ପରିବହନ ସଂଘ ସହ ପ୍ରଶାସନର ବୈଠକ: ମାଲ୍‌ ପରିବହନ ପାଇଁ ସଜାଗ ରୁହ

ଅନୁଗୋଳ ଅଫିସ, ୨୫।୩ – ଅନୁଗୋଳ ଜିଲାରେ ଲକ୍‌ଡାଉନ ସହ ୧୪୪ ଧାରା ବଳବତ୍ତର ଥିବାରୁ ଲୋକମାନଙ୍କୁ କିପରି ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ କରାଯାଇପାରିବ ସେଥିପାଇଁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍‌ପି ଜଗମୋହନ ମୀନା ଉପସ୍ଥିତ ଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଯଥା ରାଶନ ସାମଗ୍ରୀ ଓ ପନିପରିବା, ଔଷଧ ପରିବହନରେ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିପାଇଁ ସଜାଗ ରହିବାକୁ ଜିଲାପାଳ ଟ୍ରକ୍‌ ମାଲିକ ସଂଘ ଓ ଅନ୍ୟ ପରିବହନ ସଂଘର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।
ମାଲ ପରିବହନ ସମୟରେ ଚାଳକମାନଙ୍କୁ ଖାଦ୍ୟ ଉପଲବ୍ଧ କରାଇବା ପାଇଁ ଜାତୀୟ ରାଜପଥର କିଛି ଢାବାକୁ ଖୋଲା ରଖାଯିବା ସହ ସହରର ୨/୩ଟି ପ୍ରମୁଖ ଛକରେ ଥିବା ଗାଡ଼ିରେ ଯନ୍ତ୍ରାଂଶ ଦୋକାନ ଖୋଲା ରଖାଯିବ ବୋଲି ଜିଲାପାଳ ମହାନ୍ତି ସୂଚନା ଦେଇଥିଲେ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଭଳି ପରିସ୍ଥିତି ସୃଷ୍ଟି ନ କରିବାକୁ ଜିଲାପାଳ ପାଇକାରୀ ବିକ୍ରେତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବହୁ ସାମଗ୍ରୀ ପଶ୍ଚିମବଙ୍ଗ, କର୍ନାଟକ, ନାଗପୁର ଓ ରାୟପୁରରୁ ଆସୁଥିବାରୁ ପରିବହନରେ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ବିକ୍ରେତାମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତି ୭ ଦିନରେ ଥରେ ଉପଲବ୍ଧ ରାଶନ ସାମଗ୍ରୀର ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ପାଇକାରୀ ବିକ୍ରେତାମାନେ ଅବଗତ କରିବା ସହ ରିଟେଲର ପଏଣ୍ଟକୁ ଆବଶ୍ୟକତା ଅନୁଯାୟୀ ମାଲ୍‌ ପଠାଇବାକୁ ଜିଲାପାଳ କହିଥିଲେ। ବୈଠକରେ ରାଜ୍ୟ ଟ୍ରକ୍‌ ମାଲିକ ସଂଘ ଓ ଜିଲା ଟ୍ରକ୍‌ ମାଲିକ ସଂଘ ସଭାପତି ବିଭୂତି ଭୂଷଣ ଦାସ, ଜିଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଡ୍ରଗସ୍‌ ଇନ୍ସପେକ୍ଟର ଏମ୍‌. ଶତପଥୀ, ଜିଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏଶନ୍‌ର ସମ୍ପାଦକ ନର୍ମଳ ଚନ୍ଦ୍ର ମିଶ୍ର, ବିଭିନ୍ନ ଔଷଧ ବିତରକ ସଂସ୍ଥା, ରାଶନ ସାମଗ୍ରୀ ପାଇକାରୀ ବିକ୍ରେତା ଓ ପରିବହନ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଫସିରହିଛି ହାତୀ

ସବଡେଗା,୩ା୧୨(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସବଡେଗା ବ୍ଲକର ଡମକୁଡା ପଞ୍ଚାୟତର ଭଦ୍ରାପଡ଼ା ଗାଁମୁଣ୍ଡ ଜଙ୍ଗଲ ପାଖେ ଥିବା ଛୋଟ ପୋଖରୀରେ ଶନିବାର ରାତିରୁ ଏକ ହାତୀ...

କୋରାପୁଟରେ ଭାଲୁ ଆକ୍ରମଣ ଜଣେ ଗୁରୁତର 

କୋରାପୁଟ,୩।୧୨(ଅମିତାଭ ବେହେରା): କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚଯାତର ରଙ୍ଗେଇଗୁଡା ଗ୍ରାମ ନିକଟରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଜିତେନ୍ଦ୍ର କୁମାର...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ...

କାର୍ଯ୍ୟାଳୟରେ ତାଲା, ଅନୁକମ୍ପା ରାଶି ନ ପାଇ ଫେରିଲେ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୩।୧୨(ମମତା ଜେନା)ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସମୟ ଚାଲିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସମୁଦ୍ରରୁ ମାଛ ମାରିବା ନିଷେଦ୍ଧ କରାଯାଇଛି। ଏହି ସମୟ ଭିତରେ...

ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ...

ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ...

ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ...

ପ୍ରକଳ୍ପ ଅଛି, ମିଳୁନି ପାଣି: ବସୁଧା ଯୋଜନାରୁ ଗ୍ରାମବାସୀ ବଞ୍ଚିତ

କାଲିମେଳା, ୩ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ତେଲରାଇ ଗ୍ରାମରେ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri