ମା’ବାପାଙ୍କ ପ୍ରେରଣା ସଫଳତା ଦେଲା : ଅଂଶୁମାନ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ଆଇଇଏସ୍‌ ୨୦୧୯ର ରେଜଲ୍ଟ ବାହାରିବା ପରେ ଅଂଶୁମାନ ବହୁ ଖୁସି ବ୍ୟକ୍ତ କରିବା ସହିତ ଏହାର ଶ୍ରେୟ ମା’ବାପା, ଅଜା, ଗୁରୁଜନ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ଦୁଇଥର ବିଫଳ ହେବା ପରେ ତୃତୀୟ ଚେଷ୍ଟାରେ ସେ ଏହି ସଫଳତା ପାଇଛନ୍ତି। ପରିବାରର ସହଯୋଗ ତାଙ୍କୁ ସଫଳତା ହାସଲ ଲାଗି ଉତ୍ସାହିତ କରି ଆସିଛି ବୋଲି ସେ କହିଛନ୍ତି। ମା’ ଅର୍ଥନୀତି ବିଭାଗ ପ୍ରଫେସର ଓ ବାପା ପ୍ରଶାସନିକ ଅଧିକାରୀ। ତେଣୁ ଅର୍ଥନୀତିକୁ ସିଭିଲ ସର୍ଭିସରେ କିପରି କାମରେ ଲଗାଇ ହେବ ସେଥିନିମନ୍ତେ ଉଭୟଙ୍କ ନିକଟରୁ ପ୍ରେରଣା ମିଳିଥିଲା। ଏଥିପାଇଁ ମା’ ପାଠ ପଢ଼ିବାକୁ ପ୍ରେରଣା ଦେଇଥିବାବେଳେ ଏହାକୁ କିପରି କାମରେ ଲଗାଇହେବ ବାପା ସେ ବିଷୟରେ ଶିକ୍ଷା ଦେଇଛନ୍ତି। ସମାଜ ପାଇଁ କିଛି କରିବାକୁ ଉଭୟେ ମୋତେ ସବୁବେଳେ ପରାମର୍ଶ ଦେଇଛନ୍ତି। ନିଜ ମାଟି ପାଇଁ କିଛି କରିବାକୁ ଆଶା ରଖି ଚେଷ୍ଟା ଜାରି ରଖିଥିଲି। ଟପ୍ପର ହୋଇଥିବା ଖବର ପାଇବା ପରେ ମା’ବାପା ବହୁତ ଖୁସି ହୋଇଥିବାରୁ ମୁଁ ବି ବହୁତ ଖୁସି ବୋଲି କହିଛନ୍ତି ଅଂଶୁମାନ।

‘ସିଲାବସ୍‌ ଅନୁଯାୟୀ ଭଲ ଭାବେ ପଢ଼ନ୍ତୁ’
ନିଜ ଅଭିଜ୍ଞତାରୁ ସିଭିଲ ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କୁ ସେ କହିଛନ୍ତି ଯେ, ଯାହା ବି ସିଲାବସ୍‌ ଅଛି ତାହାକୁ ଫଲୋ କରନ୍ତୁ। ଅଳ୍ପକିଛି ପଢ଼ି ପରୀକ୍ଷାରେ ପାସ୍‌ କରିବାର ଇଚ୍ଛା ରଖିବା ଉଚିତ ନୁହେଁ। ସିଲାବସ୍‌ ଅନୁଯାୟୀ, ଭଲ ଭାବେ ସବୁଦିନ ପଢ଼ିଲେ ନିହାତି ଭାବେ ମେରିଟ୍‌ ଲିଷ୍ଟରେ ବହୁତ ଓଡ଼ିଆ ସ୍ଥାନ ପାଇପାରିବେ। ଆଗକୁ ମୁଁ ଆଶା କରିବି ଏହି ପରୀକ୍ଷାରେ ଅନେକ ଓଡ଼ିଆ ସ୍ଥାନ ପାଆନ୍ତୁ। ମାନ୍ଦାବସ୍ଥାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଦେଖାଦେଇଥିବା ଯୋଗୁ ଭାରତରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଏଥିନିମନ୍ତେ ଭାରତ ସରକାର, ରାଜ୍ୟ ସରକାର ଓ ରିଜର୍ଭ ବ୍ୟାଙ୍କ ଚେଷ୍ଟା ଚଳାଇଥିବା ଆଇଇଏସ୍‌ ଟପ୍ପର ଅଂଶୁମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସାନିଟାଇଜ୍‌ ହେବ ଏଟିଏମ୍‌, ଗଫଲତି କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ଭୂତାଣୁକୁ ପ୍ରତିରୋଧ କରିବା ନିମନ୍ତେ ଅର୍ଥ ବିଭାଗ ପକ୍ଷରୁ ବୁଧବାର ବ୍ୟାଙ୍କଗୁଡ଼ିକୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏଟିଏମ୍‌ ସାନିଟାଇଜ୍‌ ନ କଲେ କାର୍ଯ୍ୟାନୁଷ୍ଠାନ...

