Posted inଖେଳ

ମା’ଙ୍କ ସାମ୍ନାରେ ଭୋ’ ଭୋ’ ହୋଇ କାନ୍ଦୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତର ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ନିଜ ମନ କଥା ଖୁଲାସା କହିଛନ୍ତି। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବା ପାଇଁ ସେ ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କଠାରୁ ପରାମର୍ଶ ନିଅନ୍ତି। ଏକ ସାକ୍ଷାତକାରରେ ପୂଜାରା କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରିକେଟରେ ସଫଳତାର ଚାବି ହେଉଛି ଚାପକୁ ପ୍ରତିହତ କରିବା। ଥରେ ତୁମେ ନକାରାତ୍ମକ ଭାବିବା ପରେ ସବୁକିଛି ନକାରାତ୍ମକ ଦେଖାଯିବା ଆରମ୍ଭ କରେ। ମୁଁ ଯୋଗ ଏବଂ ଧ୍ୟାନର ଅଭ୍ୟାସ କରେ। ପ୍ରତିଦିନ ପ୍ରାର୍ଥନା କରନ୍ତୁ, ଯାହା ଦ୍ୱାରା ଚିନ୍ତାଧାରା ସକରାତ୍ମକ ରହିବ।
ସେ କହିଥିଲେ,ଏପରି ଏକ ସମୟ ଥିଲା ଯେତେବେଳେ ମୁଁ ଅନୁଭବ କଲି ଯେ ମୁଁ ଚାପକୁ ସହ୍ୟ କରିପାରିବି ନାହିଁ। ଅଳ୍ପ ବୟସରେ ମୋ ମା’ଙ୍କ ପାଖକୁ ଯାଇ ମୁଁ ତାଙ୍କ ସାମ୍ନାରେ କାନ୍ଦୁଥିଲି ଏବଂ କହିଥିଲି ଯେ ଏତେ ଚାପ ହେତୁ ମୁଁ କ୍ରିକେଟ ଖେଳି ପାରିବି ନାହିଁ, କିନ୍ତୁ ଏବେ ମୁଁ ଚାପ ବହନ କରୁଛି। ସେ କହିଥିଲେ ଯେ ମନ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଯଦି ଆପଣଙ୍କର ମନ ସଠିକ ଦିଗରେ ଯାଏନାହିଁ, ତେବେ ଆପଣ ସର୍ବଦା ସନ୍ଦେହରେ ରହିବେ। ଯଦି ତୁମେ ନିଜ ମନରେ ଖୁସି, ତେବେ ତୁମେ ଏକ ସୁଖମୟ ଜୀବନ ବିତାଉଛ। ସମୟ ସହିତ ମୁଁ ଦେଖିଲି ଯେ ମୋର ଖେଳ ବ୍ୟତୀତ ମୁଁ ମୋ ଜୀବନରେ ବିଶ୍ୱାସ କରିବା ଆରମ୍ଭ କରିଛି। ଭଗବାନଙ୍କ ଉପରେ ବିଶ୍ୱାସ କରିବା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା। ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପୂଜାରା ଭଲ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ୋବଲି ସେ କହିଛନ୍ତି। ଚଳିତ ବର୍ଷର ଆଇପିଏଲର ଚେନ୍ନାଇ ସୁପର କିଙ୍ଗ୍ସ ଚେତେଶ୍ୱର ପୂଜାରାଙ୍କୁ କିଣିଥିଲା।
ପୂଜାରାଙ୍କୁ ମାତ୍ର ୧୭ ବର୍ଷ ହୋଇଥିବାବେଳେ ତାଙ୍କ ମା’ଙ୍କ ପରଲୋକ ଘଟିଥିଲା। ସେବେଠାରୁ ସେ ଜଣେ ଆଧ୍ୟାତ୍ମିକ ଶିକ୍ଷକଙ୍କ ପରାମର୍ଶ ଲୋଡିଥିଲେ। ୩୩ ବର୍ଷର ପୂଜାରା ୮୫ଟି ଟେଷ୍ଟରେ ୬୨୪୪ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri