ମାନବ-ଜୀବଜାତି ସହାବସ୍ଥାନ

ଜନସଂଖ୍ୟାର ବିସ୍ଫୋରଣ, ଅତ୍ୟାଧୁନିକ ଜୀବନଶୈଳୀ, ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବ ଏବଂ ସହରାଞ୍ଚଳର ବିସ୍ତାର ପରିପ୍ରେକ୍ଷୀରେ ମଣିଷ ଓ ବନ୍ୟଜନ୍ତୁଙ୍କ ସମ୍ପର୍କ ଏକ ବିତର୍କର ପ୍ରସଙ୍ଗ ପାଲଟିଛି। ଉଦ୍‌ବେଗର ବିଷୟ ହେଉଛି, କେବଳ ପରିବେଶୀୟ ସ୍ଥିରତା ନିମନ୍ତେ ନୁହେଁ, ବରଂ ପରିସଂସ୍ଥାର ସୁରକ୍ଷା ତଥା ନିଜର ସ୍ବାସ୍ଥ୍ୟ ଓ କଲ୍ୟାଣ ସାଧନ ଉଦ୍ଦେଶ୍ୟରେ ମାନବଜାତି ବନ୍ୟଜନ୍ତୁଙ୍କ ସହିତ ଏହି ଗ୍ରହରେ ସଫଳତାର ସହ ସହାବସ୍ଥାନ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାକୃତିକ ବାସସ୍ଥଳୀ ଏବଂ ସେସବୁଥିରେ ବସବାସ କରୁଥିବା ବିବିଧ ପ୍ରଜାତିର ଜୀବଜନ୍ତୁଙ୍କ ସଂରକ୍ଷଣ ସହିତ ମାନବ ବିକାଶକୁ ସନ୍ତୁଳିତ ରଖିବା ଏକ ଆହ୍ବାନରେ ପରିଣତ ହୋଇଛି। ଏହା ମାନବଜାତିର ବିଜ୍ଞତାର ପରିଚୟ ପ୍ରଦାନ କରିବ ଯେତେବେଳେ ଉପଯୁକ୍ତ ସହନଶୀଳତା, ଠିକ୍‌ ଉପଯୋଗୀକରଣ ଏବଂ ପ୍ରଭାବଶାଳୀ ପରିଚାଳନା ମାଧ୍ୟମରେ ମଣିଷ ବନ୍ୟଜନ୍ତୁମାନଙ୍କୁ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରାକୃତିକ ବାସସ୍ଥଳୀରେ ସୁସଙ୍ଗତ ଭାବରେ ଜୀବନ ନିର୍ବାହର ସୁଯୋଗ ପ୍ରଦାନ କରିବ। ମାତ୍ର ସାମ୍ପ୍ରତିକ ଧାରା ସୂଚାଉଛି ଯେ ଆତ୍ମରକ୍ଷାର ଦ୍ୱାହି ଏବଂ ପ୍ରତିଶୋଧପରାୟଣତାର ବଶବର୍ତ୍ତୀ ହୋଇ ଯେଉଁ ମାତ୍ରାରେ ଜୀବଜନ୍ତୁମାନେ ହତ୍ୟାର ଶିକାର ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ପ୍ରଜାତି କ୍ରମଶଃ ବିଲୁପ୍ତ ଦିଗରେ ଗତି କରୁଛନ୍ତି। ଅନ୍ୟପକ୍ଷରେ ଜିମ୍ବାୱେ ଏବଂ ଅନ୍ୟ କିଛି ରାଷ୍ଟ୍ରରେ ଏବେ ହାତୀ, ଗଣ୍ଡା, ଜେବ୍ରା ଏବଂ ଅନ୍ୟ କେତେକ ବନ୍ୟପ୍ରାଣୀଙ୍କୁ ହତ୍ୟା କରି ଖାଦ୍ୟ ଆବଶ୍ୟକତାର ପୂରଣ ନିମନ୍ତେ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି।
ବନ୍ୟଜନ୍ତୁଙ୍କ ସହିତ ସଫଳତାର ସହ ସହାବସ୍ଥାନ ନିମନ୍ତେ ମଣିଷ ପ୍ରଥମେ ସେମାନଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରିବା ଆବଶ୍ୟକ। ଫୁଲରେ ପରାଗସଙ୍ଗମଠାରୁ ଆରମ୍ଭକରି କୀଟପତଙ୍ଗ ନିୟନ୍ତ୍ରଣ ପର୍ଯ୍ୟନ୍ତ ବିବିଧ କାର୍ଯ୍ୟରେ ବନ୍ୟଜନ୍ତୁମାନେ ପରିସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ଏବଂ ଅଧିକ ସଂଖ୍ୟାରେ ସେମାନଙ୍କର ଉପସ୍ଥିତି ଏହାର ଜୈବବିବିଧତାକୁ ଋଦ୍ଧିମନ୍ତ କରିଥାଏ। ପ୍ରତ୍ୟେକ ଜୀବଜାତିର ବାସସ୍ଥାନ ସମ୍ପର୍କିତ ନିର୍ଦ୍ଦିଷ୍ଟ କେତେକ ପ୍ରୟୋଜନୀୟତା ରହିଛି, ଯେପରିକି ଖାଦ୍ୟ, ଜଳ, ଆଶ୍ରୟସ୍ଥଳୀ ଏବଂ ପରିବେଶ। ଯେତେବେଳେ ସହରାଞ୍ଚଳ ଏବଂ ଅନ୍ୟ ବିକାଶ ପ୍ରକ୍ରିୟାର କ୍ଷତିକାରକ କାର୍ଯ୍ୟକ୍ରମ ଏହି ପ୍ରାକୃତିକ ବାସସ୍ଥାନକୁ ପ୍ରଭାବିତ କରେ, ସେତେବେଳେ ଏହାର ସୂକ୍ଷ୍ମ ସନ୍ତୁଳନ ବ୍ୟାହତ ହୁଏ। କେତେକ କ୍ଷେତ୍ରରେ ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷର ଉତ୍ପତ୍ତି ଘଟେ। ଉପଲବ୍ଧ ଖାଦ୍ୟଉତ୍ସ ଦ୍ୱାରା ଆକର୍ଷିତ ହୋଇ ହାତୀ ଓ ଅନ୍ୟ ବନ୍ୟପ୍ରାଣୀ ଜଙ୍ଗଲ ନିକଟସ୍ଥ ମନୁଷ୍ୟ ବସତିରେ ପ୍ରବେଶ କରନ୍ତି ଏବଂ ଉଭୟପକ୍ଷ ମୃତାହତ ହେବା ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି। ଏପରି ଆଚରଣ ସବୁକୁ ବିଚାରକୁ ନେଲେ ତାହା ସହାବସ୍ଥାନ ରଣନୀତିକୁ ସୁଦୃଢ଼ କରିବ।
ଅଭିନବ ସହରାଞ୍ଚଳ ଯୋଜନା ମାଧ୍ୟମରେ ପଶୁପକ୍ଷୀଙ୍କୁ ନଗର ପରିବେଶରେ ଜୀବନଯାପନର ସୁଯୋଗ ପ୍ରଦାନକୁ ସୁଦୃଢ଼ କରାଯାଇପାରିବ। କେନ୍ଦ୍ର ସରକାରଙ୍କର ‘ନଗରବନ’ ଯୋଜନା ଅଧୀନରେ ସହରାଞ୍ଚଳ ମଧ୍ୟରେ କ୍ଷୁଦ୍ର ଜଙ୍ଗଲମାନ ସୃଷ୍ଟି କରାଯିବା ସହିତ ପାର୍କ, ବନ୍ୟଜନ୍ତୁ କରିଡ଼ର ଏବଂ ସବୁଜ ଛାତମାନ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ, ଯାହା ସ୍ଥାନୀୟ ପଶୁପକ୍ଷୀ, କୀଟପତଙ୍ଗଙ୍କର ଆଶ୍ରୟସ୍ଥଳ ଭାବରେ କାର୍ଯ୍ୟ କରିବ। ଏପରି ଯୋଜନାର ପରିକଳ୍ପନାରେ ପ୍ରାକୃତିକ ପରିବେଶ ସୃଷ୍ଟିକୁ ଗୁରୁତ୍ୱ ପ୍ରଦାନ କେବଳ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ରଖେ ନାହିଁ, ବରଂ ଏହାର ଅଧିବାସୀଙ୍କୁ ମନୋରଞ୍ଜନର କ୍ଷେତ୍ର ଯୋଗାଇ ତଥା ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣି ଜୀବନଶୈଳୀକୁ ଗୁଣାତ୍ମକ କରେ। ସହରୀକରଣ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ହ୍ରାସ କରିବା ପାଇଁ ଜୀବଜନ୍ତୁ ଅନୁକୂଳ ଭିତ୍ତିଭୂମି ନିର୍ମାଣ, ଯେପରିକି ରାଜପଥ ଉପରେ ରାସ୍ତା ଅତିକ୍ରମ କରିବା କ୍ରସିଂର ବ୍ୟବସ୍ଥା, ସେମାନଙ୍କୁ ସହାୟତା ଯୋଗାଏ। ଏହିପରି ସଂରଚନା ପ୍ରାଣୀମାନଙ୍କୁ ବାସସ୍ଥାନ ମଧ୍ୟରେ ନିରାପଦରେ ଯାତାୟାତ କରିବାକୁ ସୁଯୋଗ ଦିଏ, ଦୁର୍ଘଟଣାଜନିତ ମୃତ୍ୟୁରେ ହ୍ରାସ ଘଟାଏ ।
ସହାବସ୍ଥାନ ବୃଦ୍ଧି ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସ୍ଥାନୀୟ ଜୀବଜନ୍ତୁ ଏବଂ ସେମାନଙ୍କର ଗୁରୁତ୍ୱ ବିଷୟରେ ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟିକରି ଏକ ତତ୍ତ୍ୱାବଧାରକର ଭାବନା ସୃଷ୍ଟି କରାଯିବା ଦରକାର। ବନ୍ୟପ୍ରାଣୀମାନଙ୍କ ସହିତ କିପରି ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିପାରିବେ, ସେ ବିଷୟରେ ବାସିନ୍ଦାମାନଙ୍କୁ ସୂଚନା ଦିଆଯିବା ଏବଂ ଭୟ ଓ ଭୁଲ୍‌ ବୁଝାମଣା ହ୍ରାସ କରିବା ଏପରି ଶିକ୍ଷାର ଲକ୍ଷ୍ୟ ହେବା ବାଞ୍ଛନୀୟ। ବନ୍ୟଜନ୍ତୁ ଯାଞ୍ଚ ପ୍ରକ୍ରିୟା କିମ୍ବା ବାସସ୍ଥଳୀ ପୁନରୁଦ୍ଧାର ପ୍ରକଳ୍ପରେ ବାସିନ୍ଦାଙ୍କୁ ଜଡିତ କରିବା ଦ୍ୱାରା ପ୍ରାକୃତିକ ଦୁନିଆ ସହିତ ସେମାନଙ୍କର ସମ୍ପୃକ୍ତି ମଜଭୁତ ହେବ। ଏହି ପଦକ୍ଷେପଗୁଡ଼ିକ ଦାୟିତ୍ୱ ନିର୍ବାହର ଏକ ସହଭାଗୀ ଭାବନା ସଞ୍ଚାର କରିବା ସହ ସ୍ଥାନୀୟ ଜଙ୍ଗଲ ପରିସଂସ୍ଥାଗୁଡ଼ିକର ସୁରକ୍ଷା କାର୍ଯ୍ୟରେ ସକ୍ରିୟ ଯୋଗଦାନ ସକାଶେ ଉତ୍ସାହିତ କରିବ। ଯେଉଁ ଲୋକମାନେ ପ୍ରକୃତି ସଂରକ୍ଷଣରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି, ସେମାନେ ବନ୍ୟଜନ୍ତୁଙ୍କୁ ଅନିଷ୍ଟକାରୀ ପରିବର୍ତ୍ତେ ପ୍ରକୃତିର ବରଦାନ ଭାବରେ ବିଚାର କରନ୍ତି ତଥା ସହାବସ୍ଥାନରେ ରହିବାର ଦର୍ଶନକୁ ଅକ୍ଳେଶରେ ଗ୍ରହଣ କରନ୍ତି। ଏହା ମଣିଷ-ବନ୍ୟଜନ୍ତୁ ସଂଘର୍ଷକୁ ଅନେକାଂଶରେ ଏଡ଼ାଇବାରେ ସକ୍ଷମ ହେବ।
ଏହା ସ୍ବୀକାର୍ଯ୍ୟ ଯେ ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ମଣିଷ ଏବଂ ବନ୍ୟଜନ୍ତୁଙ୍କ ମଧ୍ୟରେ ବିବାଦ ଅନିବାର୍ଯ୍ୟ। ମାତ୍ର ପ୍ରଭାବଶାଳୀ ସମାଧାନ ରଣନୀତି ଅବଲମ୍ବନ ଦ୍ୱାରା ଏହି ସମସ୍ୟା ହ୍ରାସ କରାଯାଇପାରିବ। ଯେତେବେଳେ ସମସ୍ତ ପଦକ୍ଷେପ ବିଫଳ ହେବ ସେତେବେଳେ ଜୀବଜନ୍ତୁ ସ୍ଥାନାନ୍ତରଣ ଏକ ବିକଳ୍ପ କାର୍ଯ୍ୟପନ୍ଥା ହୋଇପାରେ। ସ୍ଥାନାନ୍ତରିତ ପ୍ରାଣୀମାନଙ୍କୁ ଉପଯୁକ୍ତ ବାସସ୍ଥଳୀରେ ସ୍ଥାନିତ କରାଯିବାକୁ ନିଶ୍ଚିତ କରିବା ଜରୁରୀ। ଏହା ଗ୍ରହଣ କରିବାକୁ ହେବ ଯେ ମଣିଷର ଅସହନୀୟ ଆଚରଣ ହିଁ ଅନେକ ଦ୍ୱନ୍ଦ୍ୱ ଉତ୍ପତ୍ତିର କାରଣ ଏବଂ ଏହ ଇଭ୍ୟାସଗୁଡ଼ିକୁ ପରିବର୍ତ୍ତନ କଲେ ଉତ୍ତମ ସହଭାଗିତା ସ୍ଥାପିତ ହୋଇପାରେ। କୁମ୍ଭୀର ଥିବା ନଦୀକୂଳରେ ପ୍ରତିରୋଧ ବାଡ଼ ନିର୍ମାଣ କରି ସ୍ଥାନୀୟ ଅଧିବାସୀ ସୁରକ୍ଷିତ ଭାବରେ ନଦୀଜଳ ବ୍ୟବହାର କରିପାରିବେ। ଏ ଦିଗରେ ସଚେତନତା ବୃଦ୍ଧି ଓ କେତେକ ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ଅପରିହାର୍ଯ୍ୟ। ସହରୀ ଯୋଜନା ପ୍ରଣୟନ ଏବଂ ଜୀବଜନ୍ତୁ ବିବାଦ ହ୍ରାସ ପ୍ରକ୍ରିୟାରେ ସେମାନଙ୍କର ଗତିବିଧି ଓ ଅନ୍ୟାନ୍ୟ ମୂଲ୍ୟବାନ ସୂଚନା ହାସଲ ନିମନ୍ତେ କ୍ୟାମେରା ଟ୍ରାପ୍ପରିଂ ବୈଷୟିକ ଜ୍ଞାନର ବିନିଯୋଗ ଏବେ ଉପଲବ୍ଧ ହେଉଛି।
ପ୍ରକୃତିସୃଷ୍ଟ ବିବିଧ ଜୀବଜନ୍ତୁଙ୍କ ସହିତ ସମ୍ମିଳିତ ଭାବରେ ଜୀବନ ନିର୍ବାହ କରିବାର ଅଭିଳାଷ କେବଳ ସମ୍ଭବ ନୁହେଁ, ବରଂ ଜୀବନର ନିରନ୍ତରତା ନିମନ୍ତେ ଏକାନ୍ତ ଜରୁରୀ । ମଣିଷ ପ୍ରାକୃତିକ ଦୁନିଆ ସହିତ ଏକ ସମ୍ମାନଜନକ ଓ ସୁସମ୍ପର୍କ ସ୍ଥାପନ କରିବା ସମ୍ଭବପର ହେବ, ଯେତେବେଳେ ସେ ଅନ୍ୟ ଜୀବଜନ୍ତୁମାନଙ୍କର ଆବଶ୍ୟକତାକୁ ସୁଚାରୁରୂପେ ହୃଦୟଙ୍ଗମ, ସୁଚିନ୍ତିତ ସହରୀ ଯୋଜନାର ପ୍ରଣୟନ, ଜନସାଧାରଣଙ୍କର ସମ୍ପୃକ୍ତିକୁ ସୁନିଶ୍ଚିତ, ଦ୍ୱନ୍ଦ୍ୱ ସମାଧାନର ରଣନୀତିର ପ୍ରସ୍ତୁତି ଏବଂ ଉପଯୁକ୍ତ ପ୍ରଯୁକ୍ତିର ସୁବିନିଯୋଗ କରିବ। ପ୍ରାକୃତିକ ପରିସଂସ୍ଥା ଏବଂ ମାନବ ପରିବେଶର ଭବିଷ୍ୟତ ଆମର ସହାବସ୍ଥାନର ସଫଳତା ଉପରେ ଅନେକାଂଶରେ ନିର୍ଭର କରେ।
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri