Posted inଖେଳ

ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ

ମେଲବୋର୍ନ,୨୭ା୨(ପି.ଟି.)- ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଓପନର ଶେଫାଳି ବର୍ମାଙ୍କ ବିସ୍ଫୋରକ ୪୬ ଓ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଏକ ରୋମାଞ୍ଚଭରା ମ୍ୟାଚ୍‌ରେ ଭାରତୀୟ ଦଳ ୩ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଭାରତୀୟ ଦଳ ପକ୍ଷରୁ ଧାର୍ଯ୍ୟ ୧୩୪ ରନ୍‌ର ଟାର୍ଗେଟ ଆଗରେ ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୬ ଉଇକେଟ ହରାଇ ୧୩୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।
ଭାରତୀୟ ଦଳ ପାଇଁ ସର୍ବାଧିକ ରନ୍‌ କରିଥିବା ଶେଫାଳିଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଛି। ଏହି ବିଜୟ ସହ ଭାରତୀୟ ଦଳ ଗ୍ରୁପ୍‌ ଏ’ରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଦଳ ତା’ର ପ୍ରଥମ ଦୁଇ ମ୍ୟାଚ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ଓ ବାଂଲାଦେଶକୁ ହରାଇଥିଲା।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଇନିଂସର ତୃତୀୟ ଓଭରରେ ହିଁ ଗତ ମ୍ୟାଚ୍‌ରେ ଅସୁସ୍ଥତା ଯୋଗୁ ଖେଳି ନ ଥିବା ସ୍ମୃତି ମନ୍ଧାନା (୧୧) ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ଶେଫାଳି ଓ ତାନିୟା ଭାଟିଆ (୨୩) ଦ୍ୱିତୀୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ୫୧ ରନ୍‌ ଯୋଡ଼ିଥିଲେ। ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଶମ ଓଭରରେ ତାନିୟା ଓ ଦ୍ୱାଦଶ ଓଭରରେ ଜେମିମା ରୋଡ୍ରିଗୁଏଜ (୧୦) ଆଉଟ୍‌ ହୋଇଥିଲେ। ଅଧିନାୟିକା ହରମନପ୍ରୀତ (୧) ମଧ୍ୟ ବିଫଳ ହୋଇଥିଲେ। ଦଶମ ଓଭରରେ ଜୀବନ ଦାନ ପାଇଥିବା ଶେଫାଳି (୪୬) ଏକ୍ସଟ୍ରା କଭର ଅଞ୍ଚଳରେ ଧରା ପଡ଼ିଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ବାମହାତୀ ବ୍ୟାଟ୍ସଓମେନ ଦୀପ୍ତି (୮) ଓ ବେଦ କ୍ରିଷ୍ଣମୂର୍ତ୍ତି (୬) ଦଳୀୟ ସ୍କୋରକୁ ୧୦୦ ରନ୍‌ରେ ପହଞ୍ଚାଇବା ପରେ ଆଉଟ୍‌ ହୋଇଥିଲେ। ରାଧା ଯାଦବ ୯ ବଲରେ ଗୋଟିଏ ଛକା ସାହାଯ୍ୟରେ ୧୪ ରନ୍‌ କରିଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୩୩ ରନ୍‌ କରିଥିଲା। ନ୍ୟୁଜିଲାଣ୍ଡ ବୋଲରଙ୍କ ମଧ୍ୟରେ ରୋଜମେରି ମେର ଓ ଆମେଲି କେର ୨ଉଇକେଟ ହାତେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଓଭରରେ ସ୍ପିନର ଦୀପ୍ତି ଶର୍ମାଙ୍କଠାରୁ ୧୨ ରନ୍‌ ଆଦାୟ କରିଥିଲା। ମାତ୍ର ଦ୍ୱିତୀୟ ଓଭରରେ ଅଭିଜ୍ଞ ଶିକ୍ଷା ପାଣ୍ଡେ ଭାରତୀୟ ଦଳ ଲାଗି ପ୍ରଥମ ସଫଳତା ଆଣିଥିଲେ। ସେ ରିଚେଲ ପ୍ରିଷ୍ଟ (୧୨)ଙ୍କୁ ଆଉଟ୍‌ କରିଥିଲେ। ଇନିଂସର ୬ଷ୍ଠ ଓଭରରେ ଦୀପ୍ତି ସୁଜି ବାଟେଙ୍କୁ କ୍ଲିନ ବୋଲ୍ଡ କରି ପ୍ୟାଭିଲିଅନ ବାଟ ଦେଖାଇଥିଲେ। ଏହାପରେ ସ୍ପିନର ପୁନମ ଓ ରାଧା ଯାଦବ କଞ୍ଜୁସ ବୋଲିଂ କରି ନ୍ୟୁଜିଲାଣ୍ଡ ଉପରେ ଚାପ ପକାଇଥିଲେ। ଚାପର ସମ୍ମୁଖୀନ ହୋଇ ନ ପାରି ପ୍ରତିପକ୍ଷ ଦଳର ଅଧିନାୟିକା ସୋଫି ଡେଭିନ (୧୪) ଆଉଟ୍‌ ହୋଇଥିଲେ। ମାଡି ଗ୍ରୀନ ୨୪ ଓ କାଟେ ମାର୍ଟିନ ୨୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଫଳରେ ଦଳକୁ ଜିତିବା ପାଇଁ ଅନ୍ତିମ ୨ ଓଭରରେ ୩୪ ରନ୍‌ ଦରକାର ଥିଲା। ୧୯ତମ ଓଭରରେ ପୁନମଙ୍କୁ ଆମେଲି କେର ଏକ ଡବଲ ରନ୍‌ ସହ ୪ଟି ଚୌକା ମାରିଥିଲେ। ଏଣୁ ଅନ୍ତିମ ଓଭରରେ ଦଳକୁ ୧୬ ରନ୍‌ ଆବଶ୍ୟକ ଥାଏ। ଶିକ୍ଷା ପାଣ୍ଡେ ଓଭରରେ କେର ଓ ହାଇଲେ ଜେନସେନ ଗୋଟିଏ ଲେଖାଏ ଚୌକା ମାରିବା ସତ୍ତ୍ୱେ ମ୍ୟାଚ୍‌ ଭାରତ ହାତରୁ ଖସି ନ ଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ଉଇକେଟ ହରାଇ ୧୩୦ ରନ୍‌ କରିଥିଲା। ବିଜୟୀ ଦଳ ପକ୍ଷରୁ ଦୀପ୍ତି ଶର୍ମା, ଶିକ୍ଷା ପାଣ୍ଡେ, ରାଜେଶ୍ୱରୀ ଗାଏକ୍ୱାଡ, ପୁନମ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତୀୟ ଦଳ- ୨୦ ଓଭରରେ ୧୩୩/୮(ଶେଫାଳି ବର୍ମା ୪୬, ତାନିୟା ଭାଟିଆ ୨୩, ଆମେଲି କେର ୨/୨୧,ରୋଜମେରି ମେର ୨/୨୭)।
ନ୍ୟୁଜିଲାଣ୍ଡ ଦଳ- ୨୦ ଓଭରରେ ୧୩୦/୬ (ଆମେଲି କେର ୩୪*, କାଟି ମାର୍ଟିନ ୨୫, ମାଡି ଗ୍ରୀନ ୨୪, ଶିକ୍ଷା ପାଣ୍ଡେ ୧/୨୧, ରାଜେଶ୍ୱରୀ ଗାଏକ୍ୱାଡ ୧/୨୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଡେନ୍‌ ଘଣ୍ଟି ବଜାଇବେ ମମତା, ହସିନା

କୋଲକାତା,୯ା୧୧(ପି.ଟି.)-ସ୍ଥାନୀୟ ଇଡେନ ଗାର୍ଡେନଠାରେ ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଭାରତ ଏହାର ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବ। ଷ୍ଟାଡିୟମରେ ଇଡେନ୍‌...

୮୧ରେ ଅଟକିଲା ଟିମ୍‌ ଇଣ୍ଡିଆ

କଲମ୍ବୋ,୨୯।୭: ଘରୋଇ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଧରାଶାୟୀ ହୋଇଛି ଭାରତୀୟ ଦଳର ବ୍ୟାଟିଂ ଲାଇନଅପ୍‌। ୨୦ ଓଭରରେ ୮୧ ରନ୍‌ରେ ଅଟକିଛି ଟିମ୍‌ ଇଣ୍ଡିଆ। ୩...

ଆଇସିସି ଚେୟାରମ୍ୟାନଶିପ୍‌: ବାର୍‌କ୍ଲେ ଓ ଖ୍ବାଜା ପ୍ରାର୍ଥୀ

ନୂଆଦିଲ୍ଲୀ, ୨୦ା୧୦ (ପି.ଟି.): ଶଶାଙ୍କ ମନୋହରଙ୍କ ସ୍ଥାନରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଚେୟାରମ୍ୟାନ ପଦବୀ ପାଇଁ କେବଳ ଦୁଇ ଜଣ ଯଥା ନ୍ୟୁଜିଲାଣ୍ଡ କ୍ରିକେଟ...

କେନିନ୍‌ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ମେଲବୋର୍ନ,୧।୨(ଏଏଫ୍‌ପି)-୨୧ବର୍ଷୀୟା ଆମେରିକୀୟ ମହିଳା ଟେନିସ ଖେଳାଳି ସୋଫିଆ କେନିନ୍‌ ଏଥର ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି।...

ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌: ଇଂଲଣ୍ଡ ତୃତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ, ୨୯ା୭ (ପି.ଟି.)-ମଙ୍ଗଳବାର ଓ୍ବେଷ୍ଟଇଣ୍ଡଜି ବିପକ୍ଷ ୩ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିବା ପରେ ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ଇଂଲଣ୍ଡ ତୃତୀୟ...

ଅଲ୍‌ ଇଂଲଣ୍ଡ ଓପନ୍‌: ସିନ୍ଧୁଙ୍କ ବିଜୟ ଅଭିଯାନ

ବିର୍ମିଂହାମ, ୧୧।୩ (ପି.ଟି.)- ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍‌ ଭାରତୀୟ ଖେଳାଳି ପି.ଭି. ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଅନୁଷ୍ଠିତ ମହିଳା...

ଚେସ୍‌ ଅଲିିମ୍ପିଆଡ୍‌: ମଙ୍ଗୋଲିଆ ସହ ଡ୍ର ରଖିଲା ଭାରତ

ଚେନ୍ନାଇ, ୨୩ା୮ (ପି.ଟି.)-ଫିଡେ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌ରେ ଚାଇନା ପୁଲ୍‌ ଏ’ରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ମଙ୍ଗୋଲିଆ ବିପକ୍ଷ ମ୍ୟାଚକୁ ଭାରତ...

ଏହି ୪ ଭାରତୀୟ ଖେଳାଳିଙ୍କ ପାଖରେ ରହିଛି ନିଜସ୍ବ ବିମାନ

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚିତ। ଅନ୍ୟ ଦେଶର କ୍ରିକେଟ ଖେଳାଳିଙ୍କ ତୁଳନାରେ ଭାରତୀୟ କ୍ରିକେଟରମାନେ ସବୁଠୁ ଅଧିକ ପାରିଶ୍ରମିକ ନେଇଥାନ୍ତି।...

Advertisement
Archives

Model This Week