ମା’ବାପା ନ ଥିବାବେଳେ ନାତିଙ୍କୁ ଜେଜେମାଙ୍କ ନିର୍ମମ ମାଡ଼, ଭିଡିଓ ଭାଇରାଲ

ବସ୍ତା,୩।୮(ସ୍ବ.ପ୍ର.): ପିଲାଟିକୁ କେହି ବାଡ଼ାଇଲେ ସେ ଦୌଡ଼ି ଯାଇ ଜେଜେମା କୋଳରେ ପଶି ଯାଇଥାଏ। କିନ୍ତୁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତର ଗଙ୍ଗାଧରପୁର ଗ୍ରାମରେ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଖୋଦ୍‌ ଜେଜେମା ନିଜ ୬ ବର୍ଷର ନାତିଙ୍କୁ ନିର୍ମମ ଭାବେ ମାଡ଼ ମାରୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ମିଳିଥିବା ଖବର ଅନୁଯାୟୀ, ବୃନ୍ଦାବତୀ ଚଣ୍ଡ ନିଜ ୬ ବର୍ଷର ନାତି ଉପରେ କୌଣସି କାରଣ ବଶତଃ ରାଗିଯାଇ ତାକୁ ନିର୍ମମ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ପିଲାଟିର ମା’ବାପା ମୁମ୍ବାଇର କୌଣସି ସ୍ଥାନରେ କାମ ପାଇଁ ଯାଇଥିବାବେଳେ ତାକୁ ଜେଜେମା ପାଖରେ ଛାଡ଼ିଯାଇଥିଲେ। ତେବେ କେଉଁ ଭୁଲ ପାଇଁ ଜେଜେମା ତାକୁ ଏପରି ମାରୁଛନ୍ତି ତାହା ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ୍‌ରେ ଡକାୟତି ଯୋଜନା, ୬ ଗିରଫ

ବ୍ରହ୍ମପୁର ଅଫିସ,୨୨ା୫: ବଡବଜାର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ସୋମବାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍‌ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା...

ଏଡିଏମ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼,୧୧ା୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଏଡିଏମ୍‌ ବିଶ୍ୱଜିତ୍‌ ମହାପାତ୍ରଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ତାଙ୍କ ସରକାରୀ...

ପ୍ରଶାସନ ନିକଟରେ ଅଟକିଛି ପ୍ରସ୍ତାବ

ବନ୍ତଳା,୨୯ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାଠାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଦୀର୍ଘ ୪ ବର୍ଷ ହେଲା ଏଠାରେ ପ୍ରାୟ ୫ଶହ...

ସ୍କୁଲ ପାଣିଟାଙ୍କିରେ ପଡ଼ି ନାବାଳିକା ମୃତ

ଲଖନପୁର,୪।୧୧(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶାନ୍ତିନଗରସ୍ଥିତ ଏକ ପ୍ଲେ ସ୍କୁଲ ପାଣିଟାଙ୍କିରେ ପଡ଼ି ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି ।...

କୋର୍ଟଙ୍କ ଆଦେଶ ଜୁଡିସିଆଲ ଅଧିକାରୀ ମାନୁନାହାନ୍ତି

କଟକ ଅଫିସ,୪ା୮:କୋର୍ଟଙ୍କ ଆଦେଶକୁ ଜୁଡିସିଆଲ ଅଧିକାରୀ ମାନୁ ନ ଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ...

ଏମ୍‌ସିଏଲ୍‌ ପକ୍ଷରୁ ବିଶୋଧନ

ଲଖନପୁର,୧୧।୪(ଡି.ଏନ୍‌.ଏ): ଏମ୍‌ସିଏଲ୍‌ ତରଫରୁ କୁଶ୍ରାଲୋଇ, ଉବୁଡା, କର୍ଲାଯୋରୀ, ଖଲିଆପାଲି, ସୋଲଦିଆ, ଲଖନପୁର ସଦର ମହକୁମା, କିରାରମା, କୁଡାଲୋଇ, ଯୁରାବଗା, ଖଇରକୁନୀ ଓ ବନ୍ଧବାହାଲ ଆଦି ଗ୍ରାମରେ...

ବନ୍ତ ଛକ ବସ୍‌ଷ୍ଟାଣ୍ଡରୁ ୩ ବର୍ଷର ଶିଶୁକନ୍ୟା ଉଦ୍ଧାର

ଭଦ୍ରକ ଅଫିସ,୧୪।୯: ଭଦ୍ରକ ଜିଲା ବନ୍ତ ଛକ ବସ୍‌ଷ୍ଟାଣ୍ଡରୁ ଶନିବାର ଜଣେ ତିନି ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ପିଲାଟି କାନ୍ଦୁଥିବା ବେଳେ ଯାତ୍ରୀମାନେ ତାହା...

ଟ୍ରକ୍‌ ଜାଳିଦେଲେ ମାଓବାଦୀ

ମାଲକାନଗିରି,୨୯।୧(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ମାଓହିଂସା ଦେଖିବାକୁ ମିଳିଛି। ୩ଟି ଟ୍ରକ୍‌କୁ ନିଆଁ ଲଗାଇ ମାଓବାଦୀ ପୋଡ଼ି ଦେଇଛନ୍ତି। ଧନରା ଥାନା ଅନ୍ତର୍ଗତ ରାଜପୁର...

Advertisement
Archives

Model This Week