ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People for the Ethical Treatment of Animals) ପକ୍ଷରୁ ତାଙ୍କୁ ଏହି ଗୌରବ ମିଳିଛି। ସମ୍ପୂର୍ଣ୍ଣ ଶାକାହାରୀ ମାନୁଷୀ ଏହାର ସକରାତ୍ମକ ଦିଗ ଉପରେ ଆଲୋଚନା କରିବା ସହ ପରିବେଶ ଉପରେ ଏହାର ପ୍ରଭାବ ବିଷୟରେ ମଧ୍ୟ ବୁଝାଇଛନ୍ତି। ସେ କହିଛନ୍ତି ଶାକାହାରୀ ହେବା ବାସ୍ତବରେ ମୋ ଜୀବନର ଏକ ଦିଗ। ମୋ ପରିବାରରେ ସମସ୍ତେ ଶାକାହାରୀ ହୋଇଥିବା ବେଳେ ସେମାନେ ଯେତେବେଳେ ମୋତେ ଏହି ଅଭ୍ୟାସରେ ପକାଇ ଦେଇଥିଲେ ସେତେବେଳେ ମୋର କିଛି ଉଣା ଅଛି ବୋଲି ମୁଁ ଅନୁଭବ କରି ନ ଥିଲି। ମାନୁଷୀ କହିଛନ୍ତି ମୁଁ ସବୁବେଳେ ଶାକାହାରୀ ହୋଇ ରହିବାକୁ ଚାହେଁ ଏଥିରେ କେବେ ବି ପରିବର୍ତ୍ତନ ହେବ ନାହିଁ। ଶାକାହାରୀ ହେଲେ ସ୍ବାସ୍ଥ୍ୟ ଅନେକ ପରିମାଣରେ ଭଲ ରହିବ ବୋଲି ମଧ୍ୟ ସେ କହିଛନ୍ତି। ଏହା ସ୍ବାସ୍ଥ୍ୟ ଉପଯୋଗୀ ଓ ଏହା କୋଲେଷ୍ଟରଲ, ବ୍ଲଡ ପ୍ରେସର ଆଦି ହେବାକୁ ଦେଇ ନ ଥାଏ ବୋଲି ମାନୁଷୀ ମତ ଦିଅନ୍ତି। ଆନୁଷୀ ଆଗାମୀ ଦିନରେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି। ମାନୁଷୀ ୟଶରାଜ ବ୍ୟାନରରେ ଐତିହାସିକ ଡ୍ରାମା ଫିଲ୍ମ ‘ପୃଥ୍ବୀରାଜ’ରେ ଲିଡ୍‌ ରୋଲରେ ଅକ୍ଷୟ କୁମାରଙ୍କ ବିପକ୍ଷ ନାୟିକା ଭାବେ ଦେଖାଦେବେ ବୋଲି ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ମାତିଲା ପାଗଳ ମାଙ୍କଡ, ସକାଳ ହେଲେ ପଡିଯାଉଛି ତାଟି କବାଟ, ଆତଙ୍କିତ ଅବସ୍ଥାରେ ଲୋକେ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ୮ରୁ ଅଧିକ ଜଣ ପାଗଳ ମାଙ୍କଡ କାମୁଡ଼ାରେ ଆହାତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

NEET ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଲାଗିଲା ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

ଭାତହାଣ୍ଡିର ଚାଷୀଙ୍କୁ ହତାଦର, ମାସେ ପରେ ବି ମିଳିପାରିନି ଟୋକନ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଆଉ ୨ସପ୍ତାହ ପରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

‘ଇରାନ ସହ ଚୁକ୍ତି କରିଛି ଆମେରିକା, ହେଲେ ଆମେରିକା ଉପରେ ଭରସା ନାହିଁ’, କାହିଁକି ଏମିତି ଚେତାବନୀ ଦେଲା CIA? ଜାଣନ୍ତୁ…

ଓ୍ବାଶିଂଟନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ ଏଡାଇବା ପାଇଁ ଏକ ଚୁକ୍ତି ହୋଇଛି, କିନ୍ତୁ ଆମେରିକାରେ ସମସ୍ତେ ଏହି ଚୁକ୍ତି ଉପରେ ଆସ୍ଥା ପ୍ରକଟ କରିନାହାଁନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri