ମାଟ୍ରିକ ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପାତ୍ରପୁର,୪ା୭(ଡି.ଏନ୍‌.ଏ.)- ରାଜ୍ୟରେ ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ୨ଦିନ ହେଲା ସାର୍ଟିଫିକେଟ ପ୍ରଦାନ କରାଯାଉଛି। ସରକାର ବିନା ଅର୍ଥରେ ଏହି ସାର୍ଟିଫିକେଟ ଦେଉଥିବାବେଳେ ପାତ୍ରପୁର ଅଞ୍ଚଳର ଏକ ହାଇସ୍କୁଲରେ ଏନେଇ ଅର୍ଥ ଦାବି କରାଯାଉଥିବା ଅଭିଯୋଗ ହୋଇଛି। ବିନା ଟଙ୍କାରେ ସାର୍ଟିଫିକେଟ ଦେବାକୁ ସ୍କୁଲ ପକ୍ଷରୁ ରୋକଠୋକ୍‌ ମନା କରାଯାଉଛି। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେତେଜଣ ଛାତ୍ରୀଛାତ୍ର ଟଙ୍କା ଦେଇ ସାର୍ଟିଫିକେଟ ଆଣୁଥିବା ଦେଖିବାକୁ ମିଳୁଛି। ୨ଶହରୁ ୫ଶହ ଟଙ୍କା ଏଥିପାଇଁ ଦାବି କରାଯାଉଛି। ଏନେଇ ଶୁକ୍ରବାର ବ୍ଲକ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିବେ ବୋଲି କେତେଜଣ ଅଭିଭାବକ କହିଛନ୍ତି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ କୁରେଶୁ ସେଠୀଙ୍କୁ ପଚାରିବାରୁ ସାର୍ଟିଫିକେଟ ଦେଲାବେଳେ ଅର୍ଥ ଆଦାୟ ଅପରାଧ। ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଅଭିଯୋଗ ଆମର ହସ୍ତଗତ ହୋଇନାହିଁ। ଅଭିଯୋଗ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌କେସିଜି ମେଡିକାଲରେ ବେଡର ଅଭାବ: ବାରଣ୍ଡାରେ କରୋନା ସନ୍ଧିଗ୍ଧ

ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ କରୋନା ବର୍ତ୍ତମାନ ବଢ଼ିବାରେ ଲାଗିଛି। ପ୍ରତିଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେବେ ବ୍ରହ୍ମପୁର ମହାନଗର ନିଗମର...

ବେସରକାରୀ ଜାଗାରେ ୫୦ ବର୍ଷର ସ୍କୁଲ୍‌, ଛାଡ଼ିବା ପାଇଁ ନୋଟିସ୍‌

ଜମନକିରା,୨୯ା୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ସଦର ମହକୁମାସ୍ଥିତ କଦଳୀମୁଣ୍ଡା ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟକୁ ନିଜ ଜାଗା ଦାବି କରି ସ୍କୁଲକୁ ନୋଟିସ୍‌ କରାଯାଇଛି।...

ସୌମ୍ୟ କହିଲେ ଛୋଟ ଘଟଣା, ଲେଖାଶ୍ରୀ ପଚାରିଲେ ବଡ଼ କ’ଣ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ବିଜେଡି ଉପସଭାପତି ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନାବାଳିକା ପରୀ ହତ୍ୟାକାଣ୍ଡକୁ ଏକ ଛୋଟ ଘଟଣା ବୋଲି ମତ ଦେଇଛନ୍ତି। ଏହାକୁ ନେଇ...

ପିଏମ୍‌ଏଓ୍ବାଇ-ବିପିଜିଓ୍ବାଇ ଲୋଗୋ କଳି

ଭୁବନେଶ୍ୱର,୧ା୪(ବ୍ୟୁରୋ):ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍‌ଏୱାଇ-ଜି)ରେ ବିଜୁ ପକ୍କାଘର ଯୋଜନା (ବିପିଜିୱାଇ) ଲୋଗୋ ଲଗାଯାଉଛି। ଏହା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା। ଏଥିରେ ବିପିଜିଓ୍ବାଇ ଲୋଗୋ ନ ଲଗାଇବାକୁ...

ବାସୁଦେବପୁର ମାଟିରେ ଥାଇ ଆପଲ ବେର୍‌

ପଦ୍ମପୁର,୩।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମର କେନାଲ କୂଳରେ ଅଧଏକର ଜମିରେ ହୋଇଛି ବଗିଚା। ଚାରିପଟେ ନିବୁଜ ବାଡ଼...

ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ଆଉ ନାହାନ୍ତି ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଲତା ଘୋଷ। ମଙ୍ଗଳବାର ଭୁବନେଶ୍ୱର ଏମ୍ସରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ...

ସ୍ବାମୀଙ୍କୁ ହତ୍ୟା କରି ଜେଲ ଗଲେ ସ୍ତ୍ରୀ

ବ୍ରହ୍ମପୁର ଅଫିସ,୧୭ା୫-ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଶନିବାର ସ୍ତ୍ରୀ ସୁନୀତା ବେହେରାଙ୍କୁ ଗିରଫ କରିଛି। ଘଟଣା ବେଳେ ବ୍ୟବହୃତ ରକ୍ତଭିଜା ଶିଳପୁଆ...

କାର୍ଯ୍ୟକାରୀ ହେବ ‘ମୋ ସାଇକେଲ୍‌’ ଆପ୍‌

ଭୁବନେଶ୍ୱର, ୫।୧(ବ୍ୟୁରୋ): ମୋ ସାଇକେଲ୍‌ର ନୂତନ ଦିଗନ୍ତ ଭାବେ ଖୁବ୍‌ଶୀଘ୍ର ‘ମୋ ସାଇକେଲ୍‌’ ଆପ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଏବଂ ଭୁବନେଶ୍ୱର...

Advertisement
Archives

Model This Week