ରିଆମାଳ,୪।୧୨(ଡି.ଏନ୍.ଏ.)-ଦେବଗଡ଼ ଜିଲା ରିଆମାଳ ବ୍ଲକ ସଦର ମହକୁମା ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରାଯିବାକୁ ରିଆମାଳ ଗ୍ରାମବାସୀ ବିରୋଧ କରିଛନ୍ତି ା ଏ ନେଇ ସେମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ା
୧୯୫୯ରେ ସ୍କୁଲ ହତାରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା ା ଏଥିଯୋଗୁ ସ୍କୁଲର ସୌନ୍ଦର୍ଯ୍ୟ ଏବଂ ପରିବେଶ ପ୍ରଭାବିତ ହୋଇଥିଲା ା ସେହି ଦୋକାନଘରଗୁଡିକ ଭାଙ୍ଗିରୁଜି ଯିବା ପରେ ନୂତନ ଭାବେ ନିର୍ମାଣ ପାଇଁ ଯୋଜନା ହେଉଛି ା ଏକଥା ଜଣା ପଡ଼ିବାପରେ ଗ୍ରାମବାସୀ ତଥା ମୋ ସ୍କୁଲ ଅଭିଯାନ କମିଟି ତରଫରୁ ଏହାକୁ ବିରୋଧ କରାଯାଇଛି ା ଉକ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଉ ଓ ସ୍କୁଲ ଜମି ଫେରାଇ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ା ଅନ୍ୟପକ୍ଷେ ଉକ୍ତ ଦୋକାନ ଗୃହଗୁଡିକୁ ଅନ୍ୟତ୍ର ନିର୍ମାଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ା ଏ ନେଇ ସେମାନେ ଏକ ଦାବିପତ୍ର ବିଡିଓ ଦିବ୍ୟଶଙ୍କର ଜୟପୁରିଆଙ୍କୁ ବୁଧବାରି ପ୍ରଦାନ କରିଛନ୍ତି ା ଏ ସଂକ୍ରାନ୍ତରେ ବିଡିଓ ଜୟପୁରିଆ କହିଛନ୍ତି ଗ୍ରାମବାସୀଙ୍କ ଦାବିପତ୍ର ପାଇଛି ା ଏହି ଅଭିଯୋଗର ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ା ଗ୍ରାମବାସୀଙ୍କ ତରଫରୁ ଶିକ୍ଷକ ଯୋଗେଶ୍ୱର ବିଶ୍ୱାଳ, ହାଇସ୍କୁଲ ମୋ ସ୍କୁଲ ଅଭିଯାନ ସଭାପତି ଯଦୁମଣୀ ସାହୁ, ହରିଶ୍ଚନ୍ଦ୍ର ବିଶ୍ୱାଳ, ଶିକ୍ଷକ ରମାକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ା

୩ ମାସ ଗୁରୁତ୍ୱପୂର୍ଣ୍ଣ: ଡିଏମ୍ଇଟି
ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ଋତୁ। ୩ ମାସ ଦୋକାନ ବଜାରରେ ଲୋକଙ୍କ ଭିଡ଼ ଅଧିକ ହେବ। ତେଣୁ ଏହି ସମୟରେ ପୁଣିଥରେ ସଂକ୍ରମଣ ବଢ଼ିବ...

ଭାବବିହ୍ବଳ କଲା କୁନିଝିଅଙ୍କ ନିବେଦନ
ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ୨୧ ଦିନିଆ ଲକ୍ଡାଉନ୍କୁ ମାନି ନିଜ ନିଜ ଘରେ ସୁରକ୍ଷିତ ରହିବାକୁ...

ଭକ୍ତଙ୍କ ବିଶ୍ୱାସ ସହ ଖେଳ: ଅଙ୍ଗାର ପରେ ଚାଉଳ, ପନିପରିବା ମାନକୁ ନେଇ ଉଠିଲା ପ୍ରଶ୍ନ
ପୁରୀ ଅଫିସ,୨୪ା୧:ଶ୍ରୀମନ୍ଦିର ଭିତରକୁ ଯାଉଛି ବାହାର ଅଙ୍ଗାର। ଏହି ଅଙ୍ଗାରରେ ରୋଷଘରେ ପ୍ରସ୍ତୁତ ହେଉଛି ମହାପ୍ରସାଦ। ଏ ନେଇ ଗତ ଡିସେମ୍ବର ୧୮ତାରିଖ ଛତିଶା ନିଯୋଗ...

ମହିଳା ସଶକ୍ତୀକରଣ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର: ନବୀନ
ଭୁବନେଶ୍ୱର,୨୩।୭(ଅନିଲ ଦାସ): ମହିଳା ସଶକ୍ତୀକରଣ ଆମ ପାଇଁ ଏକ ସ୍ଲୋଗାନ ନୁହେଁ, ଏହା ଆମ ପ୍ରଗତିର ମନ୍ତ୍ର । ମୁଁ ସବୁବେଳେ କହି ଆସିଛି ଆଉ...

ରକ୍ତଭଣ୍ଡାର କାର୍ଯ୍ୟନିର୍ବାହୀ କମିଟି ପୁନର୍ଗଠନ ନେଇ ଜାରି ହେଲା ମାର୍ଗଦର୍ଶିକା
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ଥିବା ରକ୍ତଭଣ୍ଡାରଗୁଡ଼ିକର ସୁପରିଚାଳନା ନିମନ୍ତେ ଏହାର ସମସ୍ତ କାର୍ଯ୍ୟନିର୍ବାହୀ କମିଟିର ପୁନର୍ଗଠନ କରାଯିବ। ଏନେଇ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରି...

ଜେଲ୍ରେ ମୋବାଇଲ୍ ଫୋନ୍ ଉପରେ ଲାଗିଲା କଟକଣା: ୯୧ ଜେଲରେ ଲାଗିବ ମୋବାଇଲ ଡିଟେକ୍ଟର
ଭୁବନେଶ୍ୱର, ୭ା୧(ବ୍ୟୁରୋ): ଜେଲ୍ ଭିତରକୁ ଯାଉଛି ମୋବାଇଲ୍ ଫୋନ୍। ଏହି ମୋବାଇଲ୍ ଫୋନ୍ ମାଧ୍ୟମରେ ଜେଲ୍ରେ ରହି ଅପରାଧୀମାନେ ବାହାରେ ଘଟାଉଛନ୍ତି ଅପରାଧ, ବଢ଼ାଉଛନ୍ତି ସେମାନଙ୍କ...

କଳିଙ୍ଗା ଘାଟିରେ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ସୁରଟ୍ରୁ ଫେରୁଥିବା ବସ୍ର ରୁଟ୍ ବଦଳାଯିବ
ଭୁବନେଶ୍ୱର,୩।୫(ବ୍ୟୁରୋ): କଳିଙ୍ଗା ଘାଟିରେ ଦୁଇଟି ବସ୍ ଦୁର୍ଘଟଣା ହେବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘାଟି ରାସ୍ତା...

ଓଡ଼ିଶାରୁ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର : କହିଲେ ‘କୌଣସି ଗୁପ୍ତ ବୁଝାମଣା ନାହିଁ’
ଭୁବନେଶ୍ୱର,୨୩ା୬(ବ୍ୟୁରୋ) : ସଂଖ୍ୟାଗରିଷ୍ଠ ଥାଇ ମଧ୍ୟ ବିଜେଡି ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବା ପରେ ରାଜ୍ୟରେ ରାଜନୈତିକ ଉଷ୍ଣତା ପ୍ରକାଶ...