Posted inଖେଳ

ମହିଳା ଫୁଟ୍‌ବଲ ପ୍ରସ୍ତୁତି ଶିବିରରେ ଜବାମଣୀ, ସୋନୀ

ନୂଆଦିଲ୍ଲୀ, ୨୧।୧୧ (ପି.ଟି.)- କାଠମାଣ୍ଡୁଠାରେ ଡିସେମ୍ବର ୧ରୁ ସାଉଥ୍‌ ଏସିଆନ ଗେମ୍ସ (ସାଗ୍‌) ପ୍ର୍‌ତିଯୋଗିତା ଆରମ୍ଭ ହେବ। ଏଥିଲାଗି ଭାରତୀୟ ମହିଳା ଫୁଟ୍‌ବଲ ଦଳର ପ୍ରସ୍ତୁତି ଶିବିର ଲାଗି ବୁଧବାର ୩୦ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। କୋଚ୍‌ ମେମୋଲ ରକିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ଦଳରେ ଓଡ଼ିଶାରୁ ୨ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଜବାମଣୀ ଟୁଡୁ ଓ ସୋନୀ ବେହେରା। ରକିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ୧୦ ଦିନିକିଆ କ୍ୟାମ୍ପ୍‌ କୋଲକାତାଠାର ଆରମ୍ଭ ହୋଇଛି। ‘ଏହି କ୍ୟାମ୍ପରେ ଅନେକ ନୂଆ ଖେଳାଳି ସ୍ଥାନ ପାଇଛନ୍ତି। ଆଗାମୀ ୧୦ ଦିନ ମଧ୍ୟରେ ସେମାନଙ୍କୁ ନଜର ପକାଇ ଫାଇନାଲ୍‌ ଦଳ ପାଇଁ ପ୍ରସ୍ତୁତ କରିବି। ଏହି ୩୦ ଜଣିଆ ଦଳରେ ଡାଲିମା ଚିବର ଓ ସନ୍ଧ୍ୟା ରଙ୍ଗନାଥନ ସ୍ଥାନ ପାଇଛନ୍ତି। ଫଳର ଜାତୀୟ ଦଳକୁ ଏହି ଦୁଇ ଖେଳାଳି ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାଗ୍‌ ଚାମ୍ପିୟନଶିପ୍‌ରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଦଳ ରହିଛି। ୨୦୧୬ରେ ଖେଳାଯାଇଥିବା ଅନ୍ତିମ ସଂସ୍କରଣର ଫାଇନାଲରେ ଭାରତ ୪-୦ ଗୋଲରେ ନେପାଳକୁ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିଭି ଆଗରେ ନାଚିଲେ କୋହଲି

ମୁମ୍ବାଇ,୨୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇପିଏଲ ୨୦୨୨ର ପ୍ଲେ ଅଫରେ ନିଜ ସ୍ଥାନ ସୁରକ୍ଷିତ କରିଛି। ଟି -୨୦ ଲିଗର ୬୯ତମ ମ୍ୟାଚରେ ମୁମ୍ବାଇ...

ପାକିସ୍ତାନ କ୍ରିକେଟରଙ୍କ ଏକ ଟୁଇଟ୍‌ ଦେଖି ଡରିଗଲେ ଅଷ୍ଟ୍ରେଲିୟ ବୋଲରଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଘରୋଇ ମଇଦାନରେ ୨-୧ରେ ପରାଜିତ କରିଛି। ଏହାକୁ ନେଇ ପାକିସ୍ତାନ...

ପେରେଜ ପଜିଟିଭ୍‌ ଯୋଗୁ ହକେନବର୍ଗ ରେସ୍‌ କରିବେ

ସିଲଭରଷ୍ଟୋନ୍‌, ୧ା୮ (ଏପି)-ଚଳିତ ସପ୍ତାହାନ୍ତରେ ନିକୋ ହକେନବର୍ଗ ଫର୍ମୁଲା ଓ୍ବାନ୍‌କୁ ଫେରିବେ। ସର୍ଗିଓ ପେରେଜ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ତାଙ୍କ ସ୍ଥାନରେ ରବିବାର ହେବାକୁଥିବା...

ଅନ୍‌ଲାଇନ୍‌ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟରୁ ୪ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ

ଚେନ୍ନାଇ,୪।୫ (ପି.ଟି.): ଚେସ୍‌ କେରଳ ଦ୍ୱାର ଆୟୋଜିତ ଏକ ଅନ୍‌ ଲାଇନ୍‌ ବ୍ଲିଜ୍‌ ଚେସ୍‌ ଟୁର୍ନାମେଣ୍ଟରୁ ୪ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। ଏହି...

୧୯୯୯ ଭାରତ ଭ୍ରମଣକୁ ମନେ ପକାଇଲେ ଓ୍ବାସିମ୍‌ ଆକ୍ରାମ୍‌: ଭୁଲିହେବ ନାହିଁ ଚେନ୍ନାଇବାସୀଙ୍କ ଭଲ ପାଇବା

ଇସଲାମାବାଦ୍‌, ୧୬।୬:କ୍ରିକେଟ ଖେଳରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ପୂର୍ବତନ କ୍ରିକେଟର ଓ୍ବାସିମ୍‌ ଆକ୍ରାମ୍‌ ମନେ ପକାଇଛନ୍ତି। ୧୯୯୯ରେ ପାକିସ୍ତାନ ଟିମ୍‌ ଭାରତ...

ଧୋନୀ କି ଦ୍ରାବିଡ ନୁହେଁ, ଉନ୍ନତ ଅଧିନାୟିକତ୍ୱ ପାଇଁ ଏହି ବ୍ୟକ୍ତିଙ୍କୁ ଶ୍ରେୟ ଦେଲେ ହାର୍ଦ୍ଦିକ

ରାଜକୋଟ,୮।୧: ଆଇପିଏଲ ୨୦୨୨ରେ ଗୁଜରାଟ ଟାଇଟାନ୍ସକୁ ଚାମ୍ପିଅନ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛନ୍ତି। ସେବେଠାରୁ ସେ ଟିମ ଇଣ୍ଡିଆର ଅଧିନାୟକ...

ଚାଇନିଜ୍‌ ସ୍ପନସରଶିପ୍‌କୁ ବର୍ତ୍ତମାନ ହଟାଇ ହେବନାହିଁ: ଧୁମଲ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ବର୍ତ୍ତମାନ ପାଇଁ ଚାଇନିଜ ସ୍ପନସରଶିପ୍‌କୁ ହଟାଯାଇପାରିବ ନାହିଁ। ଚୁକ୍ତି ମିଆଦ ଶେଷ ହେବା ପରେ ବିକଳ୍ପ...

କୋହଲିଙ୍କ ପାଇଁ ଆଜି ଖାସ୍‌ ଦିନ: ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ, ତିନିଥର ଫାଇନାଲିଷ୍ଟ ଆରସିବି ଆଜି ଦୁଇଥର ଚାମ୍ପିଅନ କେକେଆର୍‌ ସହିତ ମୁହାଁମୁହିଁ ହେବେ। ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି...

Advertisement
Archives

Model This Week