Posted inରାଜ୍ୟ

ମହୀପୁରକୁ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ୍‌: ଅନୁଧ୍ୟାନ କରିବେ ରେଳ ସୁରକ୍ଷା ଆୟୁକ୍ତ

ନୟାଗଡ଼ ଅଫିସ,୨୫ା୭: ନୟାଗଡ଼ ଜିଲା ନୂଆଗାଁ ବ୍ଲକର ମହୀପୁର ଷ୍ଟେଶନକୁ ପରୀକ୍ଷାମୂଳକ ଭାବେ ଗୁରୁବାର ଗଡ଼ିବ ଟ୍ରେନ୍‌। ଏହାକୁ ଅନୁଧ୍ୟାନ କରିବା ପାଇଁ ଗୁରୁବାର ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ୍‌) ନୟାଗଡ଼କୁ ଆସିବେ। ନୟାଗଡ଼ ଟାଉନ ଷ୍ଟେଶନଠାରୁ ମହୀପୁର ପର୍ଯ୍ୟନ୍ତ ୧୨ କି.ମି. ନୂତନ ଭାବେ ବିଛା ଯାଇଥିବା ବ୍ରଡଗେଜ୍‌ ଲାଇନ୍‌ ନିରୀକ୍ଷଣ କରିବେ। ଏହି ସମୟରେ ଟ୍ରେନ୍‌ ଲାଇନ୍‌କୁ ଗୃହପାଳିତ ପ୍ରାଣୀଙ୍କୁ ନ ଛାଡ଼ିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଷ୍ଟେଶନ ମାଷ୍ଟର ଏସ୍‌ କେ ଦାଶଙ୍କଠାରୁ ମିଳିଥବା ସୂଚନା ଅନୁସାରେ ରେଳ ସୁରକ୍ଷା ଆୟୁକ୍ତ ପୂର୍ବାହ୍ନ ୧୦ଟା ୩୦ରେ ନୟାଗଡ଼ରେ ପହଞ୍ଚତ୍ବେ। ଏହା ପରେ ୧୧ଟାରେ ନୟାଗଡ଼ ଟାଉନ ଷ୍ଟେଶନଠାରୁ ୧୦ ବଗି ବିଶିଷ୍ଟ ରେଳ ଇଞ୍ଜିନ ଯିବ। ଏହା ପଛରେ ୫ଟି ଟ୍ରଲିରେ ରେଳ ସୁରକ୍ଷା ଆୟୁକ୍ତଙ୍କ ସମେତ ଅଧିକାରୀମାନେ ଅନୁଧ୍ୟାନ କରି ଯିବେ। ମହୀପୁରରେ ୧ଟା ୩୦ରେ ଅଧିକାରୀମାନେ ପହଞ୍ଚତ୍ବେ। ଏହା ପରେ ୧ଟା ୪୦ରେ ସେଠାରୁ ଟ୍ରେନ୍‌ ଛାଡ଼ି ୧ଟା ୫୦ରେ ଟ୍ରେନ୍‌ ନୟାଗଡ଼ ଟାଉନ ଷ୍ଟେଶନକୁ ଫେରିବ। ରେଳ ସୁରକ୍ଷା ଆୟୁକ୍ତ ଗ୍ରୀନ୍‌ ସିଗନାଲ୍‌ ଦେବା ପରେ ରେଳ ଚଳାଚଳ କରାଯିବ। ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ପରୀକ୍ଷାମୂଳକ ଭାବେ ନୟାଗଡ଼ ଟାଉନ ଷ୍ଟେଶନରୁ ମହୀପୁର ପର୍ଯ୍ୟନ୍ତ ରେଳ ଇଞ୍ଜିନ ଚଳାଚଳ କରିଥିଲା। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ୮୦ କିଲୋମିଟର ରେଳ ଚଳାଚଳ କରୁଥିବା ବେଳେ ଗୁରୁବାର ଅନୁଧ୍ୟାନ ପରେ ଆଉ ୧୨ କିଲୋମିଟରରେ ଚଳାଚଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri