ମାନବ ଶରୀରରେ କରୋନା ଟିକାର ପରୀକ୍ଷା ଆରମ୍ଭ: ଆସନ୍ତା ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ ହୋଇ ନ ପାରେ

ଲଣ୍ଡନ,୨୪।୪: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ମାନବ ଶରୀରରେ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି। ତେବେ ଏହା ବ୍ୟବହାର ଲାଗି ଉପଲବ୍ଧ ହେବାକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଲାଗିଯିବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷୀୟ ସୁସ୍ଥ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯିବ। ଏହା ନିରାପଦ ବୋଲି ନିଶ୍ଚିତ ହେବା ପରେ ବରିଷ୍ଠ ନାଗରିକ, ଅଣଶ୍ୱେତାଙ୍ଗ ଏବଂ ଭାରତୀୟଙ୍କ ସମେତ ଏସିଆର ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ପରୀକ୍ଷା କରାଯିବ ବୋଲି ୟୁନିର୍ଭସିଟି ପକ୍ଷରୁ କୁହାଯାଇଛି। ଇଣ୍ଟେନ୍‌ସିଭ କେୟାର ନ୍ୟାଶନାଲ ଅଡିଟ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ତଥ୍ୟ ଅନୁଯାୟୀ ୨୦୦୦ ଅତି ଗୁରୁତର କରୋନା ରୋଗୀଙ୍କ ମଧ୍ୟରୁ ୩୫ ପ୍ରତିଶତ ଅଣଶ୍ୱେତାଙ୍ଗ। ସେମାନେ ମୁଖ୍ୟତଃ ଏସୀୟ ଦେଶର ମୂଳ ବାସିନ୍ଦା।
ମାନବ ଶରୀରରେ କରୋନା ଟିକାର ପରୀକ୍ଷା ଆଶାର କିରଣ ଆଣିଥିବା ବ୍ରିଟିଶ୍‌ ମେଡିକାଲ ଆସୋସିଏଶନର ଉପାଧ୍ୟକ୍ଷ ଡ. କୈଳାସ ଚାନ୍ଦ୍‌ କହିଛନ୍ତି। ତେବେ ଅଣଶ୍ୱେତାଙ୍ଗ ଏବଂ ଏସୀୟ ସମ୍ପ୍ରଦାୟଙ୍କ ଉପରେ ପରୀକ୍ଷା ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ। କାରଣ କୋଭିଡ୍‌-୧୯ ସଂକ୍ରମଣରେ ସେମାନଙ୍କର ମୃତ୍ୟୁ ହାର ଅଧିକ। ରୋଗ ପ୍ରତିରୋଧ ଶକ୍ତି ଭିନ୍ନ ହୋଇଥିବାରୁ ଟିକା ପ୍ରତି ସେମାନଙ୍କ ଶରୀରରେ ଭିନ୍ନ ପ୍ରତିକ୍ରିୟା ହୋଇପାରେ ବୋଲି ଡ. ଚାନ୍ଦ୍‌ କହିଛନ୍ତି। ଜେନିର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଅକ୍ସଫୋର୍ଡ ଭାକ୍ସିନ୍‌ ଗ୍ରୁପ୍‌ ପକ୍ଷରୁ ଟିକା ପରୀକ୍ଷା କରାଯାଉଛି। ଏହି ଟିମ୍‌ ଜାନୁୟାରୀ ୨୦ରୁ ଟିକା ପ୍ରସ୍ତୁତି ନେଇ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରକଳ୍ପର ନେତୃତ୍ୱ ନେଇଥିଲେ ପ୍ରଫେସର ସାରାହ ଗିକବେର୍ଟ, ପ୍ରଫେସର ଆଣ୍ଡ୍ର୍ୟୁ ପୋଲାର୍ଡ, ଟେରେସା ଲାମ୍ବେ, ଡ. ସାଣ୍ଡି ଡୋଗ୍‌ଲାସ, ପ୍ରଫେସର କାଥେରିନ ଗ୍ରୀନ୍‌ ଏବଂ ପ୍ରଫେସର ଆଡ୍ରିନ୍‌ ହିଲ୍‌। ଏହାର କ୍ଲିନିକାଲ ପରୀକ୍ଷା ବିଭିନ୍ନ ସେଣ୍ଟରରେ ହୋଇଥିଲା। ଇମ୍ପେରିଆଲ କଲେଜ ଟିକାର ମାନବ ଶରୀରରେ ପରୀକ୍ଷା ଜୁନ୍‌ ମାସରେ କରିପାରେ ବୋଲି ଜଣାପଡିଛି।
କରୋନା ଭୂତାଣୁ ବିରୋଧରେ ମାନବ ଶରୀରରେ ରୋଗ ପ୍ରତିରୋଧ ବ୍ୟବସ୍ଥା ବଢ଼ାଇବା ଲାଗି ଅକ୍ସଫୋର୍ଡ ୟୁନିଭର୍ସିଟି ସିମ୍ପାଞ୍ଜି ଶରୀରରୁ ସାଧାରଣ ଥଣ୍ଡା ଭୂତାଣୁ ନେଇ ପରୀକ୍ଷା କରୁଥିବାବେଳେ ଇମ୍ପେରିଆଲ କଲେଜ କରୋନା ଭୂତାଣୁର ଜେନେଟିକ୍‌ ଉପାଦାନକୁ ବ୍ୟବହାର କରୁଛି। ସ୍ପାଇକ୍‌ ପ୍ରୋଟିନ୍‌ ସୃଷ୍ଟି କରି ଏହି ସଫଳତା ହାସଲ ଲାଗି ଗବେଷକମାନେ ଉଦ୍ୟମ ଚଳାଇଛନ୍ତି। ଏଥିରେ ସଫଳ ହେଲେ ଭୂତାଣୁ ବିରୋଧରେ ଲଢ଼ିବା ଲାଗି ଶରୀର ଭିତରେ ଆଣ୍ଟିବଡି ସୃଷ୍ଟି କରାଯାଇପାରିବ। ପୂର୍ବରୁ ପ୍ରାଣୀ ଶରୀରରେ ଏହି ଟିକା ପ୍ରୟୋଗ କରାଯାଇ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡିକୁ ନିଷ୍କ୍ରିୟ କରାଯାଇପାରିଛି। ମଣିଷ ଦେହରେ ଅନୁରୂପ ପ୍ରତିକ୍ରିୟା ସୃଷ୍ଟି କରୁଛି କି ନାହିଁ ତାହାର ପରୀକ୍ଷା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ପାଞ୍ଚ ଦିନିଆ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

ଆଉ ୩ ଦିନ ପରେ ରାଜଯୋଗ: ୪ ରାଶିଙ୍କର ଫାଇଦା ହିିଁ ଫାଇଦା; ବଢିବ ଆୟ, ଚାକିରିରେ ପ୍ରମୋଶନ!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ଓ ଯୁତିର ବିଶେଷ ମହତ୍ତ୍ୱ ରହିଛି। ଆଗାମୀ ଦିନରେ ଗୁରୁ ଓ ମଙ୍ଗଳଙ୍କ ଯୁତି ଯୋଗୁ କର୍କଟ…

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri