Posted inଜାତୀୟ

ମାର୍ଚ୍ଚ ୫ରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ: ବ୍ୟବହାର ହେବ ବାଲଟ ପେପର

ଶ୍ରୀନଗର,୧୩।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଗୁରୁବାର ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ୫ରୁ ମାର୍ଚ୍ଚ ୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଜମ୍ମୁରେ ୪ଟି ପର୍ଯ୍ୟାୟରେ ଏବଂ କଶ୍ମୀରରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏସମ୍ପର୍କରେ ଜମ୍ମୁ-କଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ଆଚରଣ ବିଧି ଲାଗୁ ହୋଇଥିବା ସେ କହିଛନ୍ତି। ମତଦାନ ପାଇଁ ବାଲଟ ପେପର ବ୍ୟବହାର ହେବ। ମାର୍ଚ୍ଚ ୫, ୭, ୯, ୧୨, ୧୪, ୧୬, ୧୮ ଏବଂ ୨୦ରେ ମତଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଲଦାଖରେ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କଠାରୁ କୌଣସି ନିର୍ଦ୍ଦେଶ ମିଳି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ଜେଲ୍‌ରେ ଅପରାଧୀଙ୍କ ଜନ୍ମଦିନ ପାଳିବା: ଜେଲର୍‌ ନିଲମ୍ବିତ

ପାଟନା,୩।୯: କିଛିଦିନ ତଳେ ବିହାରର ସୀତାମଢି ଜେଲ୍‌ରେ ଜଣେ ଅପରାଧୀଙ୍କ ଜନ୍ମଦିନ ପାଳିବା ଏବେ ଜେଲର୍‌ଙ୍କ ପାଇଁ ମହଙ୍ଗା ପଡିଛି। ଅପରାଧୀ ଜଣଙ୍କ ଜନ୍ମଦିନ ପାଳିବା,...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା

ନୂଆଦିଲ୍ଲୀ, ୧୪।୯- ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ  ସିସୋଦିଆ। ଏ ନେଇ ସୋମବାର ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ...

ଟୁଇଟର ଯୁଦ୍ଧରେ ପ୍ରଣବଙ୍କ ଝିଅ-ପୁଅ

ନୂଆଦିଲ୍ଲୀ, ୧୬।୧୨: ରାଷ୍ଟ୍ରପତି ଥିବାବେଳର ଅଭିଜ୍ଞତା ଓ କଂଗ୍ରେସର ନେତୃତ୍ୱକୁ ନେଇ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’...

ଦିଲ୍ଲୀ ପରାଜୟ ପରେ ଇସ୍ତଫାକୁ ନେଇ ଦଳ କରିବ ଆତ୍ମସମୀକ୍ଷା: ମନୋଜ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିପାରିନାହିଁ। ଦଳର ଶୋଚନୀୟ ପରାଜୟ ପରେ ଦିଲ୍ଲୀ ଭାଜପା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି,...

ପୁଲୱାମାରେ ସବ୍ ଇନ୍ସପେକ୍ଟରଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ,୧୮ ।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ମିଳିଛି ଆଉ ଏକ ସଫଳତା । ପୁଲୱାମାରେ ଆତଙ୍କବାଦୀମାନେ ଜଣେ ସବ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା...

ଆଧାର ଲାଗି ବିଳମ୍ବ ହେଲା ଅନ୍ତିମ ସଂସ୍କାର

ବେଙ୍ଗାଲୁରୁ,୧୨।୨: ଗତ ସପ୍ତାହରେ ବେଙ୍ଗାଲୁରୁ ବିଜୟନଗରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଉପୁଜିଥିଲା। କାରଣ ମୃତକଙ୍କ ଆଧାର...

ଗ୍ୟାଙ୍ଗ୍‌ଷ୍ଟର ଛୋଟା ରାଜନଙ୍କୁ ୧୦ ବର୍ଷ ଜେଲ୍‌

ମୁମ୍ବାଇ,୧୭ା୩: ଏକ ହତ୍ୟା ଉଦ୍ୟମ ମାମଲାରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ମଙ୍ଗଳବାର ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା...

ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚା ମୂର୍ତ୍ତି ନିର୍ମାଣ କରୁଛନ୍ତି ନନ୍ଦଲାଲ ପଣ୍ଡିତ

ଜୟପୁର,୧୦।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚା ମୂର୍ତ୍ତି ନିର୍ମାଣ ଜାରି ରହିଛି। ଏହାକୁ ଖ୍ୟାତି ସମ୍ପନ୍ନ କାରିଗର ନନ୍ଦଲାଲ୍‌ ପଣ୍ଡିତ...

Advertisement
Archives

Model This Week