ ୨୫ରୁ ୩୩ ପ୍ରତିଶତ ମାଗଣା ବିଦ୍ୟୁତ୍‌ ଯୋଗାଣ ପାଇଁ ଗତ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ତେଣୁ ଧୂଳି, ଧୂଆଁ, ପାଉଁଶ ପ୍ରଦୂଷଣରେ ଜର୍ଜରିତ ଅନୁଗୋଳ ଜିଲାବାସୀଙ୍କୁ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବିରେ ଯଥାର୍ଥତା ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି। ଅନୁଗୋଳ ଓ ତାଳଚେର ଡିଭିଜନରେ ଥିବା ସେସୁର ଚାରି ଲକ୍ଷ ଗ୍ରାହକଙ୍କ ବିଦ୍ୟୁତ୍‌ ଦେୟ ରାଜ୍ୟ ସରକାର ଚାହିଁଲେ କମ୍ପାନୀମାନଙ୍କ ସିଏସ୍‌ଆର୍‌ ଫଣ୍ଡ ଓ ଜିଲା ଖଣିଜ ପାଣ୍ଠିର ସୁଧ ଟଙ୍କାରୁ ଭରଣା କରାଯାଇପାରିବ ବୋଲି କମିଟି ପ୍ରକାଶ କରିଛି। ଆସନ୍ତା ଫେବୃୟାରୀ ୩ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି। କମିଟି ଆବାହକ ପ୍ରମୋଦ କୁମାର ପ୍ରଧାନ, ଅଭିମନ୍ୟୁ ସ୍ବାଇଁ, ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ବ୍ରଜବନ୍ଧୁ ସାହୁ, ଦିଲୀପ କୁମାର ଦାସ, ତୀର୍ଥବାସୀ ଭୋଇ, ଦାମୋଦର ଦାସ, ମାନସ ପାଳ, ରମେଶ ଚନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ଦାସ, ହେମନ୍ତ କୁମାର ଦାସ, ଅଶୋକ ପ୍ରଧାନ, ବଳରାମ ବେହେରା, ନିରୁପମା ପ୍ରଧାନ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା: ଓଡ଼ିଶାବାସୀଙ୍କ ପାଇଁ ଦ୍ବିତୀୟ ଘର କୋଲକାତା କହିଲେ…

ଭୁବନେଶ୍ୱର,୮।୫: ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି,୨୦୧୧ରେ ୩ ଆସନରୁ ୨୦୨୬ରେ ୨୦୦ ପାର୍‌ ଏକ ଅବିସ୍ମରଣୀୟ ଯାତ୍ରା।…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶୁଭେନ୍ଦୁ ଯଜ୍ଞଙ୍କୁ ଆସିଛି ଡକରା

ବଞ୍ଚୋ,୮।୫(ପ୍ରଦୋଷ ବିଶ୍ୱାଳ): ପଶ୍ଚିମବଙ୍ଗରେ ଶନିବାର ଭାଜପା ସରକାର ଗଠନ କରିବ। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ସ୍ବରାଷ୍ଟ…

ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା

ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଶ୍ୱଶୁରଘର ପିଣ୍ଡାରେ ଝୁଲୁଛି ଜ୍ୱାଇଁଙ୍କ ମୃତଦେହ, ସ୍ତ୍ରୀ-ଝିଅଙ୍କୁ ନେବାକୁ ଆସି…

ବାସୁଦେବପୁର,୮ା୫(କାଳୀପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପଞ୍ଚାୟତର ରାଉତ ସାହିରେ ଶ୍ୱଶୁର ଘର ପିଣ୍ଡାରେ ସନ୍ଦେହ ଜନକ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି। ସେ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri