ମାଟିହାଣ୍ଡି ଚିକେନ

ସବୁ ହୋଟେଲ ଓ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ଏବେ ଭିନ୍ନ ଭିନ୍ନ ଡିଶ୍‌ ପରଷୁଛନ୍ତି। କିନ୍ତୁ ଲୋକେ ବ୍ରଏଲର ଅପେକ୍ଷା ଦେଶୀ କୁକୁଡ଼ା ମାଂସର ଘର ତିଆରି ତରକାରି ଭଳି ସ୍ବାଦ ଖୋଜୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାରିପଦା କେସି ସର୍କଲ ସ୍ଥିତ ହୋଟେଲ ମୟୂରଭଞ୍ଜ ପକ୍ଷରୁ ହୋଟେଲର ଏକବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର ଡିଶ୍‌ ‘ମାଟି ହାଣ୍ଡି ଚିକେନ ’ ଗ୍ରାହକଙ୍କୁ ପରଷୁଛନ୍ତି। ମାଟିହାଣ୍ଡିରେ ରୋଷେଇ କରି ମାଟିପାତ୍ରରେ ଏହି ଡିଶ୍‌କୁ ପରଷାଯାଉଛି। ଏହି ଡିଶ୍‌ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ହୋଟେଲର ମାଷ୍ଟର ସେଫ୍‌ ରିଜଓ୍ବାନ୍‌ ଅହମ୍ମଦ ଅଲି ଖାନ୍‌ ଯାହା କୁହନ୍ତି..

ଆବଶ୍ୟକ ସାମଗ୍ରୀ:

(ଗୋଟିଏ ପ୍ଲେଟ୍‌ ପାଇଁ )
ଦେଶୀ ଚିକେନ୍‌-୨୫୦ ଗ୍ରାମ୍‌
ଆଳୁ-୧୦୦ ଗ୍ରାମ୍‌
ପିଆଜ-୧୫୦
ଅଦା/ରସୁଣ ପେଷ୍ଟ-୭୫ ଗ୍ରାମ୍‌
ତେଲ-୧୫୦ ଗ୍ରାମ୍‌
ଆବଶ୍ୟକ ଅନୁସାରେ ଜିରାଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଗରମ ମସଲା (ମିକ୍ସ), କଶ୍ମୀରି ପାଉଡ଼ର, ଲୁଣ, ଡାଳଚିନି, ଲବଙ୍ଗ, ତେଜପତ୍ର, ଧନିଆପତ୍ର, କଞ୍ଚାଲଙ୍କା ଓ ଦେଶୀଘିଅ।

ପ୍ରସ୍ତୁତି ପ୍ରଣାଳୀ…

ପ୍ରଥମେ ଗ୍ୟାସ୍‌ ଚୁଲାରେ ନିଆଁ ସଂଯୋଗ କରି ତା’ଉପରେ ମାଟିହାଣ୍ଡି ବସାନ୍ତୁ। ହାଣ୍ଡି ଗରମ ହେବା ପରେ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଡାଳଚିନି, ତେଜପତ୍ର, ଲବଙ୍ଗ ପକାଇ ଭଲକରି ଭାଜି ତାହା ଉପରେ ପୂର୍ବରୁ କିମା କରି ରଖିଥିବା ପିଆଜ ପକାଇ ଭାଜନ୍ତୁ। ପରେ ଚିକେନକୁ ହାଣ୍ଡିରେ ପକାଇବା ପରେ କଟା ଆଳୁ ପକାଇ ଅଳ୍ପ ପାଣି ଦେଇ ଚିକେନକୁ ସିଝାନ୍ତୁ। ଚିକେନ ଭଲ ଭାବେ ସିଝିଲା ପରେ ଆବଶ୍ୟକ ଅନୁସାରେ କଞ୍ଚା ଲଙ୍କା, ଜିରାଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଗରମମସଲା (ମିକ୍ସ), ଲୁଣ ଓ କଶ୍ମୀରୀ ପାଉଡ଼ର ପକାଇ ଅଳ୍ପ ସମୟ ପାଇଁ ଭଲଭାବେ ଘାଣ୍ଟନ୍ତୁ। ଏବେ ତିଆରି ହୋଇଗଲା ମାଟି ହାଣ୍ଡି ଚିକେନ୍‌। ଏହାକୁ ଏକ ମାଟି ପାତ୍ରରେ ଢ଼ାଳି ଧନିଆ ପତ୍ର ଓ ଅଳ୍ପ ଦେଶୀଘିଅ ପକାଇ ପରଷି ଦିଅନ୍ତୁ। ଏହି ଡିଶ୍‌କୁ ଆରାମରେ ଘରେ ତିଆରି କରି ପାରିବେ। ନିଜେ ଖାଇ ଅନ୍ୟମାନଙ୍କୁ ବି ଖୁଆଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri