Posted inଖେଳ

ମହିଳା ପର୍ବତାରୋହୀ କଳ୍ପନା ଦାଶ ମୃତ

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- ସାରା ଭାରତରେ ନିର୍ବାଚନୀ ଉଷ୍ମତା ଛାଇ ରହିଥିବାବେଳେ ଓଡ଼ିଶା କ୍ରୀଡ଼ା ପାଇଁ ଆସିଛି ଏକ ଦୁଃଖଦ ଖବର। ରାଜ୍ୟର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କର ଗୁରୁବାର ପରଲୋକ ଘଟିଛି। ୪୯ ବର୍ଷୀୟା ମହିଳା ପର୍ବତାରୋହୀ କଳ୍ପନା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ଶିଖରରୁ ଅବତରଣ କରୁଥିବା ବେଳେ ଅସୁସ୍ଥ ହୋଇ ପଡିଥିଲେ ଓ ଏଭରେଷ୍ଟ ବାଲକୋନି ଏରିଆରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କଳ୍ପନା, ନେପାଳର କାଞ୍ଚି ମାୟା ତମାଙ୍ଗ ଓ ଚାଇନାର ଲିୟାମୁ ମା ଗୁରୁବାର ମଧ୍ୟାହ୍ନ ୧୨ଟା ୫୫ରେ ଏଭରେଷ୍ଟ ଶିଖରରେ ପହଞ୍ଚିଥିଲେ। ତେବେ ସେଠାରୁ ଅବତରଣ କରିବା ବେଳେ ଏହି ଅଘଟଣ ଘଟିଛି ବୋଲି ସେଠାକାର ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ମୀରା ଆଚାର୍ଯ୍ୟ କହିଛନ୍ତି। କଳ୍ପନା ୩ଜଣିଆ ମହିଳା ଅଭିଯାତ୍ରୀ ଦଳରେ ସାମିଲ ଥିଲେ। ଡ୍ରିମର୍ସ ଡେଷ୍ଟିନେଶନ ଟ୍ରେକ୍ସ ଏହି ଏକ୍ସପେଡିସନକୁ ମ୍ୟାନେଜ କରୁଥିଲା।
ଓଡ଼ିଶାର ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିବା କଳ୍ପନା ଏଭରେଷ୍ଟ ସମେତ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆର ବିଭିନ୍ନ ଶୃଙ୍ଗ ସଫଳତାର ସହ ଚଢ଼ିଛନ୍ତି। ୨୦୦୮ରେ କଳ୍ପନା ନେପାଳ ବାଟ ଦେଇ ସଫଳତାର ସହ ଏଭରେଷ୍ଟ ଚଢ଼ି ଇତିହାସ ସୃଷ୍ଟି କରିଥିଲେ। ସେତେବେଳେ ସେ ଭାରତୀୟ ଅଭିଯାନ ଦଳ ନେତୃତ୍ୱ ନେଇଥିଲେ। ଚଳିତ ସ୍ପ୍ରିଙ୍ଗ୍‌ କ୍ଲାଇମ୍ବିଂ ସେସନରେ ୮,୦୦୦ ମିଟର ଉଚ୍ଚରେ କଳ୍ପନାଙ୍କ ସମେତ ଏପର୍ଯ୍ୟନ୍ତ ୧୪ଜଣ ପର୍ବତାରୋହୀ ପ୍ରାଣ ହରାଇଛନ୍ତି। ମୁମ୍ବାଇର ୫୪ ବର୍ଷୀୟା ଅଞ୍ଜଳି ଏସ୍‌ କୁଲକର୍ଣ୍ଣୀ ମଧ୍ୟ ଏଭରେଷ୍ଟ ଶିଖରରୁ ଅବତରଣ କରିବାବେଳେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ। ଏଭରେଷ୍ଟରେ ୫ଜଣ, କାଞ୍ଚନଜଙ୍ଗା ଓ ମାକାଲୁ ଶୃଙ୍ଗରେ ୩ଜଣ ଲେଖାଏ, ଲୋସେ, ଅନପୂର୍ଣ୍ଣା ଓ ଚୋ ଓୟୁ ଶୃଙ୍ଗରେ ଜଣେ ଲେଖାଏ ପର୍ବତାରୋହୀ ମୃତ୍ୟୁ ବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାର୍ଦ୍ଦୁଳଙ୍କୁ ନୂଆ ନାମ ଦେଲେ ପ୍ରଶଂସକ

ଲଣ୍ଡନ,୬।୯: ଚଳିତ ଓଭାଲ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର। ପ୍ରଥମ ଇନିଂସରେ ବିସ୍ଫୋରକ ୫୭ ରନ୍‌ର ପାଳି...

ଚିଲିର ସିନିୟର ଦଳକୁ ହରାଇଲା ଭାରତୀୟ ଜୁନିୟର ଦଳ

ସାଣ୍ଟିଗୋ(ଚିଲି),୨୪।୧: ଭାରତୀୟ ମହିଳା ଜୁନିୟର ହକି ଦଳ ଅପରାଜେୟ ଧାରା ବଜାୟ ରଖି ସିନିୟର ଚିଲି ଦଳକୁ ହରାଇ ଦେଇଛି। ପ୍ରିନ୍ସ ଅଫ୍‌ ଓ୍ବେଲ୍ସ କାଉଣ୍ଟି...

ହାଇଦ୍ରାବାଦ୍‌କୁ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ

ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ତମ ମ୍ୟାଚ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି...

ସଚିନ, କୋହଲି ହାସଲ କରିପାରି ନ ଥିବା ରେକର୍ଡ ନିଜ ନାମରେ କଲେ

ଖ୍ରୀଷ୍ଟଚର୍ଚ୍ଚ,୯।୧: ନ୍ୟୁଜିଲାଣ୍ଡ ବ୍ୟାଟର ଡେଭନ କନଓ୍ବେ ରବିବାର ଏଭଳି ଏକ ରେକର୍ଡ ନିଜ ନାମରେ କରିଛନ୍ତି, ଯାହାକୁ କ୍ରିକେଟ ଇତିହାସରେ କୌଣସି ଖେଳାଳି ହାସଲ କରିପାରି...

୬.୨ ଓଭରରେ ମ୍ୟାଚ୍‌ ଶେଷ

ଦୁବାଇ,୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮ ଉଇକେଟରେ ବାଂଲାଦେଶକୁ ହରାଇ ଦେଇଛି। ତାହା ପୁଣି ୬.୨ ଓଭରରେ। ବଲ ବ୍ୟବଧାନରେ...

ଆଇସିସି ବୋର୍ଡ ବୈଠକରେ ଯୋଗଦେବେ ଜୟ ଶାହା

ନୂଆଦିଲ୍ଲୀ, ୧୧ା୧ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍‌ଘାତ ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି। ଫଳରେ...

ସୁଯୋଗ ହାତଛଡ଼ା କଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧ା୩- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଭାରତୀୟ ଦଳ ବଡ଼ ସୁଯୋଗ ହାତଛଡ଼ା କରିଛି। ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରି ବିରାଟ...

କେ.ଏଲ୍‌ ରାହୁଲଙ୍କ ପ୍ରେମ ସମ୍ପର୍କ ଉପରେ ଲାଗିଲା ମୋହର: ଭାଉଜ ଅନୁଷ୍କା ଶେୟାର କଲେ ଏଭଳି ଫଟୋ ଯେ…

ନୂଆଦିଲ୍ଲୀ,୩୦।୭: କଥାରେ ଅଛି ନିଆଁ ନ ଥିଲେ ଧୂଆଁ ଉଠେନି। କିଛି ସେଭଳି ଦେଖିବାକୁ ମିଳେ ଭାରତୀୟ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲଙ୍କ କ୍ଷେତ୍ରରେ।...

Advertisement
Archives

Model This Week