ମାଟ୍ରିକ୍‌ ପରୀକ୍ଷା ଫଳରେ ଉନ୍ନତି ଉଦ୍ୟମ, ଛୁଟିଦିନ, ରବିବାରରେ ହେବ ପାଠପଢ଼ା

ବ୍ରହ୍ମପୁର ଅଫିସ୍‌,୧୪ା୧୦-ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ରେ ଗଞ୍ଜାମ ଜିଲାରେ ମାଟ୍ରିକ୍‌ ପରୀକ୍ଷା ଫଳାଫଳରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ତତ୍ତ୍ୱାବଧାନରେ ମିଶନ୍‌ ‘ଡ୍ରିମ୍‌’ ପ୍ରସ୍ତୁତ କରାଯାଇଛି। ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କ ତରଫରୁ ପ୍ରସ୍ତୁତ ରୋଡ୍‌ମ୍ୟାପ୍‌ରେ ସଫଳତା ପାଇଁ ୨୦ଟି ଫର୍ମୁଲା ରଖାଯାଇଛି । ଏନେଇ ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଚିଠି କରାଯାଇଛି । ପ୍ରତ୍ୟକ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ମେଣ୍ଟର୍‌, ରବିବାର ଏବଂ ଛୁଟି ଦିନରେ ପାଠପଢ଼ା ଏବଂ ପ୍ରତ୍ୟେକ ସୋମବାର ଏବଂ ଗୁରୁବାରରେ କମନ୍‌ ଟେଷ୍ଟ ପରୀକ୍ଷା ଆୟୋଜନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ।
ଚିଠିରେ ଉଲ୍ଲେଖ ରହିଛି, ୨୦୨୦ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ରରେ ଅନେକ ପରିବର୍ତ୍ତନ କରାଯିବ। ନୂତନ ପ୍ରକାରର ପ୍ରଶ୍ନପତ୍ର ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଅବଗତ କରିବାର ଆବଶ୍ୟକତା ରହିଛି। ଜିଲାରେ କେତେକ ବିଦ୍ୟାଳୟରେ ଏ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ କେତେକ ବିଦ୍ୟାଳୟ ରବିବାର ଏବଂ ଛୁଟି ଦିନରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପଢ଼ାଇବା ଆରମ୍ଭ କରିଦେଇଛନ୍ତି । ସମସ୍ତ ବିଦ୍ୟାଳୟ ଏହି ପଦକ୍ଷେପ ନେବା ଜରୁରି । ଆଗ୍ରହ ବଢ଼ୁଛି । ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମିଶନ୍‌ ‘ଡ୍ରିମ୍‌(ଡ୍ରାଇଭ୍‌ ଫର୍‌ ରେଜଲ୍‌ଟ ଏନ୍‌ହାନ୍ସମେଣ୍ଟ ଇନ୍‌ ଆନୁଆଲ୍‌ ମାଟ୍ରିକୁଲେଶନ୍‌ ଏକ୍ସାମିନେଶନ୍‌)’ କାର୍ଯ୍ୟକାରୀ କରିବାକୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ଅନୁଯାୟୀ, ଟେଷ୍ଟ ପରୀକ୍ଷା ପୂର୍ବରୁ ପ୍ରତ୍ୟକ ସପ୍ତାହର ସୋମବାର ଏବଂ ଗୁରୁବାର ଦୁଇଟି ବିଷୟରେ କମନ୍‌ ଟେଷ୍ଟ ଆୟୋଜନ କରାଯିବ । ସୋମବାରରେ ପଡ଼ୁଥିବା ଅକ୍ଟୋବର ୨୧ ଏବଂ ନଭେମ୍ବର ୧୧ତାରିଖରେ ଗଣିତ, ଅକ୍ଟୋବର ୨୮ ଏବଂ ୧୮ତାରିଖରେ ସାଧାରଣ ବିଜ୍ଞାନ, ନଭେମ୍ବର ୪ ଏବଂ ୨୫ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୨୪(ଗୁରୁବାର) ଏବଂ ନଭେମ୍ବର ୧୫(ଶୁକ୍ରବାର)ରେ ଇଂଲିଶ, ଗୁରୁବାରରେ ପଡ଼ୁଥିବା ଅକ୍ଟୋବର ୩୧ ଏବଂ ନଭେମ୍ବର ୨୧ତାରିଖରେ ଓଡ଼ିଆ ଓ ନଭେମ୍ବର ୭ ଏବଂ ୨୮ତାରିଖରେ ତୃତୀୟ ଭାଷା(ହିନ୍ଦି ଏବଂ ସଂସ୍କୃତ) ପରୀକ୍ଷା ଆୟୋଜନ ହେବ । ଜିଲା ସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ଏସବୁ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କଠାରୁ କୌଣସି ପ୍ରକାର ଦେୟ ଆଦାୟ କରାଯିବ ନାହିଁ । ପରୀକ୍ଷା ପାଣ୍ଠିରୁ ଖର୍ଚ୍ଚ କରାଯିବ । ଛାତ୍ରୀଛାତ୍ରମାନେ ନିଜେ ନୋଟ୍‌ବୁକ୍‌ ଧରି ପରୀକ୍ଷାକୁ ଆସିବେ । ଯଦି କୌଣସି ଆର୍ଥୀକ ଅନଗ୍ରସର ଛାତ୍ରୀଛାତ୍ର ନୋଟ୍‌ବୁକ୍‌ କିଣିବାକୁ ଅସମର୍ଥ ପ୍ରକାଶ କରନ୍ତି, ତେବେ ବିଦ୍ୟାଳୟସ୍ତରରେ ସେମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯିବ । ଯଦି କୌଣସି ଛାତ୍ରୀଛାତ୍ର ନିର୍ଦ୍ଧାରିତ ତାରିଖରେ କମନ୍‌ ଟେଷ୍ଟ ପରୀକ୍ଷା ଦେବାରେ ଅସମର୍ଥ ହେଉଛନ୍ତି, ତେବେ ପରଦିନ ସେମାନେ ପରୀକ୍ଷା ଦେଇପାରିବେ । ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପରୀକ୍ଷା ସରିବା ପରେ ଉକ୍ତ ଦିନ ମଧ୍ୟ ଶ୍ରେଣୀରେ ଅନ୍ୟ ଦିନ ଭଳି ପାଠପଢ଼ାଯିବ । ଶିକ୍ଷକମାନେ ପ୍ରଶ୍ନଗୁଡ଼ିକ ସମ୍ପର୍କରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବେ। କୌଣସି ପ୍ରଶ୍ନକୁ ନେଇ କୌଣସି ଛାତ୍ରୀଛାତ୍ର ଦ୍ୱନ୍ଦ୍ୱରେ ରହିବେ, ତେବେ ସେଠାରେ ହିଁ ଦ୍ୱନ୍ଦ୍ୱ ଦୂର କରାଯିବ। ଏପରିକି ଆବଶ୍ୟକ ପଡ଼ିଲେ, ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପାଠପଢ଼ା ଯିବ। ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ କମନ୍‌ ଟେଷ୍ଟ ପରୀକ୍ଷା ଦିନ ବିଦ୍ୟାଳୟଗୁଡ଼ିକ ପରିଦର୍ଶନରେ ଯାଇ ଠିକ୍‌ ଭାବେ ପରୀକ୍ଷା ଚାଲିଛି ନା ନାହିଁ ତଦାରଖ କରିବେ । ପ୍ରତ୍ୟକ ପରୀକ୍ଷାର ଫଳାଫଳ ଗୁଗୁଲ୍‌ ଡକ୍ୟୁମେଣ୍ଟ ଜରିଆରେ ଛାତ୍ରୀଛାତ୍ର, ବିଦ୍ୟାଳୟ ଏବଂ ଅଭିଭାବକଙ୍କୁ ଅବଗତ କରାଯିବ । ପରୀକ୍ଷା ଫଳ ପ୍ରକାଶ ପରେ ପ୍ରଧାନ ଶିକ୍ଷକମାନେ ଷ୍ଟାଫ୍‌ ବୈଠକ ଡକାଇ ଆଲୋଚନା କରିବେ। ଦୁର୍ବଳ ଛାତ୍ରୀଛାତ୍ରଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ବତନ୍ତ୍ର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମେଣ୍ଟର୍‌ ଭାବେ ନିଯୁକ୍ତି ଦିଆଯିବ । ଏଥି ସହ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ନିୟମିତ ବ୍ୟବଧାନରେ ଅଭିଭାବକ-ଶିକ୍ଷକ ବୈଠକ ଡକାଯାଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ । ନିର୍ଦ୍ଧାରିତ ତାରିଖ ପୂର୍ବରୁ ସିଲାବସ୍‌ ସାରିବା ଦାୟିତ୍ୱ ପ୍ରଧାନ ଶିକ୍ଷକମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଆସନ୍ତା ୨୦ତାରିଖରେ ‘ଡ୍ରିମ୍‌’ କର୍ମଶାଳା ଆୟୋଜନ କରାଯିବ । ସେଥିରେ ଚୂଡ଼ାନ୍ତ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବା ସହ ଗତ ମାଟ୍ରିକ୍‌ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ଏବଂ ସର୍ବାଧିକ ଏ-୧ ଗ୍ରେଡ୍‌ ରଖିଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ । ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ଉପରୋକ୍ତ ଯୋଜନାର ସଫଳତା ନିର୍ଭର କରୁଛି । ସେମାନଙ୍କ କଠିନ ପରିଶ୍ରମ ଏବଂ ଉଦ୍ୟମ ସହ ଅଭିଭାବକଙ୍କ ସହଯୋଗ ଦ୍ୱାରା ଗଞ୍ଜାମ ଜିଲା ୨୦୨୦ ମାଟ୍ରିକ୍‌ ଫରୀକ୍ଷାରେ ଆଶାତିତ ସଫଳତା ହାସଲ କରିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଶା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ

ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri