ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ୩୫୦ ସିସିଟିଭି

ଅନୁଗୋଳ ଅଫିସ, ୧୨।୨ – ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଚଳିତ ବର୍ଷ ଅନୁଗୋଳ ଜିଲାରେ ମୋଟ୍‌ ୧୭ ହଜାର ୪୯୨ ଜଣ ପରୀକ୍ଷାର୍ଥୀ ୮୫ଟି କେନ୍ଦ୍ରରେ ପରୀକ୍ଷା ଦେବେ। ତେବେ ୩୧ଟି ସମ୍ବେଦନଶୀଳ କେନ୍ଦ୍ରରେ ବୋର୍ଡ ନିର୍ଦ୍ଦେଶ ଅନୁସାରେ ୩୫୦ଟି ସିସିଟିଭି ଖଞ୍ଜାଯାଇଥିବା ବେଳେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଛାତ୍ରୀଛାତ୍ରଙ୍କୁ ଧରିବା ପାଇଁ ବୋର୍ଡ ପକ୍ଷରୁ ସେଣ୍ଟ୍ରାଲ ସ୍କ୍ବାଡ୍‌ ସହ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଗଠନ କରାଯାଇଛି। କିନ୍ତୁ ଜିଲା ଶିକ୍ଷା ବିଭାଗ ଅଦ୍ୟାବଧି ନିଜସ୍ବ ସ୍କ୍ବାଡ୍‌ ଗଠନ କରି ନ ଥିବା ବେଳେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ମଧ୍ୟ ତାଲିମ ପ୍ରଦାନ କରି ନ ଥିବା ସୂଚନା ମିଳିଛି।
ଜିଲାରେ ଏହି ପରୀକ୍ଷାକୁ ସୁପରିଚାଳନା ସହ କିପରି ପରୀକ୍ଷା ସମୟରେ ସୁପରିଣ୍ଟେଣ୍ଡେଣ୍ଟମାନେ ନିଜର ଭୂମିକା ନିର୍ବାହ କରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବା କଥା। ହେଲେ ଅଦ୍ୟାବଧି ତାହା ଅନୁଗୋଳ ଜିଲାରେ ହୋଇ ନ ଥିବା ସୂଚନା ମିଳିଛି। ଏପରି କି ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଗଠନ ହେବାକୁ ଥିବା ସ୍କ୍ବାଡ୍‌ ମଧ୍ୟ ଅଦ୍ୟାବଧି ଗଢ଼ାଯାଇନାହିଁ। ଅନ୍ୟପକ୍ଷରେ ଜିଲାରେ କରାଯାଇଥିବା ୮ଟି ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ସହ ଉତ୍ତରଖାତା ନିଆଯାଇ ପରୀକ୍ଷା ଦିନ ସକାଳ ୬ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଯିବ। ଏ ନେଇ ପ୍ରତି ନୋଡାଲ ସେଣ୍ଟରରେ ଜଣେ ଲେଖାଏ ମାଜିଷ୍ଟ୍ରେଟ ଓ ପୋଲିସ ଦେବାକୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି। ଏହି ଅଧିକାରୀମାନେ ପ୍ରଶ୍ନପତ୍ର ସହ ଉତ୍ତରଖାତାର ସିଲ୍‌ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି। ସେହିପରି ଅନୁଗୋଳ ଜିଲା ପାଇଁ ବୋର୍ଡ ପକ୍ଷରୁ ଜଣେ ଅଧ୍ୟାପକଙ୍କୁ ସେଣ୍ଟ୍ରାଲ ସ୍କ୍ବାଡ୍‌ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସେହିପରି ଫ୍ଲାଇଙ୍ଗ ସ୍କ୍ବାଡ୍‌ ଦାୟିତ୍ୱ ସାଉଥ ବଲଣ୍ଡା ମହାବିଦ୍ୟାଳର ଅଧ୍ୟାପକ ଅମରେନ୍ଦ୍ର ମିଶ୍ର ଓ କିଶୋରନଗର ମହାବିଦ୍ୟାଳୟର ଅଧ୍ୟାପକ ଦଧିବାବନ ପ୍ରଧାନଙ୍କୁ ବୋର୍ଡ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ଚଳିତ ସପ୍ତାହ ଶେଷ ଆଡ଼କୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କ୍ବାଡ୍‌ ଗଠନ କରାଯିବ। ସେହିପରି ବୋର୍ଡ ପକ୍ଷରୁ ୩୧ଟି କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଘୋଷଣା କରାଯାଇ ସେଠାରେ ୩୫୦ଟି ସିସିଟିଭି ଲଗାଯିବା ପ୍ରକ୍ରିୟା ଜାରିରହିଛି। ପରୀକ୍ଷା କେନ୍ଦ୍ର ସହ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ ମଧ୍ୟ ସିସିଟିଭି ଲଗାଯିବାର ବ୍ୟବସ୍ଥା ରହିଛି। ଏ ନେଇ ଜିଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ବଦଳି ହୋଇଛି। ସେ ରିଲିଭ୍‌ ମଧ୍ୟ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସର ଗାଡ଼ି ଯାଞ୍ଚ ଆରମ୍ଭ: ହେଲମେଟ ନ ପିନ୍ଧି ଗଣିଲେ ଜରିମାନା

ସୋରଡା,୨୮।୧୦: ସୋରଡା ପୋଲିସର ଯାନବାହନ ଯାଞ୍ଚ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଥାନା ସମ୍ମୁଖ ଜାତୀୟ ରାଜପଥରେ ବିନା ହେଲମେଟରେ ଯାଉଥିବା ବାଇକ୍‌ ଚାଳକଙ୍କୁ ଅଟକାଇ ଜରିମାନା...

ବ୍ୟାଙ୍କ ଲୁଟ୍‌ ଉଦ୍ୟମ ବିଫଳ : ସାଇରନ ବାଜିବାରୁ ଛାଡ଼ି ପଳାଇଲେ ଲୁଟେରା

ଢେଙ୍କାନାଳ ଅଫିସ, ୨୪ା୬: ଢେଙ୍କାନାଳ ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଶାଖାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମବେଳେ ସାଇରନ୍‌ ବାଜିବାରୁ ଲୁଟେରାମାନେ ଛାଡ଼ି ପଳାଇଛନ୍ତି। ତାଲା...

ଉପାନ୍ତ ଦେଇ କେନ୍ଦୁଝରକୁ ଫିଟିବ ବାଟ

ଢେଙ୍କାନାଳ ଅଫିସ, ୮।୭ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକର ଉପାନ୍ତ ଅଞ୍ଚଳ ଦେଇ କେନ୍ଦୁଝରକୁ ପକ୍କାସଡ଼କ ନିର୍ମାଣ ହେବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ...

ପିପିଲି ଉପନିର୍ବାଚନ: ପୁଣି ଆଶ୍ରିତଙ୍କୁ ଭରଷା କଲା ଭାଜପା

ଭୁବନେଶ୍ୱର,୨୫।୩(ବ୍ୟୁରୋ): ବହୁ କଳ୍ପନାଜଳ୍ପନା ପରେ ପିପିଲି ଉପନିର୍ବାଚନ ଲାଗି ଭାଜପା ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରିଛି। ୨୦୧୯...

ଖୋଲିଲା ୨ ଗେଟ୍‌: ବରୀରେ ବଢ଼ୁଛି ବନ୍ୟା ଆଶଙ୍କା

ବରୀ,୧୬।୯: ଅନୁଗୋଳ ଜିଲାସ୍ଥିତ ରେଙ୍ଗାଲୀ ଡ୍ୟାମ୍‌ର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ନିଷ୍କାସିତ ବନ୍ୟା ୩୬ ଘଣ୍ଚା ମଧ୍ୟରେ ଜଳ ଯାଜପୁର ଜିଲା ବରୀ ବ୍ଲକରେ...

୫୦ ହେକ୍ଟର ଚାଷଜମି ପଡ଼ିଆ

ରଘୁନାଥପୁର,୨୭।୭(ଡି.ଏନ.ଏ.): ଶାଖା କେନାଲରେ ପାଣି ନ ଆସିବାରୁ ୫୦ ହେକ୍ଟର ଚାଷ ଜମି ପଡ଼ିଆ ପଡିଛି। ଏହାଛଡ଼ା କଟକ-ପାରାଦୀପ ରେଳ ଲାଇନ ତଳେ ଯାଇଥିବା କେନାଲରେ...

ପଞ୍ଚାୟତ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ବରଗଡ଼ ଅଫିସ,୮।୮: ବରଗଡ଼ ପଞ୍ଚାୟତ ସମିତି ପରିସରରେ ଗୁରୁବାର ପଞ୍ଚାୟତ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ...

୨୦ରୁ ହାଇକୋର୍ଟ ଶଟ୍‌ଡାଉନ୍‌

କଟକ ଅଫିସ, ୨୦।୫: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ କରାଯାଇଛି । ଆସନ୍ତା...

Advertisement
Archives

Model This Week