ମାଙ୍କଡ଼, କୁକୁରଙ୍କ ସାହାରା ଭୋଗଦୋକାନୀ: ୨୯ ଦିନ ହେଲା ଯୋଗାଉଛନ୍ତି ଖାଦ୍ୟ

ରଘୁନାଥପୁର, ୧୧।୪ (ଡି.ଏନ୍‌.ଏ.)-କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସାରାଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠ ମଧ୍ୟ ବନ୍ଦ ରହିଛି। ଫଳରେ ଏଠାକୁ ଶ୍ରଦ୍ଧାଳୁଙ୍କ ଆଗମନ ବନ୍ଦ ରହିବା ସହ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଲାମ ଦିଆଯାଇଥିବା ଭୋଗ ଓ ଦୀପ ଦୋକନ ବନ୍ଦ ରହିଛି। ଏଥିଯୋଗୁ ପୀଠ ମଧ୍ୟରେ ରହୁଥିବା ମାଙ୍କଡ଼, କୁକୁର ଓ ଷଣ୍ଢ ଖାଇବାକୁ ପାଉ ନାହାନ୍ତି। ଏହି ଅସମୟରେ ସେମାନଙ୍କ ସାହାରା ସାଜିଛନ୍ତି ପୀଠରିସରରେ ଥିବା ଭୋଗ ଦୋକାନୀମାନେ। ପୀଠରେ କଟକଣା ଲାଗିବା ପରେ ଭୋଗ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଫେଣି, ଗଜା, ଲଡୁ ଆଦି ଅନ୍ୟାନ୍ୟ ଭୋଗ ବିକ୍ରି ହୋଇ ନ ପାରି ରହିଯାଇଛି। ତେବେ ଖାଦ୍ୟ ସଙ୍କଟରେ ଥିବା ପଶୁମାନଙ୍କୁ ପ୍ରତିଦିନ ସକାଳ ଓ ଅପରାହ୍ନରେ ଦୋକାନର ତତ୍ତ୍ୱାବଧାରକ ରମେଶଚନ୍ଦ୍ର ସାହୁ ଓ ଅନ୍ୟ ଦୋକାନୀମାନେ ବିକ୍ରି ହୋଇପାରି ନ ଥିବା ଶୁଖିଲା ଭୋଗ ଖାଇବାକୁ ଦେଉଛନ୍ତି। ଏପରିକି ସେମାନେ ମନ୍ଦିରକୁ ପ୍ରବେଶ କରିବା ମାତ୍ରେ ପୀଠ ମଧ୍ୟରେ ଥିବା ମାଙ୍କଡ଼, କୁକୁର ଓ ଷଣ୍ଢ ଘେରି ଯାଉଛନ୍ତି। ସେମାନଙ୍କର ଏଭଳି ଭଲ ପାଇବା ଆତ୍ମସନ୍ତୋଷ ପ୍ରଦାନ କରିଛି ବୋଲି ରମେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ଅଗ୍ନି -୪ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍‌…

ଭାଲୁ ଆକ୍ରମଣରେ ଭଉଣୀଭାଇ ମୃତ: ମୃତଦେହ ପାଖରେ ଜଗି ରହିଲା ଭାଲୁ

ଉମରକୋଟ,୭।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲା ମରକାଟୋଲା ଗାଁରେ ଏକ ହିଂସ୍ର ମାଈ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭଉଣୀଭାଇଙ୍କର…

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri