ମାର୍ଚ୍ଚରେ ସରିବ ୩ ଖଣି ଲିଜ ଅବଧି : ପୁନଃ ଲିଜ୍‌ ଦୌଡ଼ରେ ଟାଟା ଷ୍ଟିଲ, ବିସି ମହାନ୍ତି, ମିଶ୍ରିଲାଲ

ଯାଜପୁର ଅଫିସ/କାଳିଆପାଣି(ଡି.ଏନ.ଏ.),୨୬ା୮: ଆଉ ମାତ୍ର ୭ମାସ ପରେ ଯାଜପୁର ଜିଲା ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳ ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ ଖଣି, ବିସି ମହାନ୍ତି କମର୍ଦ୍ଦା ଖଣି ଓ ମିଶ୍ରିଲାଲର ସାରୁଆବିଲ କ୍ରୋମ ଖଣି ଅବଧି ଶେଷ ହେବାକୁ ବସିଛି। ନିକଟରେ କମର୍ଦ୍ଦା ଓ ସାରୁଆବିଲ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମାଇନ୍ସ ଆଣ୍ଡ ମିନେରାଲ୍ସ, ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ (ଏମଏମଡିଆର) ଆକ୍ଟ-୨୦୧୫ ଅନୁଯାୟୀ ନିଲାମ କରାଯିବ। ତେଣୁ ନିଲାମ ପ୍ରକ୍ରିୟା ଦେଇ ଏହି ଖଣି ମାଲିକମାନେ ପୁଣି ଲିଜ୍‌ ପାଇବେ କି ନାହିଁ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଶେଷ କରି ସ୍ଥାନୀୟ ଗାଡି ମାଲିକ, କର୍ମଚାରୀ ଓ ଶ୍ରମିକଙ୍କ ମହଲରେ ଭାଳେଣି ପଡିଛି। ତେବେ ଲିଜ୍‌ ପାଇଥିବା ଖଣି ମାଲିକମାନେ ଖଣିଜ ସମ୍ପଦ ଉତ୍ତୋଳନ ହାରରେ କିଏ କେତେ ଅଞ୍ଚଳର ବିକାଶ କରିଛି ତାକୁ ଲିଜ ପ୍ରକ୍ରିୟା ସମୟରେ ରାଜ୍ୟ ସରକାର ମାପଦଣ୍ଡ ଭାବେ ନେଇ ପାରନ୍ତି ବୋଲି ମତପ୍ରକାଶ ପାଉଛି।
ସୁକିନ୍ଦା ବ୍ଲକ କାଳିଆପାଣି ଅଞ୍ଚଳରେ ଭାରତ ବର୍ଷର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ କ୍ରୋମାଇଟ ଗଚ୍ଛିତ ରହିଛି। କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଆଗାମୀ ଦିନରେ ଓଡିଶାର ୩୪ଟି ଖଣି ନିଲାମ ହେବାକୁ ଥିବାବେଳେ ସେଥିରୁ ସୁକିନ୍ଦାର ୩ଟି ଖଣି ରହିଛି। ସୁକିନ୍ଦା ଖଣି ଅଞ୍ଚଳରେ ୨୩୯୧.୭୯ ହେକ୍ଟର ପରିମିତ ବିଶିଷ୍ଟ ମୋଟ ୧୨ଟି ଖଣିରୁ ବାର୍ଷିକ ୨୫୮୯୬୫.୫୭୪ ମେଟ୍ରିକ ଟନ କ୍ରୋମାଇଟ ଉତ୍ତୋଳନ ହେଉଛି। ଟାଟା, ମିଶ୍ରିଲାଲ ଓ ବିସି ମହାନ୍ତି ଖଣିକୁ ବାଦ ଦେଲେ ଓଡ଼ିଶା ଖଣି ନିଗମ, ଜିନ୍ଦଲ, ବାଲେଶ୍ୱର ଆଲଏଜ, ଫେକର, ଆଇଡିସି, ଇମ୍ଫା ଭଳି କଂପାନୀ କ୍ରୋମ ଉତ୍ତୋଳନ କରୁଛନ୍ତି। ଏହି ସମସ୍ତ ଖଣିରୁ ବାର୍ଷିକ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ବ ଆକାରରେ ମିଳିଥାଏ। ଏଥିରୁ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ହୋଇଥାଏ। ନିକଟରେ ଓଡ଼ିଶା ସରକାରଙ୍କ ୬୫.୬୮୩ ହେକ୍ଟର ବିଶିଷ୍ଟ ଆଇଡିସି ତୈଳଙ୍ଗି ଖଣି ବନ୍ଦ ହେବା ଦ୍ୱାରା ୮୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀଙ୍କ ଜୀବିକା ଯାଇଛି। ଏହା ପୂର୍ବରୁ ୮୯ ହେକ୍ଟର ବିଶିଷ୍ଟ ଜିନ୍ଦଲ ଖଣି ବନ୍ଦ ହୋଇପଡିଛି। ଏଥିରେ ନିୟୋଜିତ ୪ଶହରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ଦାନାପାଣି ଯାଇଛି। ଏହିକ୍ରମରେ ୪୦୬ ହେକ୍ଟର ବିଶିଷ୍ଟ ଟାଟାର ସୁକିନ୍ଦା କ୍ରୋମାଇଟ ମାଇନ୍ସ ୨୦୨୦ ମାର୍ଚ୍ଚ ସୁଦ୍ଧା ବନ୍ଦ ହୁଏ ତେବେ ଏହି ଖଣିରୁ ଉତ୍ତୋଳନ ହେଉଥିବା ଅନୂ୍ୟନ ୯୨୬୮୬୧.୧୮୮ ମେଟ୍ରିକ ଟନ କ୍ରୋମ ଉତ୍ତୋଳନ ବାଧାପ୍ରାପ୍ତ ହେବ। ଯାହା ଦ୍ୱାରା ଟାଟାର ନିଜସ୍ବ କାରଖାନା ସହିତ ଦେଶ ଓ ବିଦେଶରେ ଥିବା ବହୁ କ୍ରୋମ ଭିତ୍ତିକ ଶିଳ୍ପ ପ୍ରଭାବିତ ଏବଂ ବନ୍ଦ ହେବାର ସମ୍ଭାବନା ରହିଛି। ସେହିପରି ଏହି ଖଣିରେ କାର୍ଯ୍ୟ କରୁଥିବା ୩୫୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ଜୀବିକା ପ୍ରଭାବିତ ହେବ। ତେବେ ଯିଏ ବି ଏହି ଖଣି ଲିଜ ପାଇବ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକ ପୁଣି ସେଠାରେ ନିୟୋଜିତ ହେବା ନେଇ ଆଶଙ୍କା ଦେଖାଦେଇଛି। ତେବେ ନିକଟରେ ୨୪୬.୮୫୮ ହେକ୍ଟର ବିଶିଷ୍ଟ ମିଶ୍ରିଲାଲର ସାରୁଆବିଲ ଖଣି ଏବଂ ୧୦୭.୨୪ ହେକ୍ଟର ବିଶିଷ୍ଟ ବିସି ମହାନ୍ତି ଆଣ୍ଡ ସନ୍ସ କ୍ରୋମାଇଟ ଖଣିର ନିଲାମ ପାଇଁ ସରକାର ନୋଟିସ ଜାରି କରିଛନ୍ତି। କିନ୍ତୁ ଟାଟା କମ୍ପାନୀ ଖଣି ଲିଜ ସଂକ୍ରାନ୍ତରେ ରାଜ୍ୟ ସରକାର ନୀରବ ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି। ପ୍ରାୟ ୧୯୫୨ ମସିହାରୁ ଟାଟା ଖଣି ଏଠାରେ କ୍ରୋମାଇଟ ଉତ୍ତୋଳନ କରୁଛି। ତଦନୁସାରେ ସୁକିନ୍ଦା ଖଣି ଅଞ୍ଚଳର ଯେଭଳି ବିକାଶ ହେବା କଥା ତାହା ହୋଇପାରି ନାହିଁ। ଏବେ ବି ସୁକିନ୍ଦା ଖଣି ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଭଳି ସମସ୍ୟା ଲାଗି ରହିଛି। ନଗଡ଼ାରେ ଅପପୁଷ୍ଟି ଜନିତ ଶିଶୁମୃତ୍ୟୁ ସାରା ଭାରତରେ ବଦନାମ ଆଣିଛି। ଏଥିଯୋଗୁ ଟାଟା ଷ୍ଟିଲ ଉପରେ ସରକାର ଆଉ ଭରସା କରିବେ କି ନାହିଁ ତାହା ସନ୍ଦେହରେ ରହିଛି। ଟାଟା ଷ୍ଟିଲ ବିଭିନ୍ନ ପାରିପାର୍ଶ୍ୱିକ କାର୍ଯ୍ୟକ୍ରମ ଚଳାଇଛି ସତ ହେଲେ ୬୭ ବର୍ଷର କ୍ରୋମାଇଟ ଉତ୍ତୋଳନ ହାରକୁ ଅବଲୋକନ କଲେ ବିକାଶ ନଗଣ୍ୟ ବୋଲି ମତପ୍ରକାଶ ପାଉଛି। ତେଣୁ ଯିଏ ବି ଏହି ୩ ଖଣିର ଲିଜ ପାଇବ, ସେ ବିକାଶକୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦେବେ ବୋଲି ସରକାର ଚିନ୍ତା କରୁଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ଖଣି ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ, ଲିଜ ଅବଧି ସରିବା ପରେ ଆଇନ ଓ ନିୟମ ଅନୁସାରେ ଲିଜ ଦିଆଯିବ। ଏଥିପାଇଁ ୨ଟି ଖଣିର ନିଲାମ ପ୍ରକ୍ର୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?