Posted inଖେଳ

ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଆଜି

ମେଲବୋର୍ନ, ୧୨।୨ (ପି.ଟି.)- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜର ଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆ ବୁଧବାର ଭାରତକୁ ଭେଟିବ। ଏହି ପ୍ରତିଯୋଗିତାରେ ହର୍‌ମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମୋଟ୍‌ ୪ ମ୍ୟାଚ୍‌ ଖେଳି ୨ଟି ଲେଖାଏ ବିଜୟ ଓ ପରାଜୟ ସହ ୪ ପଏଣ୍ଟ ପାଇ ଫାଇନାଲକୁ ପ୍ରବେଶ କରିଛି। ନିଜର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ଉଇକେଟ୍‌ରେ ପରାସ୍ତ କରିଥିବାରୁ ଭାରତ ଏହି ପ୍ରଦର୍ଶନକୁ ଫାଇନାଲରେ ଦୋହରାଇବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ମଧ୍ୟ ସମାନ ସଂଖ୍ୟକୁ ମ୍ୟାଚ୍‌ରୁ ୪ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଥିଲା। ତୃତୀୟ ଦଳ ଭାବେ ଅଂଶଗ୍ରହଣ କରିଥିବା ଇଂଲଣ୍ଡ ୪ ପଏଣ୍ଟ ପାଇଥିଲେ ମଧ୍ୟ ରନ୍‌ରେଟ୍‌ ଆଧାରରେ ଫାଇନାଲ ଖେଳିବାରୁ ବଞ୍ଚତ୍ତ ହୋଇଛି। ଉଲ୍ଲେଖନୀୟ କଥା ହେଉଛି ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫେବୃୟାରୀ ୨୧ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ପରସ୍ପରକୁ ଭେଟିବେ।
ଦୁର୍ବଳ ବ୍ୟାଟିଂ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଫେଲ୍‌ ମାରିଥିଲା। କିନ୍ତୁ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୭ ଉଇକେଟ୍‌ରେ ପରାସ୍ତ କରିବାରେ ସଫଳ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୧୭୩ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଟାର୍ଗେଟ୍‌କୁ ଭାରତ ୧୯.୪ ଓଭରରେ ହାସଲ କରନେଇଥିଲା। ୧୬ ବର୍ଷୀୟା ଶେଫାଳି ବର୍ମା (୪୯ ରନ, ୨୮ ବଲ୍‌) ଓ ସ୍ମୃତି ମାନ୍ଧନା (୫୫ ରନ, ୪୮ ବଲ)ଙ୍କ ଉପଯୋଗୀ ଇନିଂସ ଭାରତକୁ ଜିତାଇବାରେ ସହାୟକ ହୋଇଥିଲା। ଫାଇନାଲରେ ମଧ୍ୟ ଏହି ଭଳି ବ୍ୟାଟିଂ ଟିମ୍‌ ମ୍ୟାନେଜମେଣ୍ଟ ଆଶା ରଖିଛି। ଜେମିମା ରୋଡ୍ରିଗ୍ବେଜ (୩୦ ରନ, ୧୯ ବଲ୍‌) ମଧ୍ୟ ଏହି ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିଲେ। ସେହିଭଳି ପ୍ରତିଯୋଗିତା ସାରା ପ୍ରଭାବୀ ବୋଲିଂ କରିଥିବା ଦୀପ୍ତି ଶର୍ମା ଓ ରାଜେଶ୍ୱରୀ ଗାଏକ୍ୱାଡ ମଧ୍ୟ ଅଷ୍ଟ୍ରେଲୀୟ ବ୍ୟାଟ୍ସଓମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ରହିଛନ୍ତି। ଅପରପକ୍ଷରେ ବେର୍ଥ ମୁନୀ, ଆସଲେଇଘ ଗାର୍ଡନର, ଏଲିସେ ପେରୀ, ଅଧିନାୟିକା ମେଗ୍‌ ଲାନ୍ନିଂଙ୍କ ପରି ପ୍ରାରମ୍ଭିକ ବ୍ୟାଟ୍ସଓମ୍ୟାନଙ୍କୁ ନେଇ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅପ୍‌ ବେଶ୍‌ ଶକ୍ତିଶାଳୀ। ଗାର୍ଡନର ଭାରତ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ୫୭ ବଲରୁ ୯୩ ରନର ମାରାଥନ ଇନିଂସ ଖେଳିଥିଲେ ମଧ୍ୟ ତାହା ବୃଥା ଯାଇଥିଲା। ଦୁଇ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ଦୃଢ଼ ଥିବାରୁ ଫାଇନାଲ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

ମ୍ୟାଚ୍‌ ଆରମ୍ଭ: ସକାଳ ୮ଟା ୧୦,
ପ୍ରସାରଣ: ଷ୍ଟାର୍‌ ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ଓଭରରେ ଫେରିଲେ ଦୁଇ ଓପନର

ଅକ୍‌ଲାଣ୍ଡ,୧୯।୩: ସ୍ଥାନୀୟ ଇଡେନ ପାର୍କଠାରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର...

ଉପହାର ପାଇ ଭାବପ୍ରବଣ ହେଲେ କୋହଲି

ୟୁଏଇ,୨୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା। ଚଳିତ ସିଜିନର ୩୧ତମ...

ଏହି କ୍ରିକେଟର ଝିଅ କୃଷ୍ଣଙ୍କ ଭଜନ ଗାଇ ଚର୍ଚ୍ଚାରେ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ମାଲାୟଲମ...

ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ବରିଷ୍ଠ ଖେଳାଳି କରୋନା ପଜିଟିଭ୍‌…

କୋଲକାତା,୧୫।୭: ଇଂଲଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ଖେଳାଳିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସମ୍ପୃକ୍ତ...

ବାୟୋ- ବବଲରେ ଦୀର୍ଘ ସମୟଧରି ରହିବା କଷ୍ଟକର: ଷ୍ଟାର୍କ

ମେଲବୋର୍ନ,୧୦।୧୧(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବେ ବାୟୋ- ବବଲ ତଥା ଜୈବ ସୁରକ୍ଷିତ ପରିବେଶ ନେଇ...

ପନ୍ତଙ୍କ ୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ତିଳକ

ମୁମ୍ବାଇ,୨୨।୫: ଆଇପିଏଲ୍‌ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିରାଶଜନକ ରହିଥିଲେ ହେଁ ଦଳର କିଛି ଖେଳାଳି ନିଜର ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେଥିରୁ...

ବ୍ଲାକ୍‌ କ୍ୟାପ୍‌ ଚ୍ୟାଲେଞ୍ଜ

ଏକ ସମ୍ପୂର୍ଣ୍ଣ ସିରିଜ ଖେଳିବା ପାଇଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରିଛି। ଭାରତ ଓ ନ୍ୟୁଜିଲାଣ୍ଡ ୫ଗୋଟି ଟି୨୦, ୩ଟି ଦିନିକିଆ...

ଭାରତର ବିଶ୍ୱ ଚାମ୍ପିଅନ୍‌ କରାଇଥିବା ୟଶ୍‌ ଧୁଲ୍‌ଙ୍କ ଆଗାମୀ ଲକ୍ଷ୍ୟ କ’ଣ ଜାଣନ୍ତି

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜରେ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଅଣ୍ଡର -୧୯ କ୍ରିକେଟ ବିଶ୍ୱକପ ଜିତିଥିବା ଅଧିନାୟକ ୟଶ ଧୁଲ ନିଜର ଲକ୍ଷ୍ୟ ସ୍ଥିର କରିଛନ୍ତି। ସେ...

Advertisement
Archives

Model This Week