ମା’ବାପ୍‌ ଛେଉଁଡ୍‌ ତୁଷାରକୁଁ ଉଧାର କଲା ପରଶାସନ

 

ଭବାନୀପାଟଣା, ୬ା୧୨ (ଡି.ଏନ.ଏ.)-
କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଁଚେତ୍‌ ବାରିକପଡ଼ାର ମା’ବାପ୍‌ ଛେଉଁଡ୍‌ ତୁଷାର ବାରିକ(୧୧)କୁଁ ସାହାଯ୍‌ର ହାତ୍‌ ବଢ଼େଇଛେ ଜିଲା ଶିଶୁ ମଙ୍ଗଲ ସମିତି। ବୁଧବାର ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରାଜେଶ କୁମାର ନାୟକକଁର ନିରଦେଶରେ ଶିଶୁ ମଙ୍ଗଳ ବିଭାଗର ଅଧ୍‌କାରୀ ଆର କରମଚାରୀ ବାରିକପଡ଼ାରୁ ତୁଷାରକୁଁ ଉଧାର କରି ଶିଶୁ ମଙ୍ଗଳ କେନ୍ଦ୍ରକେ ଆନିଥିଲେ। ପରଶାସନ ତରଫୁ ସେଠାନେ ତାକର ରହିବାର, ଖାଏବାର, ପାଠ୍‌ପଢ଼ବାର ବେବସ୍‌ତା କରାଯିବା ବଲି ଜନାପଡ଼ିଛେ।
ସୂଚନା ଅନ୍‌ସାରେ ଜୟନ୍ତପୁର ପଁଚେତ୍‌ ବାରିକପଡ଼ାର ଲକ୍ଷ୍ମୀକାନ୍ତ ବାରିକ ଝନେ ନିହାତି ଗରିବ୍‌ ଲୋକ୍‌। ଗଲା ବଛର ତାକର ମାଏକିନା ବିମଳା ଆରପାରକେ ଚାଲିଯାଇଥିଲେ। ଏନ୍‌ତାଥି ଲକ୍ଷ୍ମୀକାନ୍ତ କୁଲିମଜୁରି କରି ନିଜର ଦୁଇ ଝି’ ସୁନିତା(୧୭), ବନିତା(୧୫) ଆର ପୁଓ ତୁଷାର(୧୧)କେ ପାଲପୋଷ କରୁଥିଲେ। ହେଲେ ଗଲା ଅକ୍ଟୋବର ମାସେ ଲକ୍ଷ୍ମୀକାନ୍ତ ବି ଆରପାରକେ ଚାଲିଯାଇଥିଲେ। ଏନ୍‌ତାଥି ତିନ୍‌ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌ ବେସାହାରା ହେଇଯାଇଥିଲେ। ବାପ୍‌ ଚାଲିଗଲା ଉତାରୁ ବଡ଼ ଝି’ ସୁନିତାର ଉପରେ ଭାଇବହେନ୍‌ର ବୋଝ୍‌ ପଡ଼ିଥିଲା। ଇଆଡ଼େ ଟଁକା ପଏସା ଅଭାବୁ ସୁନିତା ବାପାର ଶୁଧିକାଯ୍‌ ବି କରି ନାଇଁପାରଲେ। ଇ ଘଟନା ଲୋକ୍‌ଲୋଚନକେ ଆଏଲା ଉତାରୁ ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷକଁର ନିର୍‌ଦେଶରେ ଜିଲା ଶିଶୁ ସୁରକ୍ଷା ୟୁନିଟର ଗୁଟେ ଦଲ ବାରିକପଡ଼ା ଯାଇ ମା’ବାପ୍‌ ଛେଉଁଡ୍‌ ତିନ୍‌ହିଁ ଭାଇବହେନ୍‌କେ ଭେଟିଥିଲେ। ଲକ୍ଷ୍ମୀକାନ୍ତକଁର ଦଶା କାଯ୍‌ ସଏଲା ଉତାରୁ ତୁଷାରକୁଁ ଶିଶୁ ମଙ୍ଗଳ ସମିତି ତରଫୁ ଥଇଥାନ କରାଯିବାର ସଂଗେ ଜିଲା ପରଶାସନ ତରଫୁ ଦୁଇ ବହେନ୍‌କୁ ବି ସବୁ ପରକାର ସୁବିଧା ଯୁଗେଇ ଦିଆଯିବା ବଲି ସମିତିର ଅଧ୍ୟକ୍ଷ ରାଜେଶ ନାୟକ କହିଛନ୍‌। ସେ ହିସାବେ ୪ ତାରିଖ ବୁଧୁବାର ଶିଶୁ ମଙ୍ଗଳ ବିଭାଗ ତରଫୁ ତୁଷାରକୁଁ ଉଧାର କଲାବେଲେ ଯାଦବ ମହାସଭା ବ୍ଲକ ସଭାପତି ଶଙ୍କର ଜୁଏଡ଼, ଲବଣୀ ରାଉତ, ପର୍ଲା ଆଂଚଲିକ ଯାଦବ ସମିତି ସଭାପତି ଚିତ୍ରସେନ ଗୋପାଲ, ସଂପାଦକ ଗଣେଶ ଗୋପାଲ, ରାଜକିଶୋର ଗୋପାଲ, ଯୁବଯାଦବ ବ୍ଲକ ସଂପାଦକ କାର୍ତ୍ତିକ ଛତ୍ରିଆ ପରମୁଖ ଠୋଲ ହେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ଧର୍ମେନ୍ଦ୍ର ପ୍ରଧାନ ନିଜେ ଦୁଇଥର ଦେଇଥିଲେ ଇସ୍ତଫା ପ୍ରସ୍ତାବ? ହେଲେ ସରକାର…ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଶନିବାର ଇସ୍ତଫା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ କଥିତ ଭାବରେ NEET ପେପର ଲିକ୍‌ ବିବାଦ ଏବଂ ଛାତ୍ରମାନଙ୍କ ପ୍ରତିବାଦ ସମୟରେ…

