ମାଲଗୋଦାମରେ ଜିଲା ଯୋଗାଣ ବିଭାଗର ଚଢ଼ାଉ: ପିଆଜ ୭୦, ଆଳୁ ୨୦ଟଙ୍କାରେ ବିକ୍ରି ପାଇଁ ତାଗିଦ

କଟକ ଅଫିସ,୨୮ା୧୨: କଟକ ଜିଲା ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଟକ ମାଲଗୋଦାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଜିଲା ଯୋଗାଣ ବିଭାଗ ଅଧିକାରୀ ଅମର କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ଏହି ସମୟରେ ହୋଲସେଲର ବ୍ୟବସାୟୀମାନଙ୍କୁ ପିଆଜ କିଲୋ ପିଛା ୭୦ଟଙ୍କା ଓ ଆଳୁ କିଲୋ ୨୦ଟଙ୍କାରେ ବିକ୍ରୟ କରିବାକୁ ଯୋଗାଣ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଖୁଚୁରା ବ୍ୟବସାୟୀମାନଙ୍କୁ ପିଆଜ କିଲୋ ପିଛା ସର୍ବାଧିକ ୮୦ ଏବଂ ଆଳୁ କିଲୋ ୨୩ରୁ ୨୫ଟଙ୍କା ମଧ୍ୟରେ ବିକ୍ରୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅବମାନନା କଲେ କିମ୍ବା ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ମହାପାତ୍ର ତାଗିଦ କରିଛନ୍ତି। ପ୍ରକାଶ ଥାଉ କି, ବିଗତ କିଛି ଦିନ ହେବ ପିଆଜ ଦର ଆକାଶ ଛୁଆଁ ହୋଇଥିବାବେଳେ ଏବେ ଆଳୁ ଦର ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖୋଲା ବଜାରରେ ପିଆଜ କିଲୋ ୧୨୦ରୁ ୧୩୦ଟଙ୍କା ପର୍ଯ୍ୟନ୍ତ ବିକ୍ରୟ କରାଯାଉଥିବାବେଳେ ଆଳୁ କିଲୋ ୩୦ଟଙ୍କା ଛୁଇଁଛି । ଆଳୁ ଓ ପିଆଜକୁ ନେଇ ସାଧାରଣ ଜନତା ଚିନ୍ତାରେ ପଡ଼ିଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

ପାଇକମାଳ,୧୪।୭(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଲ ବ୍ଳକ ଝିଟିକି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବୁଧବାର ରାତିରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ାରେ...

୩ରୁ ଆରମ୍ଭ ହେବ ଯୁକ୍ତ୨ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର,୧।୯(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ଫଳରେ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ଅଫ୍‌ଲାଇନ ପରୀକ୍ଷା ସୁଯୋଗ ଦିଆଯିବ। ଏଥିପାଇଁ ଆସନ୍ତା ୩ ତାରିଖରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ...

୧୦ରେ ବର୍ଷର ପ୍ରଥମ, ଶେଷ ବଳୟ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୬।୬ (ବ୍ୟୁରୋ): ଆସନ୍ତା ୧୦ ତାରିଖରେ ୨୦୨୧ର ପ୍ରଥମ ତଥା ଶେଷ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ବଳୟ ସୂର୍ଯ୍ୟୋପରାଗ ଉତ୍ତର କାନାଡା, ଗ୍ରୀନ୍‌ଲାଣ୍ଡ...

ଗୁଳି, ଭୁଜାଲି ମାଡ଼ ଘଟଣା:୨ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୦।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସଷ୍ଟାଣ୍ଡ ନିକଟରେ ଗୁରୁବାର ଘଟିଥିବା ଗୁଳି ଓ ଭୁଜାଲି ମାଡ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ...

ହେଟାବାଘ ଆକ୍ରମଣରେ ୧୯ ଛେଳି ମୃତ

ରଣପୁର,୨୯।୮(ସ୍ବ.ପ୍ର.): ରଣପୁର ବ୍ଲକ କଙ୍କିଆ ସାଅଁ।ତରାପୁର ଗଁ।ରେ ହେଟାବାଘ ଆତଙ୍କ ଦେଖାଦେଇଛି । ମଙ୍ଗଳବାର ରାତିରେ ହେଟାବାଘ ଆକ୍ରମଣରେ ୧୯ ଛେଳି ମରିଯାଇଥିବାବେଳେ ୪ ଛେଳିକୁ...

ସ୍କୁଲରେ ତାଲା, ପାଠପଢ଼ା ବ୍ୟାହତ

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ୩ଦଫା ଦାବି ନେଇ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ଦିନ ହେଲା ଧାରଣାରେ ବସିଛନ୍ତି ଖୋର୍ଦ୍ଧା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ। ସେପଟେ...

କନ୍ୟା ସୁରକ୍ଷା ଲାଗି ବାହାରିଲା ଶୋଭାଯାତ୍ରା

ପୁରୁଷୋତ୍ତମପୁର,୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ସମନ୍ବୟ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ବିଭାଗ ପକ୍ଷରୁ ସିଡିପିଓ ସବିତା ଚ୍ୟାଉପଟ୍ଟନାୟକଙ୍କ ସଂଯୋଜନାରେ କନ୍ୟାରତ୍ନ ସୁରକ୍ଷା ନେଇ...

ମନରେଗା କାର୍ଯ୍ୟରେ ଅଗ୍ରଗତି ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରଛନ୍ତି। ତେବେ...

Advertisement
Archives

Model This Week