ମାଟି କାମୁଡ଼ିଛି ଶାଳଘର

ପୁରୀ ଅଫିସ, ୩୧।୫ : ବାତ୍ୟାରେ କୁମ୍ଭକାର ସମ୍ପ୍ରଦାୟଙ୍କ ଶାଳଘର ମାଟିରେ ମିଶିଯାଇଛି। ହଜାର ହଜାର କୁଡୁଆ ଭାଙ୍ଗିପଡ଼ିଛି। ଶ୍ରୀପଞ୍ଚମୀଠାରୁ ତିଆରି ଆରମ୍ଭ କରିଥିବା ଅଧରହାଣ୍ଡି ବି ଚୂର୍‌ମାର ହୋଇଯାଇଛି। ଆଗକୁ ମହାପ୍ରଭୁଙ୍କ ଅଧରପଣା। ତେବେ ଏଭଳି ପରିସ୍ଥିତିରେ ଅଧରହାଣ୍ଡି ତିଆରି କରିବା କୁମ୍ଭକାରଙ୍କ ପକ୍ଷେ ସମ୍ଭବ ହେଉନାହିଁ । ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ଏବଂ ଜିଲା ପ୍ରଶାସନ ଯେଉଁ ସହାୟତା ଘୋଷଣା କରିଥିଲେ ତାହା ଏ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପହଞ୍ଚତ୍ନାହିଁ। ଏବେ ବି ମାଟିକାମୁଡ଼ି ପଡିଛି ଶାଳଘର। ତେଣୁ ଅଧରହାଣ୍ଡି ଓ କୁଡ଼ୁଆ ତିଆରି ଏବଂ ଯୋଗାଣରେ ସଙ୍କଟ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ବାତ୍ୟାରେ ପୁରୀ ସହରର କୁମ୍ଭାରପଡ଼ା, ଟିକରପଡ଼ା, ବାଡାସାହି, ନୂଆସାହି ଓ ଗୋପାଳପୁର ସମେତ ବ୍ରହ୍ମଗିରିର ଗଡ଼ରୋଡଙ୍ଗ, ବେଣ୍ଟପୁର, ପୁରୀ ସଦରର ଭୂଅଁା, ଛଇତନା, ଚନ୍ଦନପୁର, ସତ୍ୟବାଦୀର ଦୁଗଲ ଆଦି ଗ୍ରାମର କୁମ୍ଭକାର କ୍ଷତିଗ୍ରସ୍ତ ହୋଇଛନ୍ତି। ପୁରୀ ସହରରେ ୨୧୩ଟି ଛୋଟବଡ ଶାଳଘର ଭାଙ୍ଗିଥିବାବେଳେ ଭୂଅଁାର ୪୦ଟି, ବ୍ରହ୍ମଗିରି ଓ ସତ୍ୟବାଦୀ ଅଞ୍ଚଳର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଶାଳଘର ଭାଙ୍ଗିଛି। ହଜାର ହଜାର କୁଡ଼ୁଆ ବର୍ଷା, ପବନରେ ନଷ୍ଟ ହୋଇଯାଇଛି। ତେଣୁ ପ୍ରଶାସନିକ ସହଯୋଗ ବିନା କୁମ୍ଭାରମାନେ ଶାଳଘର ତିଆରି କରିପାରିବେ ନାହିଁ। ଏ ନେଇ ପୂର୍ବରୁ କୁମ୍ଭକାର ନିଯୋଗ ପକ୍ଷରୁ ଜିଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ କୁମ୍ଭକାରଙ୍କ ସହିତ ଆଲୋଚନା କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୮,୨୦୦ ଟଙ୍କା ଲେଖାଏ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। କିଛି ପରିବାରଙ୍କୁ ଏହି ସହାୟତା ମିଳିଥିଲେ ହେଁ, ତାହା ପର୍ଯ୍ୟାପ୍ତ ନୁହେଁ, ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ କଷ୍ଟକର ହେଉଛି ବୋଲି କୁମ୍ଭକାରମାନେ କହିଛନ୍ତି। କୁମ୍ଭାରପଡ଼ାର ଲକ୍ଷ୍ମୀଧର ବିଶୋଇ କହିଛନ୍ତି, ଆମ ପରିବାର ଶ୍ରୀନଅର ଏବଂ ରାଘବ ଦାସ ମଠକୁ ପ୍ରତିବର୍ଷ ୩ଟି ଲେଖାଏ ୬ଟି ଅଧରହାଣ୍ଡି ଦେଇଥାଉ। ବର୍ଷତମାମ୍‌ ଶ୍ରୀମନ୍ଦିରକୁ ହାଣ୍ଡିକୁଡ଼ୁଆ ମଧ୍ୟ ଯୋଗାଇଥାଉ। ହେଲେ ବାତ୍ୟାରେ ଶାଳଘର ସମେତ ସବୁକିଛି ଉଜୁଡ଼ିଯାଇଛି। ତିଆରି ହୋଇ ରହିଥିବା ୨ଟି ଅଧରହାଣ୍ଡି ସମେତ ବହୁ କୁଡୁଆ ଭାଙ୍ଗିଯାଇଛି। ଏ ବର୍ଷ ଅଧରହାଣ୍ଡି ଯୋଗାଇବା ଆଉ ସମ୍ଭବ ହେବନାହିଁ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି। ମାତ୍ର ଏ ପର୍ଯ୍ୟନ୍ତ କିଛି ସହଯୋଗ ମିଳିନାହିଁ । ମହାପ୍ରଭୁଙ୍କ ସେବା ପରମ୍ପରା ଶ୍ରୀମନ୍ଦିର ପ୍ରଶାସନ ବଜାୟ ରଖୁ ଏତିକି ହିଁ କହିବି । କେବଳ ଲକ୍ଷ୍ମୀଧର ନୁହଁନ୍ତି, କୈଳାସ ଚନ୍ଦ୍ର ବିଶୋଇ ମଧ୍ୟ ସମାନ କଥା କହିଛନ୍ତି। ଶାଳଘରଟିଏ ତିଆରି କରିବାକୁ ହେଲେ ଅତି କମ୍‌ରେ ୧ଲକ୍ଷ ଟଙ୍କା ଦରକାର। ଏଭଳି ସ୍ଥିତିରେ କୁମ୍ଭକାରମାନଙ୍କୁ ପ୍ରଶାସନ ସ୍ବତନ୍ତ୍ର ଭାବେ ସହଯୋଗ ନ କଲେ ହାଣ୍ଡି, କୁଡ଼ୁଆ ତିଆରି କରିବା ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ସବୁ ପ୍ରକାର କୁଡ଼ୁଆ ପୁରୀ ସହର ଏବଂ ଆଖପାଖ ଅଞ୍ଚଳର କୁମ୍ଭକାର ଯୋଗାଇଥାନ୍ତି। ବାତ୍ୟାରେ ପ୍ରାୟ ସବୁ କୁମ୍ଭକାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଅଧରପଣା ନୀତି ପାଇଁ ଅଧରହାଣ୍ଡି କେଉଁଠୁ ଆସିବ ତାହା ଚିନ୍ତାର ବିଷୟ ପାଲଟିଛି।
ଅନ୍ୟପକ୍ଷେ ରଥ ସମନ୍ବୟ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର। ସେ କହିଥିଲେ କୁମ୍ଭକାରଙ୍କୁ ଏଭଳି ଦୁର୍ଦ୍ଦିନ ସମୟରେ ସହଯୋଗ ନ କଲେ ଆଗକୁ ଶ୍ରୀମନ୍ଦିର ପାଇଁ ହାଣ୍ଡିଗୁଡ଼ୁଆ ସଙ୍କଟ ଦେଖାଦେଇ ପାରେ। ଯାହାର ପ୍ରଭାବ ମହାପ୍ରସାଦ ଉପରେ ମଧ୍ୟ ପଡ଼ିିବ। କୁଡ଼ୁଆ ନ ମିଳିଲେ ମହାପ୍ରସାଦ କିପରି ପ୍ରସ୍ତୁତ ହେବ ଏବଂ ଭକ୍ତ କିପରି ପାଇବେ। ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ସେ ଦାବି ରଖିଥିଲେ। କୁମ୍ଭକାର ନିଯୋଗ ସଦସ୍ୟ ମହେନ୍ଦ୍ର ବିଶୋଇ କହିଛନ୍ତି, ପ୍ରଶାସନ ପ୍ରତ୍ୟେକ ପରିବାରକୁ ୮,୨୦୦ ଟଙ୍କା ଲେଖାଏ ପ୍ରାଥମିକ ସହାୟତା ରାଶି ଦେବାକୁ ନିଷ୍ପତ୍ତି ନେଇଥିଲା। କିଛି କୁମ୍ଭକାରଙ୍କୁ ଏହି ସହାୟତା ମିଳିଛି। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ। କୁମ୍ଭକାର ପରିବାରକୁ ସ୍ବତନ୍ତ୍ର ଭାବେ ସରକାର ସହଯୋଗ ନ ଗଲେ ସେମାନେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା କଷ୍ଟକର ହେବ। ଏହାର ପ୍ରଭାବ ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତି ଉପରେ ପଡ଼ିବ। ତେଣୁ ଖଦିବୋର୍ଡ ମାଧ୍ୟମରେ କୁମ୍ଭକାରଙ୍କୁ ଚକ ଯୋଗାଇଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri