ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବସ୍ତା, ୨୧।୫(ସ୍ବ.ପ୍ର.)-ମଙ୍ଗଳବାର ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବାଲେଶ୍ୱର ଜିଲା ବସ୍ତା ଥାନା ପଣ୍ଡରୁଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ଅନନ୍ତ ସେଠୀଙ୍କ ପୁଅ ଶଙ୍କର୍ଷଣ ସେଠୀ ଗ୍ରାମ ନିକଟସ୍ଥ ସଦର ବ୍ଲକ ମାଣ୍ଡୁରୁକୁଲାସ୍ଥିତ ଗାନ୍ଧିଜୀ ନୋଡ଼ାଲ ହାଇସ୍କୁଲରେ ପଢୁଥିଲେ। ପରୀକ୍ଷା ଫଳ ବାହାରି ସାରିବା ପରେ ତାଙ୍କର ମାର୍କ ଆଶାନୁରୂପକ ହୋଇ ନ ଥିଲା । ଫଳରେ ସେ ମାନସିକ ଚାପର ବଶବର୍ତ୍ତୀ ହୋଇ ମଙ୍ଗଳବାର ବିଷ ପିଇ ଆମତ୍ହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ଜାଣିପାରି ତାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ ା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ଅଙ୍ଗନୱାଡ଼ି କେନ୍ଦ୍ରରେ ତଦନ୍ତ ଆରମ୍ଭ

ରୂପ୍‌ସା, ୨୦।୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ନିମା, ଖିରଂ ଓ ଗୁଣ୍ଡୁରିପଦା ଅଙ୍ଗନୱାଡ଼ି କେନ୍ଦ୍ରରେ ମଙ୍ଗଳବାର ତଦନ୍ତ ଆରମ୍ଭ ହୋଇଛି। ଏହି ଅଙ୍ଗନୱାଡି...

ବାଲେଶ୍ୱର ସବ୍‌ରେଜିଷ୍ଟ୍ରି ଅଫିସରେ ନିଅଁ।

ବାଲେଶ୍ୱର ଅଫିସ, ୧୦ା୧୨-ବାଲେଶ୍ୱର ସବ୍‌ରେଜିଷ୍ଟ୍ରି ଅଫିସରେ ସୋମବାର ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ନିଅଁ। ଲାଗିଯାଇଥିଲା। ସ୍ଥାନୀୟ ଲୋକେ ନିଅଁ। ଲାଗିଥିବା ଦେଖି ଅଗ୍ନିଶମ...

ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ନ ଦେଲେ ଆନ୍ଦୋଳନ: ଚେତାବନୀ ଦେଲା କ୍ରିୟାନୁଷ୍ଠାନ କମିଟି

ବାଲେଶ୍ୱର ଅଫିସ, ୮।୭-ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଦାବି କରାଯାଇଛି। ଏ ଦିଗରେ ଧ୍ୟାନ...

ମଦମୃତ୍ୟୁ ଘଟଣାର ତଦନ୍ତରେ ଶିଥିଳତା: ୧୯ରେ ଥାନା ଘେରିବ ଭାଜପା

ତିହିଡ଼ି, ୧୪।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପୀରହାଟ ଅଞ୍ଚଳରେ ମଦମୃତ୍ୟୁ ଭଳି ଏକ ସ୍ପର୍ଶକାତର ଘଟଣାର ତଦନ୍ତରେ ଶିଥିଳତା ଦେଖାଦେଇଛି।...

ଦୈନିକ ୧୧୬ ଟଙ୍କାରେ କାମ କରୁଛନ୍ତି ଦିବ୍ୟାଙ୍ଗ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ପୌରାଞ୍ଚଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ରାକେଶ କୁମାର ପଣ୍ଡା(୪୫) ନାମକ ଜଣେ ଦିବ୍ୟାଙ୍ଗ ଦୈନିକ ୧୧୬ ଟଙ୍କାରେ ଦୀର୍ଘ...

ଭିଜିଲାନ୍ସ ଜାଲରେ ଅମିନ

ବାରିପଦା ଅଫିସ,୭।୬: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର...

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍‌କ୍ଷେପଣ ହେଲା ‘ବ୍ରହ୍ମୋସ’

ବାଲେଶ୍ୱର ଅଫିସ,୧୨ା୭: ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତ୍‌କ୍ଷେପଣ ହୋଇଛି ସୁପରସୋନିକ୍‌ କ୍ରୁଜ ମିସାଇଲ ‘ବ୍ରହ୍ମୋସ’। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଶବ୍ଦର...

ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

କେନ୍ଦୁଝର,୨୧ା୪(ସ୍ବ.ପ୍ର.): ଉପଯୁକ୍ତ ପରିଚାଳନା ଅଭାବରୁ କେନ୍ଦୁଝର ସହରରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ମାଧପୁର ଓ ଶିରିପୁର ରାସ୍ତାରେ ଶନିବାର ଦୀର୍ଘ ଘଣ୍ଟା ଧରି ରାସ୍ତା...

Advertisement
Archives

Model This Week