‘ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ସାର’

ଢେଙ୍କାନାଳ ଅଫିସ, ୧।୩ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ସନ୍ଧ୍ୟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ ସଂଗ୍ରହ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ସୁଧୀର ସାମଲ ମିଲରଙ୍କ ଧାନ ସଂଗ୍ରହ କରିବା କ୍ଷମତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ଜିଲାରେ ୧୨ଲକ୍ଷ ୯୨ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏବେ ସୁଦ୍ଧା ୧୪ଲକ୍ଷ ୨୦ହଜାର ୩୦୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କରିଛନ୍ତି। ଅବଶିଷ୍ଟ ୧ଲକ୍ଷ ୨୮ହଜାର ୩୦୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ସରକାରଙ୍କୁ ଅନୁମତି ମାଗିବା ଲାଗି ନିଷ୍ପତ୍ତି ହୋଇଛି। ଧାନ ଅଖା ବାବଦ ଟଙ୍କା ସିଧାସଳଖ ଚାଷୀଙ୍କୁ ପ୍ରଦାନ, ଅଧା ଧାନ ବିକିଥିବା ଟୋକନଧାରୀ ଚାଷୀଙ୍କ ପୁନର୍ବାର ଟୋକନ ପ୍ରଦାନ କରିବା, ଧାନ ଥିବା ଯାଏ ମଣ୍ଡି ଖୋଲା ରଖିବା, ଜିଲାରେ ଅମଳ ହେଉଥିବା ପ୍ରାୟ ୩୦ ହଜାର କୁଇଣ୍ଟାଲ ରବି ଧାନ ସଂଗ୍ରହ ଲାଗି ମଣ୍ଡି ଖୋଲିବାକୁ ବିଧାୟକ ଏବଂ ଚାଷୀ ପ୍ରସ୍ତାବ ଦେଇଥିଲେ।
ବିଧାୟିକା ସୀମାରାଣୀ ନାୟକ, ଜିଲା ପରିଷଦ ଅଧ୍ୟକ୍ଷା ମିନତି ନାୟକ, ଉପଜିଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉଦୟ କୁମାର ମହାପାତ୍ର, ସମବାୟ ସମିତି ଉପନିବନ୍ଧକ ସଂଗ୍ରାମ ରାଉତ, ଏମ୍‌ପିଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଅଗ୍ରଣୀ ଚାଷୀ, ମିଲରଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସହାୟତା ପାଇଁ ସର୍ବଦା ପ୍ରସ୍ତୁତ କିନ୍ନର’

ଢେଙ୍କାନାଳ ଅଫିସ, ୧୧।୫: କିନ୍ନର ସମାଜ ସହାୟତା କରିବାକୁ ସର୍ବଦା ପ୍ରସ୍ତୁତ। ସୁଯୋଗ ମିଳିଲେ ପ୍ରଶାସନକୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ଢେଙ୍କାନାଳ ପୌରାଞ୍ଚଳର ବନମାଳିପ୍ରସାଦସ୍ଥିତ...

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭୁବନ, ୪।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅଧୀନ ୧ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପତି(୪୦)ଙ୍କ ମୃତଦେହକୁ ପୋଲିସ ମଙ୍ଗଳବାର ରାସ୍ତାପାର୍ଶ୍ୱରୁ ଉଦ୍ଧାର କରିଛି। ମୃତକଙ୍କ ବାପା...

କୂଅ ପାଣିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ବାପ-ପୁଅ ଗୁରୁତର

ଭାପୁର,୨୨।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭାପୁର ଫାଣ୍ଡି ଅନ୍ତର୍ଗତ ଗଞ୍ଜେଇଡ଼ିହି ଗ୍ରାମରେ କୂଅ ପାଣି ବ୍ୟବହାରକୁ ନେଇ ଶନିବାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି ।ଲ...

ବନ୍ୟା ବଢ଼ାଇଲା ଦୁର୍ଦ୍ଦଶା

ଭୁବନ, ୨୦।୮(ଡି.ଏନ.ଏ.): କରୋନା ସଙ୍କଟ ଭିତରେ ଚାଷୀକୂଳକୁ ଦାଉ ସାଜିଛି ବନ୍ୟା। ଆର୍ଥିକ ଅନଟନ ଭିତରେ ବଳଜୁଟାଇ କରିଥିବା ଚାଷକୁ ଧୋଇନେଇଛି ବଢ଼ି। ଜଳମଗ୍ନ ହୋଇପଡ଼ିଛି...

ଡୋକ୍ରା ଶିଳ୍ପକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୩।୪ – କୋଭିଡ୍‌-୧୯ ସଂକ୍ରମଣରେ ପ୍ରଭାବିତ ହୋଇଛି ସମଗ୍ର ଶିଳ୍ପ ଜଗତ। ଏଥିରୁ ବାଦ୍‌ ପଡ଼ିନି ପାରମ୍ପରିକ ହସ୍ତଶିଳ୍ପ। ଖାସ୍‌ କରି ଲକ୍‌ଡାଉନ...

ପ୍ରଥମ ଦିନରେ ଭୁବନର ସମସ୍ତ ମହାବିଦ୍ୟାଳୟରେ ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା

ଭୁବନ,୨୧ା୯(ଡି.ଏନ୍‌.ଏ.): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ସମସ୍ତ ମହାବିଦ୍ୟାଳୟରେ +୨ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ଭୁବନ ଏନ୍‌ଏସିର ମହିଳା ମହାବିଦ୍ୟାଳୟ,...

ମେଡିକାଲ ପରୀକ୍ଷା: ଇ-ଟେକ୍‌ର ୧୯ ଛାତ୍ରୀଛାତ୍ର ସଫଳ

ଢେଙ୍କାନାଳ ଅଫିସ, ୭।୬- ଢେଙ୍କାନାଳ ଇ-ଟେକ୍‌ ଆବାସିକ ମହାବିଦ୍ୟାଳୟର ୧୯ଜଣ ଛାତ୍ରୀଛାତ୍ର ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ସଫଳତା ହାସଲ କରିଛନ୍ତି ା ଶିବନନ୍ଦନ...

ଫନୀ ବିପନ୍ନଙ୍କୁ ସହାୟତା: ଭୁବନ ଶିକ୍ଷକ ସଂଘ ଦେଲା ୮୨,୨୦୦

ଭୁବନ, ୩୧।୫(ଡି.ଏନ.ଏ.)-ଭୁବନ ଶିକ୍ଷକ ସଂଘ ପକ୍ଷରୁ ଫନୀ ବାତ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଦାୟ କରାଯାଇଥିବା ୮୨,୨୦୦ ଟଙ୍କାର ସହାୟତା ଚେକ୍‌ ଜିଲାପାଳଙ୍କ ଜରିଆରେ...

Play 250+ Trending Games
Archives

Model This Week

Why Dharitri