Posted inଖେଳ

ମହିଳା ରେସ୍‌ଲିଂ କୋଚ୍‌ ସ୍ବଦେଶ ଫେରିଲେ

ନୂଆଦିଲ୍ଲୀ, ୨୧ା୩ (ପି.ଟି.)-କୋଭିଡ୍‌-୧୯ ଆଶଙ୍କା ଯୋଗୁ ଲକ୍ଷ୍ନୌ ଓ ସୋନେପତ୍‌ଠାରେ ଚାଲିଥିବା ଜାତୀୟ କ୍ୟାମ୍ପ୍‌କୁ ବର୍ତ୍ତମାନ ପାଇଁ ବନ୍ଦ କରିଦେବା ଲାଗି ଜାତୀୟ ମହାସଂଘ ନିଷ୍ପତ୍ତି ନେଇଛି। ଫଳସ୍ବରୂପ ଭାରତୀୟ ମହିଳା ରେସ୍‌ଲିଂ ଟିମ୍‌ର ବିଦେଶୀ କୋଚ୍‌ ଆଣ୍ଡ୍ର୍ୟୁ କୁକ୍‌ ନିଜ ଦେଶ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କୁକ୍‌ ଲକ୍ଷ୍ନୌସ୍ଥିତ ସାଇ ସେଣ୍ଟର ସହିତ ଜଡ଼ିତ ଥିଲେ। ହୋଲି ପରେ ଅଧିକାଂଶ ରେସ୍‌ଲର ରିପୋର୍ଟ କରି ନ ଥିଲେ। ୪ରୁ ୫ ରେସ୍‌ଲର ସେଠାରେ ତାଲିମ ନେଉଥିଲେ। ଜ୍ୱରରେ ପୀଡ଼ିତ ଥିବାରୁ ସେଠାରେ ନିଯୁକ୍ତ ଭାରତୀୟ କୋଚ୍‌ କୁଲଦୀପ ମଲିକ ହରିୟାଣାସ୍ଥିତ ନିଜ ବାସସ୍ଥାନକୁ ଫେରି ଯାଇଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଇରାନର ହୋସେନ କରିମି ତାଙ୍କ କାର୍ଯ୍ୟକାଳ ଅଧାରୁ ପଦତ୍ୟାଗ କରି ଚାଲିଯିବା ପରଠାରୁ ଭାରତୀୟ ପୁରୁଷ ଦଳ ପାଇଁ ଜଣେ ହେଲେ ବିଦେଶୀ କୋଚ୍‌ ନିଯୁକ୍ତ ହୋଇ ପାରିନାହିଁ। କରୋନା ଭାଇରସ୍‌ ଆତଙ୍କ ଯୋଗୁ କ୍ୟାମ୍ପକୁ ବନ୍ଦ କରି ଦିଆଯାଇଥିବାରୁ ମୁଁ ବର୍ତ୍ତମାନ ନିଜକୁ ଏକା ଅନୁଭବ କରୁଛି। ତେଣୁ ନିଜ ଦେଶକୁ ଫେରିଯାଉଛି ବୋଲି କୁକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କୁ ଆଉଟ୍‌ କରିବା ପରେ ଅଟୋଗ୍ରାଫ୍‌ ପାଇଁ ଆସିଥିଲେ ବ୍ରାଡ୍‌ ହଗ୍‌; ବାର୍ତ୍ତା ଦେଖି ହୋଇଥିଲେ ଚକିତ

ନୂଆଦିଲ୍ଲୀ,୧୨।୫: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ...

ଶତକ ହାସଲ କଲେ କୋହଲି, ସଚିନଙ୍କ ମହାରେକର୍ଡର ନିକଟତର

ଥିରୁଭାନନ୍ତପୁରମ୍‌,୧୫।୧: ଭାତରୀୟ ବ୍ୟଟ୍ସମ୍ୟାନ୍‌ ବିରାଟ କୋହଲି ପୁଣି ନିଜ ପୁରୁଣା ଫର୍ମକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ସେ ୮୫ ବଲରୁ ଶତକ ହାସଲ...

ଜୟରାମ, ସବିତାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ବିଭିନ୍ନ ସହରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଏହା ୫ ତାରିଖ...

ବିନା ପରିବର୍ତ୍ତନରେ ଓହ୍ଲାଇଲା ଭାରତ

ପାର୍ଲ,୨୧।୧: ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍‌ ଶେଷ...

ପୂର୍ବତନ କ୍ରୀଡା ମନ୍ତ୍ରୀ ହେଲେ ମୁଖ୍ୟ କୋଚ

ନୂଆଦିଲ୍ଲୀ,୨୭।୭:ବେଙ୍ଗଲ କ୍ରିକେଟ ଆସୋସିଏସନ(ସିଏବି) ପୂର୍ବତନ କ୍ରିକେଟର ତଥା ରାଜନେତା ଲକ୍ଷ୍ମୀ ରତନ ଶୁକ୍ଲାଙ୍କୁ ଆସନ୍ତା ସିଜିନ ପାଇଁ ସିନିୟର ପୁରୁଷ ଦଳର ମୁଖ୍ୟ କୋଚ ଭାବରେ...

ବଡ଼ ଉପଲବ୍ଧି ହାସଲ କଲେ କୋହଲି

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ଏକ ସ୍ବତନ୍ତ୍ର ରେକର୍ଡର...

ଥିରିମାନେ, ସନକାଙ୍କୁ ପାକିସ୍ତାନ ଗସ୍ତର ନେତୃତ୍ୱ

କଲମ୍ବୋ, ୧୧।୯ (ଏଏଫ୍‌ପି): ବହୁଚର୍ଚ୍ଚିତ ପାକିସ୍ତାନ ଗସ୍ତ ଲାଗି ବୁଧବାର ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳ ଘୋଷଣା କରାଯାଇଛି। ଲାହିରୁ ଥିରିମାନେଙ୍କୁ ଦିନିକିଆ ଓ...

ନେମାର ଦୋଷମୁକ୍ତ

ବାର୍ସିଲୋନା,୧୪।୧୨(ଏପି): ସ୍ପାନିଶ କୋର୍ଟ ଏକ ଜାଲିଆତି ମାମଲାରେ ଫୁଟ୍‌ବଲ ଷ୍ଟାର ନେମାର ଏବଂ ତାଙ୍କ ସହଯୋଗୀମାନଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ବ୍ରାଜିଲର ଏହି ଖେଳାଳି ସାଣ୍ଟୋସରୁ...

Advertisement
Archives

Model This Week