ମାଗଣା ଖାଦ୍ୟ ପାଇଁ ଧାଁ ଦୌଡ ବେଳେ ୨୦ ମୃତ

ନିୟାମେ,୧୮।୨: ଆଫ୍ରିକୀୟ ଦେଶ ନାଇଜରରେ ମାଗଣା ଖାଦ୍ୟ ପାଇବାକୁ ଧାଁ ଦୌଡ ହେଉଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୫ ମହିଳା ଓ ୫ ଶିଶୁ ଅଛନ୍ତି। ଏଥିରେ ଅନ୍ୟ ୧୦ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସୋମବାର ସେଠାରେ ଥିବା ଏକ ଯୁବ ଓ ସାଂସ୍କୃତିକ କେନ୍ଦ୍ରରେ ଯେତେବେଳେ ଶରଣାର୍ଥୀଙ୍କୁ ମାଗଣାରେ ଖାଦ୍ୟ ସହ କିଛି ଅର୍ଥ ଦିଆଯାଉଥିଲା ସେତେବେଳେ ସେଠାରେ ଧାଁ ଦୌଡ ଆରମ୍ଭ ହୋଇଯାଇଥିଲା ବୋଲି କହିଛନ୍ତି ଦିଫାର ରାଜ୍ୟପାଳ ଇସା ଲେମିନ। ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ଥିବା ପ୍ରାୟ ଅଢେଇ ଲକ୍ଷ ଶରଣାର୍ଥୀଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେବା ସମୟରେ ଯେତେବେଳେ ପ୍ରଥମ ବ୍ୟକ୍ତିଙ୍କୁ ଏହା ଦିଆଯାଇଥିଲା ସେତେବେଳେ ଅନ୍ୟମାନେ ଶୀଘ୍ର ପାଇବା ଆଶାରେ ଧାଁ ଦୌଡ ଓ ଠେଲାପେଲା ଆରମ୍ଭ କରିଦେଇଥିଲେ। ଏଥିରେ କେତେଜଣ ତଳେ ପଡି ଯାଇଥିଲେ। ବିଶେଷ ଭାବେ ମହିଳା ଓ ଶିଶୁ ଠେଲାଠେଲି ସମୟରେ ତଳେ ପଡିଯିବାରୁ ଅନ୍ୟମାନେ ତାଙ୍କ ଉପରେ ଚଢିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୃତ୍ୟୁ ସଂଖ୍ୟା ୧୩୨ରେ ପହଞ୍ଚିଲା: ବୁହାନରେ ୫୦୦ ଭାରତୀୟ ସୁରକ୍ଷିତ; ଜାନୁୟାରୀ ୩୧ରେ ହୋଇପାରନ୍ତି ଏୟାରଲିଫ୍ଟ୍‌

ନୂଆଦିଲ୍ଲୀ/ବେଜିଂ, ୨୯।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣରେ ଇତିମଧ୍ୟରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାଦ୍ୱାରା ୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା...

ବାଳିକାଙ୍କ ଶିକ୍ଷାବନ୍ଦକୁ ବର୍ଷେ ପୂରିଲା, ନିନ୍ଦା କଲା ଜାତିସଂଘ…

ଜେନେଭା/କାବୁଲ, ୧୮।୯ : ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ବର୍ଷେ ବ୍ୟାପୀ ବାଳିକାଙ୍କ ଶିକ୍ଷାବନ୍ଦ କରାଯାଇଥିବା ଘଟଣାରେ ଜାତିସଂଘ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ତାଲିବାନ ଶାସନକୁ...

ସମୁଦ୍ର ଓ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ ଭାରତ-ରୁଷିଆ: ମୋଦିଙ୍କ ଘୋଷଣା

ଭ୍ଲାଡିଭୋଷ୍ଟକ୍‌,୫।୯: ଭାରତ-ରୁଷିଆ ଏଣିକି ସମୁଦ୍ର ଏବଂ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମରେ ଘୋଷଣା କରିଛନ୍ତି।...

ଅଣ୍ଡରଓ୍ବାଲର୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ କରୋନା ପଜିଟିଭ୍‌

କରାଚି‌,୫।୬: ପାକିସ୍ତାନ କରାଚିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନରେ ଲୁଚି ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍‌ ତଥା ଭାରତର ମୋଷ୍ଟ...

ଚାକରାଣୀଙ୍କୁ ନିର୍ଯାତନା ଦେଇ ଭାରତୀୟ ମୂଳ ମହିଳାଙ୍କୁ ୧୪ ବର୍ଷ ଜେଲ୍‌

ସିଙ୍ଗାପୁର,୯ା୧: ସିଙ୍ଗାପୁରର ଜଣେ ୬୪ ବର୍ଷୀୟା ଭାରତୀୟ ମୂଳ ମହିଳା ନିଜ ଚାକରାଣୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସୋମବାର ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି।...

ଆଇନର ଊର୍ଦ୍ଧ୍ୱରେ କେହି ନୁହେଁ, ଜାକିର ନାଇକ ବି ନୁହେଁ: ମାଲେସିଆ ଗୃହମନ୍ତ୍ରୀ

କୁଆଲାଲାମପୁର,୨୬।୮: ଭାରତରୁ ପଳାୟନ କରି ମାଲେସିଆରେ ଶରଣ ନେଇଥିବା ବିବାଦୀୟ ଇସଲାମିକ ଧର୍ମ ପ୍ରଚାରକ ଜାକିର ନାଇକଙ୍କ ବିରୋଧରେ ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ...

ୟୁକ୍ରେନ୍‌ର ପଡୋଶୀ ଦେଶ ପୋଲାଣ୍ଡରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି

ଓ୍ବାର୍ସ,୨୫।୩: ୩୧ ଦିନରେ ପହଞ୍ଚିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ପ୍ରତ୍ୟକ୍ଷରେ ନହେଲେ ହେଁ ପରୋକ୍ଷରେ ଯୁଦ୍ଧକୁ ନେଇ ୟୁକ୍ରେନକୁ ସବୁ ପ୍ରକାରର...

ଆଫଗାନିସ୍ତାନରେ ବିସ୍ଫୋରଣ: ୯ ମୃତ

କାବୁଲ,୨୯।୪: ଆଫଗାନିସ୍ତାନର ବାଲଖ ପ୍ରଦେଶର ସହର ମଜାର-ଇ-ସରିଫରେ ମିନିବସ ଉପରେ ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩...

Advertisement
Archives

Model This Week