ମା’ ସୁରେଶ୍ୱରୀଙ୍କ ଘାଟଯାତ୍ରା: ମାନସିକ ପୂରଣ ପରେ କୁକୁଡ଼ା-ବୋଦା ବଳି ଦେଲେ ଭକ୍ତ

ରିଷିଡ଼ା,୨୬ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ପୋରକେଲା ପଞ୍ଚାୟତ କୁନ୍ଦେଇପାଲିସ୍ଥିତ ତେଲନଦୀ ଛତିଘାଟ କୂଳରେ ମା’ ସୁରେଶ୍ୱରୀ ମନଖାଇଙ୍କ ଐତିହାସିକ ଘାଟ ଯାତ୍ରା ଓ ଡଙ୍ଗା…

ନୂଆ ପିଢ଼ି, ନୂଆ ଆଭିମୁଖ୍ୟ: କୌଣସି ପଞ୍ଜିକୃତ ଦଳ ନାହିଁ, କୌଣସି ତୃଣମୂଳ ସ୍ତରର ଆଧାର ନାହିଁ, ତଥାପି ଏକାଠି ହେଲେ ଯୁବପିଢ଼ି, ଦୋହଲିଗଲା…

ନୂଆଦିଲ୍ଲୀ,୨୬।୭: ‘କକ୍ରୋଚ ଜନତା ପାର୍ଟି’ (CJP), ଯୁବପିଢ଼ିଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ‘କକ୍ରୋଚ’ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଜନ୍ମିତ – ମାତ୍ର ୩୬ ଦିନର ଆନ୍ଦୋଳନ…

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

Dharmendra Pradhan Resignation: ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ମିଳେ ପେନସନ୍? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬ା୭:ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାପ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା କକ୍‌ରୋଚ ଜନତା ପାର୍ଟି (ସିଜେପି)…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ସମୁଦ୍ର ନୁହେଁ, ମରୁଭୂମିରୁ ମିଳିଲା ୫୦୦ ବର୍ଷ ପୁରୁଣା ଜାହାଜ; ଭିତରୁ ବାହାରିଲା କୋଟି କୋଟି ଟଙ୍କାର ଖଜଣା

ନୂଆଦିଲ୍ଲୀ,୨୬ା୭: କଳ୍ପନା କରନ୍ତୁ, ଯେଉଁଠି ଚାରିଆଡ଼େ କେବଳ ବାଲି ହିଁ ବାଲି, ସେଠାରେ ଅଚାନକ ଏକ ପୁରୁଣା ଜାହାଜ ମିଳିଗଲେ କେମିତି ଲାଗିବ? ଏପରି ହିଁ ଘଟିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri