ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ଯୋଗ୍ୟ ହିତାଧିକାରୀଙ୍କ ନାଁ

ମାଧପୁର,୨୧।୨(ଡି.ଏନ୍‌.ଏ) : ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଫନି ପରେ ପଞ୍ଚାୟତର ପ୍ରତ୍ୟେକ ଗାଁ ବୁଲି ନିର୍ବାହୀ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ ଏବଂ କିଛି ଠିକା କର୍ମଚାରୀ ସର୍ଭେ କରିଥିଲେ। ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ଚିହ୍ନଟ କରିଥିଲେ । ମାତ୍ର ବର୍ତ୍ତମାନ ପଞ୍ଚାୟତକୁ ଆସିଥିବା ତାଲିକାରେ ପ୍ରକୃତ ହିତାଧିକାରୀଙ୍କ ନାମ ନ ଥିବାସ୍ଥଳେ ପୂର୍ବରୁ ଆବାସ ପାଇଥିବା ବ୍ୟକ୍ତି, ଅବିବାହିତ ଯୁବକ, ପୂର୍ବରୁ ସ୍ବାମୀ ପାଇଥିଲେ ବର୍ତ୍ତମାନ ସ୍ତ୍ରୀଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ ଅଛି । ପ୍ରକୃତ ହିତାଧିକାରୀଙ୍କୁ ଉପେକ୍ଷା କରାଯାଇଛି ବୋଲି ପଞ୍ଚାୟତରେ ଅଭିଯୋଗ ହୋଇଛି। ଏ ନେଇ ବିଭାଗ ଭଲ ଭାବେ ତର୍ଜମା କରି ପ୍ରକୃତ ହିତାଧିକାରୀଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ସହିତ ଏପରି ଅନିୟମିତତା କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
ଏ ସମ୍ପର୍କରେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ ଯେଉଁ ହିତାଧିକାରୀଙ୍କ ନାମ ତାଲିକାରେ ନାହିଁ ବା ଅଯୋଗ୍ୟ ଲୋକଙ୍କ ନାମ ତାଲିକାରେ ଆସିଛି। ସେମାନେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ଅଭିଯୋଗ ବାକ୍ସରେ ଆପତ୍ତି ଅଭିଯୋଗର ଚିରିକୁଟ ପକେଇପାରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ବସ୍ତା, ଲୋଡିଂ ବାବଦ ଟଙ୍କା

ତିର୍ତ୍ତୋଲ, ୨୨।୧ (ଡି.ଏନ୍‌.ଏ.):ମଣ୍ଡିରେ ଧାନ ବିକ୍ରି କରୁଥିବା ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯିବ ବୋଲି ଚଳିତବର୍ଷ ରାଜ୍ୟ ସରକାର ଘୋଷଣା କରିଥିଲେ। ମିଲରମାନେ ଏ ନେଇ...

ଅସନ୍ତୋଷ ପରେ ମାଟିମଣ୍ଡପ ସାହି ପାର୍କିଂ ଟେଣ୍ଡର ବାତିଲ

ପୁରୀ ଅଫିସ,୧୩।୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ମଧ୍ୟରେ ଥିବା ଏମାର ମଠର କେତେକ ଅଂଶ ଭଙ୍ଗା ଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକେ ଦୁଇଚକିଆ ଯାନ...

ପରିଚାଳନାରେ ଝୁଣ୍ଟିଲା ପ୍ରଶାସନ: ଗୋଟିଏ ବୁଥ୍‌ରେ ହୋଇପାରେ ସାନି ମତଦାନ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ବେଳେ ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ ଖବର ଆସିଥିଲା। ଏପରି କି କେତୋଟି...

ଏସ୍‌ଏଚଜି ଜରିଆରେ ରନ୍ଧାଖାଦ୍ୟ ବଣ୍ଟନ

କର୍ଲାମୁଣ୍ଡା, ୨।୪ (ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୨୦୯ ଜଣ ମହିଳା, ପୁରୁଷଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଲକ୍‌ ଡାଉନ ଯୋଗୁ ପ୍ରଭାବିତ...

ଆୟୁଷ ଡାକ୍ତରଙ୍କ ହାତରେ ସ୍ବାସ୍ଥ୍ୟସେବା

ଭଦ୍ରକ ଅଫିସ, ୧୩।୩- ଭଦ୍ରକ ଜିଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ଚିକିତ୍ସାଳୟକୁ ମିଶାଇ ଜିଲାରେ ପ୍ରାୟ ୬୩ଟି ଡାକ୍ତରଖାନା ରହିଛି। ଯାହା...

ଦିଗହରା ହୋଇଛି ସ୍ବଚ୍ଛ ଭାରତ ମିଶନ:ଅବ୍ୟବସ୍ଥାରେ ଜେନାପୁର ରେଳ ଷ୍ଟେଶନ

ଜେନାପୁର,୪-୯(ଡି.ଏନ୍‌.ଏ.)- ଯାଜପୁର ଜିଲା ଅନ୍ତର୍ଗତ ଜେନାପୁର ରେଲ୍‌ଓ୍ବେ ଷ୍ଟେଶନରେ ସ୍ବଚ୍ଛ ଭାରତ ଅଭିଯାନ ଦିଗହରା ହୋଇଛି। ବିଭାଗୀୟ ଅଧିକାରୀଙ୍କ ଦୁର୍ବଳମନୋଭାବ ଯୋଗୁ ଷ୍ଟେଶନଟି ଶୋଚନୀୟ ଅବସ୍ଥାରେ...

ଫେରାର ହେବାକୁଯାଇ ପୋଖରୀକୁ ଡେଇଁପଡ଼ିଲେ

ଢେଙ୍କାନାଳ ଅଫିସ, ୧୬।୭: ରାତିଅଧିଆ ଦୋକାନ ତାଲା ଭାଙ୍ଗି ଚୋରି କରୁଥିବାବେଳେ ମାଡ଼ିବସିଲା ପୋଲିସ। ପୋଲିସ କବ୍‌ଜାରୁ ଖସିଯିବାକୁ ଉଦ୍ୟମ କରି ଜଣେ ଅଭିଯୁକ୍ତ ଡେଇଁପଡ଼ିଲେ ପୋଖରୀକୁ।...

୩ କର୍ମଚାରୀରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଭୋଗରାଇ, ୧୭।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି...

Coronavirus Update

Archives

Model This Week

Why Dharitri