ମା’କ୍ଷୀରରେ ଶିଶୁର ମସ୍ତିଷ୍କ ହୋଇଥାଏ ତୀବ୍ର

କୁହାଯାଏ, ମା’ କ୍ଷୀର ଅମୃତ ସମାନ। ଏହା ଶିଶୁକୁ ପୋଷଣ ଦେବା ସହ ଶିଶୁର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ମା’ କ୍ଷୀର ପିଇଲେ ଶିଶୁର ମସ୍ତିଷ୍କ ତୀବ୍ର ହୋଇଥାଏ। କାଲିଫର୍ନିଆ ୟୁନିଭରସିଟିରେ ହୋଇଥିବା ଏହି ରିସର୍ଚ୍ଚରୁ ଜଣାପଡ଼ିଛି, ମା’ କ୍ଷୀରରେ ମହଜୁଦ ଥିବା କାର୍ବୋହାଇଡ୍ରେଟ୍‌ ଓଲିଗୋସେକ୍‌ରାଇଡ୍‌-୨ ଏଫ୍‌ଏଲ୍‌ ଶିଶୁର ବିକାଶରେ ସହାୟକ ହୋଇଥାଏ।

ଉକ୍ତ ରିସର୍ଚ୍ଚ ଟିମ୍‌ ୫୦ ମା’ଙ୍କୁ ନେଇ ଏକ ପରୀକ୍ଷା କରିଥିଲା। ଏଥିରେ ଯେଉଁମାନେ ଶିଶୁଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ଷୀର ଖୁଆଇଥିଲେ ସେମାନଙ୍କର ମାନସିକ, ତଥା ଶାରୀରିକ ବିକାଶ ହୋଇଥିଲା। ଆଉ ଯେଉଁମାନେ ମା’ କ୍ଷୀରରୁ ବଞ୍ଚିତ ଥିଲେ ସେମାନେ ମାନସିକସ୍ତରରେ ଦୁର୍ବଳ ଥିଲେ। ତେଣୁ ଶିଶୁ ଜନ୍ମ ହେବାଠାରୁ ୬ ମାସ ପର୍ଯ୍ୟନ୍ତ ଅନ୍ୟ କୌଣସି ଖାଦ୍ୟ ନ ଦେଇ କେବଳ ମା’ କ୍ଷୀର ଦେବା ଉଚିତ୍‌ ବୋଲି ବିଶେଷଜ୍ଞମାନେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ…

ଆରମ୍ଭ ହୋଇଛି ପୁଣି ଏକ ନୂଆବର୍ଷ। ମନରେ କେତେ ଆଶା, ଆକାଂକ୍ଷା ଓ କିଛି ନୂଆ କରିବାର ସଂକଳ୍ପ ନେଇ ଏହାକୁ ସ୍ବାଗତ ଜଣାଇଛନ୍ତି ସଭିଏଁ।...

ସାଧାରଣ ମଶାଠାରୁ ଭିନ୍ନ ଡେଙ୍ଗୁ ମଶା, କାମୁଡ଼ିବାର ୫ ଦିନ ପରେ ପଡ଼ିଥାଏ ଜଣା

ବର୍ଷାଋତୁରେ ଡେଙ୍ଗୁରୋଗର ଭୟ ବଢ଼ି ଯାଇଥାଏ। ଡେଙ୍ଗୁଜ୍ୱର ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଏହି ସମୟରେ ମଶାବଂଶ ବୃଦ୍ଧି ଘଟିଥାଏ।...

ପାଟିର ଲାଳ ଦୂର କରେ ଶହେରୁ ଅଧିକ ପ୍ରକାର ରୋଗ..

ଆମ ମୁଖ ଭିତରେ ଏକ ଲକ୍ଷରୁ ଅଧିକ ଲାଳଗ୍ରନ୍ଥି ରହିଛି। ଏହି ଗ୍ରନ୍ଥି ଦ୍ୱାରା ପାଟିରେ ଲାଳ ତିଆରି ହୁଏ। ଲାଳ ଯୋଗୁ ମଣିଷ ଶରୀରରେ...

କାଚ ଓ ବାତ୍ୟା ପରବର୍ତ୍ତୀ ବିଭୀଷିକା

”ଭଂଗା କାଚକୁ ସଂଗ୍ରହ କରିବା, ସଫା କରିବା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନେଇ କେଉଁଠାରେ ପକାଇବା କାଠିକର ପାଠ। ଏହି ଆବର୍ଜନାଟି ସହଜରେ ବର୍ଷ...

ହାଡ଼ ମଜଭୁତ କରେ ଛତୁ

ମଶରୁମ୍‌ ବା ଛତୁ କେବଳ ଖାଇବା ପାଇଁ ସ୍ବାଦିଷ୍ଟ ତାହା ନୁହେଁ ଏହାର ଅନେକ ଗୁଣ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ଆୟୁର୍ବେଦରେ...

ଏସବୁ ରୋଗରୁ ମୁକ୍ତିଦିଏ ନଡ଼ିଆ ତେଲ

ନଡ଼ିଆ ତେଲ ସ୍ବାସ୍ଥ୍ୟ ଉପକାରୀ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ସୁସ୍ଥ ରହିବାକୁ ଚାହୁଁଥିଲେ ଏହାକୁ ଖାଦ୍ୟରେ ସାମିଲ କରିପାରିବେ। ଏହାଦ୍ୱାରା...

ସ୍ବା ସ୍ଥ୍ୟ ସୂ ଚ ନା

-କୌଣସି ରୋଗର ଲକ୍ଷଣକୁ ଅବହେଳା କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ହୁଏତ ଗମ୍ଭୀର ସମସ୍ୟା ଧାରଣ କରିପାରେ। ତେଣୁ ତୁରନ୍ତ ଡାକ୍ତରଙ୍କ ସହ...

ପିଲାଙ୍କୁ ସ୍ମାର୍ଟଫୋନ୍‌ ଦେଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଛୋଟ ପିଲାଙ୍କର ବର୍ତ୍ତମାନ ପିଢ଼ି ସ୍ମାର୍ଟଫୋନ୍‌। ଟ୍ୟାବ୍‌ଲେଟ୍‌ ଏବଂ ଅନ୍ୟ ଇଣ୍ଟରନେଟ୍‌ ଯୁକ୍ତ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ସେମାନେ ଆଗକୁ ବଢ଼ି ଚାଲିଛନ୍ତି। ଏହାକୁ...


Coronavirus Update

Archives

Model This Week

Why Dharitri