ମହୋତ୍ସବ ଋତୁ

ବୌଦ୍ଧ ଜିଲା ସଂସ୍କୃତିସମ୍ପନ୍ନ ଐତିହାସିକ, ଶାନ୍ତି, ପ୍ରୀତି ଓ ମୈତ୍ରୀର ପବିତ୍ର ମାଟି। ସେହି ଜିଲାରେ ବର୍ଷସାରା ମହୋତ୍ସବର ଋତୁ ଚାଲିଛି। ହରଭଙ୍ଗା ବ୍ଲକ ପୁରୁଣାକଟକରେ ମା’ ଭୈରବୀ ମହୋତ୍ସବ, ବୀରନରସିଂହପୁରରେ ଗଡଜାତ ଲୋକ ମହୋତ୍ସବ, ବୌଦ୍ଧରେ ଜିଲା ମହୋତ୍ସବ ପାଳନ ହୋଇଥିବାବେଳେ ମାତ୍ର ଅଳ୍ପଦିନ ପୂର୍ବରୁ ପୁସ୍ତକମେଳା ମଧ୍ୟ ସମ୍ପନ୍ନ ହୋଇଛି। ସେହିପରି କଣ୍ଟାମାଳ ବ୍ଲକର ଖଟଖଟିଆରେ ଉଷତ ମହୋତ୍ସବ, ବ୍ରାହ୍ମଣୀରେ ବଉଳ ମହୋତ୍ସବ, ସିମିଳିପଦରରେ ମହକ ଉତ୍ସବ, କଣ୍ଟାମାଳରେ ଦୁଇ ଦୁଇଟି ମହୋତ୍ସବ, ଖୁଣ୍ଟିଗୋରାର ଖଡଙ୍ଗ ମହୋତ୍ସବ, ବିଳାସପୁରର ଲୋକ ମହୋତ୍ସବ ଓ ବାଉଁଶୁଣୀରେ ବାଉଁଶୁଣୀ ଲୋକ ମହୋତ୍ସବ ସାଙ୍ଗକୁ ରହିଛି ପଲଶାଗୋରାର ମୁରାସୁର ଦରବାର, କଲରାକୋଠାର ମହିଷାସୁର ଦରବାର, ମଲକିପଦର ଓ ଦପଲାର ଧନୁଯାତ୍ରା। ବୌଦ୍ଧ ସହରରେ ମଧ୍ୟ ଧନୁଯାତ୍ରା ଓ ରାମଲୀଳା ପର୍ବ ପାଳନ ହେଉଛି। ଏହାବ୍ୟତୀତ ବ୍ଲକର ପ୍ରସିଦ୍ଧ ଗନ୍ଧରାଢୀ ଶୈବପୀଠରେ ଗନ୍ଧରାଢୀ ମହୋତ୍ସବ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ମହୋତ୍ସବ ଦ୍ୱାରା ସାରା ଜିଲାରେ ସଂସ୍କୃତି, ପରମ୍ପରା ଉଜ୍ଜୀବିିତ ହେଉଛି। ମହୋତ୍ସବ ଫଳରେ ବ୍ୟବସାୟୀମାନେ ଭଲ ବେପାର କରିବା ସହ ଅଧିକ ଲାଭ ଉଠାଉଛନ୍ତି। ଏହାସହ ସାରା ଜିଲାରେ କଳାସୀ ଯାତ୍ରା, ଝାମୁଯାତ୍ରା, ଝୁଡାଖାଇ ଯାତ୍ରା, ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ପଲଶାଗୋରା ଓ ପାତାଳୀ ଶ୍ରୀକ୍ଷେତ୍ର ନାୟକପଡାର ମକରମେଳା ଓ ଆମ୍ବଗହଣାର ରାହାସ ଯାତ୍ରା ମଧ୍ୟ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ଜିଲା ମହୋତ୍ସବ ଖୁବ୍‌ ଧୁମଧାମରେ ପାଳନ ହୋଇଥିବା ବେଳେ ମହୋତ୍ସବ ସହ କୃଷି, ପର୍ଯ୍ୟଟନ ପର୍ବ, କ୍ରୀଡା ମହୋତ୍ସବ ପାଳନ ହୋଇଥିଲା। ଏହି ଗୌରବମୟ ମାଟିର ମହାନ୍‌ ପରମ୍ପରାକୁ ଜାବୁଡି ଧରିଥିବା କଳାକାରମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ବୌଦ୍ଧ ଗଡଜାତର ରାଜାମାନେ କଳାପ୍ରିୟ ଓ ପ୍ରଜାବତ୍ସଳ। ସେହି ସମୟରୁ ବିକାଶ ପ୍ରଦର୍ଶନୀ ସହ ବିଭିନ୍ନ ଗ୍ରାମରେ ଯାନିଯାତ୍ରାର ପରିବେଶ ସୃଷ୍ଟି ହୋଇଥିଲା, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ପାରମ୍ପରିକ ଭାବେ ଲୋକମାନଙ୍କ ଦ୍ୱାରା ପାଳନ ହୋଇଆସିଛି। ଖାଲି ଏତିକି ନୁହେଁ, ଏହି ଜିଲାରେ ରଥଯାତ୍ରା ଓ ବାହୁଡାଯାତ୍ରା ପାଳନ ମଧ୍ୟ ସମ୍ପୂର୍ଣ୍ଣ ନିଆରା। ବୌଦ୍ଧ ସହରରେ ମୁଖ୍ୟ ରଥଯାତ୍ରା ପାଳିତ ହେଉଥିବାବେଳେ ରାଜାଙ୍କ ଆଦେଶକ୍ରମେ ଆବହମାନ କାଳରୁ ଗ୍ରାମାଞ୍ଚଳବାସୀ ରଥଯାତ୍ରା ଓ ବାହୁଡାଯାତ୍ରା ଗୋଟିଏ ଦିନ ପରେ ପାଳନ କରିଥାନ୍ତି। ତେଣୁ ବୌଦ୍ଧର ଗରିମାମୟ ଐତିହ୍ୟର ମୂକସାକ୍ଷୀ ଭାବେ ଏହି ଯାନିଯାତ୍ରାର ପରମ୍ପରା ଚିରକାଳ ବଞ୍ଚତ୍ ରହୁ ଓ ଜିଲାର କଳାକାରମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରି ମାଟିର ପରିଚୟ ସୃଷ୍ଟି କରନ୍ତୁ ଏହାହିଁ ସମସ୍ତଙ୍କ କାମନା।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ କଂସ ଅଭିନେତା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼ ଅଫିସ,୧୪।୯: ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ କଂସ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳଙ୍କ ବୁଧବାର ସକାଳେ ପରଲୋକ...

ବ୍ରଜରାଜନଗର ଉପନିର୍ବାଚନ: ୩ଟା ସୁଦ୍ଧା ୫୭ % ମତଦାନ

ଝାରସୁଗୁଡ଼ା ଅଫିସ, ୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ସେହିପରି...

ସରକାରୀ ସାହାଯ୍ୟ ଅପେକ୍ଷାରେ ଚାମର

ଉମରକୋଟ,୨୦ା୩(ସ୍ବ.ପ୍ର.): ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅଧୀନ ପୂଜାରିଗୁଡା ଗ୍ରାମର ଚାମର ଭତ୍ରା ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ଚାମର (୬୩) କିଛି ବର୍ଷ...

ଗୋପାଳପୁର ଅନୁକୂଳଚନ୍ଦ୍ର ସଂଘ ପକ୍ଷରୁ ସହାୟତା

ବାହାନଗା, ୨୩ା୪(ଡି.ଏନ.ଏ.)-କରୋନା ମୁକାବିଲା ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଅନୁକୂଳଚନ୍ଦ୍ର ସତ୍‌ସଙ୍ଗ କେନ୍ଦ୍ର ତରଫରୁ ରାଜ୍ୟ ସରକାରଙ୍କ ରିଲିଫ୍‌ ଫଣ୍ଡକୁ ୨୦ ହଜାର...

ସ୍ଥିତାବସ୍ଥା ବଜାୟ ରଖିଛି କଂଗ୍ରେସ

ଯାଜପୁର ଅଫିସ,୧-୧:ଗତ ସାଧାରଣ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଆଶାତୀତ ଭାବେ ସଫଳତା ଅର୍ଜନ କରିଥିଲା। କଂଗ୍ରେସ ପ୍ରାର୍ଥତ୍ନୀ ବନ୍ଦିତା ପରିଡା ୩୦ହଜାରରୁ ଊର୍ଦ୍ଧ୍ୱ...

ବନ୍ଦ କଠୋରିରେ ୮ଦିନ

ଜୟପୁର, ୨୯ା୧୦ (ନି.ପ୍ର.): ଜୟପୁର ଢେପଗୁଡାସ୍ଥିତ ଏକ ପରିବାରର ଲୋକେ ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ୮ଦିନ ଧରି ଏକ କଠୋରିରେ ବନ୍ଦ କରି ରଖିଥିଲେ।...

ପାହାଡ଼ ଉପରେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର

ସୁନ୍ଦରଗଡ,୧୮।୭(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଡିଜିଟାଲ ଇଣ୍ଡିଆର କଥା କୁହାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଆଜି ମଧ୍ୟ ମୋବାଇଲ ନେଟ୍‌ୱର୍କ ସାତସପନ ହୋଇ...

ସହରରେ ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ହେବ ସହଜ

ବଲାଙ୍ଗୀର ଅଫିସ,୨ା୧୧: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବୁଧବାର ସ୍ଥାନୀୟ ଟାଉନ ଥାନା ଠାରେ ବଲାଙ୍ଗୀର ସହରରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥାର...

Advertisement
Archives

Model This Week