ଲଘୁଚାପ ସତ୍ତ୍ୱେ ୧୧ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୨ା୭(ବ୍ୟୁରୋ):ମୌସୁମୀ ସକ୍ରିୟ ହେବାପରେ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ହେଲେ ସେହି ପରିମାଣର ବର୍ଷା ହେଉନି।...

ଅକ୍ଟୋବର ୧୬ରେ ହେବ ଓଏଏସ୍‌ ପ୍ରିଲିମ୍‌

ଭୁବନେଶ୍ୱର,୨୮।୭(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ପ୍ରିଲିମ୍‌ ପରୀକ୍ଷା ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୧୬ ତାରିଖରେ ପ୍ରିଲିମ ପରୀକ୍ଷା ଅନୁଷ୍ଠିତ ହେବା ନେଇ...

ଶିମିଳିପାଳ ଏବେ ଲାଲ୍‌ପିଣ୍ଡ: ପାହାଡ଼ ଶୀର୍ଷକୁ ଛୁଇଁଲାଣି

ବାରିପଦା ଅଫିସ,୮।୩: ଶିମିଳିପାଳ ଅଭୟାରଣ୍ୟରେ ଥିବା ପାହାଡ଼ ଶୀର୍ଷକୁ ଛୁଇଁଲାଣି ନିଆଁ। ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ପାହାଡ଼ ପରେ ପାହାଡ଼କୁ ନିଆଁ ବ୍ୟାପି...

ରେଳଷ୍ଟେଶନ ଛାତରେ ବେଧଡ଼କ ନିଶା ସେବନ : ଆଖିବୁଜି ଦେଇଛି ଆର୍‌ପିଏଫ୍‌, ଜିଆର୍‌ପି

ଭୁବନେଶ୍ୱର,୫ା୮(ବ୍ୟୁରୋ) : ରେଳ ଷ୍ଟେଶନ ଭିତରେ ନିଶାଦ୍ରବ୍ୟ ସେବନ କରିବା ଦଣ୍ଡନୀୟ ଅପରାଧ। ଭୁବନେଶ୍ୱର ଷ୍ଟେଶନର ଚତୁଃପାର୍ଶ୍ୱକୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ଏହାସହ ରେଳ...

ଭାରତୀୟ ନୌସେନା : ୨୯୮୨ ପ୍ରଶିକ୍ଷାର୍ଥୀ ନାବିକଙ୍କ ଦୀକ୍ଷାନ୍ତ ସମାରୋହ

ବାଲୁଗାଁ,୧୩।୭(ଡି.ଏନ.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ୍‌ କେନ୍ଦ୍ରରେ ଶୁକ୍ରବାର ୨୯୮୨ ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ଦୀକ୍ଷାନ୍ତ ସମାରୋହ (ପାସିଙ୍ଗ୍‌ ଆଉଟ୍‌ ପରେଡ୍‌) ଅନୁଷ୍ଠିତ...

ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ନିଜ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାଲିଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଯେବେ ନିର୍ବାଚନ ଆସେ ମୋ...

ମା’ଙ୍କୁ ମୁଖାଗ୍ନି ଦେଇ ପୁଣି ଜେଲ ଗଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ,୧୨।୧: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ରବିବାର ପାଟଣାଗଡ଼ଠାରେ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପୁଣି...

Advertisement
Archives

Model This Week