Posted inଖେଳ

ମହିଳା ଜାଭେଲିନ୍‌ ଥ୍ରୋ ଜାତୀୟ ରେକର୍ଡ ସହ ଫାଇନାଲରେ ଅନୁ

ଦୋହା, ୧।୧୦(ପି.ଟି.)-
ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତର ଶୀର୍ଷସ୍ଥାନୀୟ ମହିଳା ଜାଭେଲିନ ଥ୍ରୋୟର ଅନୁ ରାଣୀ ନିଜ ନାମରେ ଥିବା ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ସୋମବାର ଅନୁଷ୍ଠିତ ଯୋଗ୍ୟତା ପର୍ଯାୟ ରାଉଣ୍ଡରେ ସେ ଏହି ସଫଳତା ପାଇଛନ୍ତି। ୨୭ ବର୍ଷୀୟା ଅନୁ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍‌ ‘ଏ’ରେ ପ୍ରଥମ ଉଦ୍ୟମରେ ୫୭.୦୫ ମିଟର ଜାଭେଲିନ ଥ୍ରୋ କରିଥିଲେ। ଏହାପରେ ସେ ଦ୍ୱିତୀୟ ରାଉଣ୍ଡରେ ୬୨.୪୩ ମିଟର ଥ୍ରୋ କରି ଜାତୀୟ ରେକର୍ଡ ଭାଙ୍ଗିଥିଲେ। ପୂର୍ବରୁ ସେ ଗତ ମାର୍ଚ୍ଚରେ ପଟିଆଲାରେ ଅନୁଷ୍ଠିତ ଫେଡେରେଶନ କପ୍‌ରେ ୬୨.୩୪ ମିଟର ଥ୍ରୋ ସହିତ ଜାତୀୟ ରେକର୍ଡର ଅଧିକାରିଣୀ ଥିଲେ। ତୃତୀୟ ତଥା ଅନ୍ତିମ ରାଉଣ୍ଡରେ ସେ ୬୦.୫୦ ମିଟର ଥ୍ରୋ କରି ନିଜ ଗ୍ରୁପ୍‌ରେ ତୃତୀୟ ସ୍ଥାନରେ ରହିଥିଲେ। ଏସଆନ ଗେମ୍ସ ଚାମ୍ପିୟନ ଚାଇନାର ଲିଉ ଶିୟିଙ୍ଗ୍‌(୬୩.୪୮ ମିଟର) ଏବଂ ସ୍ଲୋଭେନିଆର ରତେଜ ମାର୍ଟିନା (୬୨.୮୭ ) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଜାଭେଲିନ୍‌ ଥ୍ରୋ ଦୂରତା ଅନୁସାରେ ଅନୁ ଓଭରଅଲ୍‌ ୫ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଜାଭେଲିନ୍‌ ଥ୍ରୋର ଫାଇନାଲ ରାଉଣ୍ଡରେ ପ୍ରବେଶ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫାଇନାଲ ରାଉଣ୍ଡରେ ପ୍ରବେଶ କରିବାର କ୍ୱାଲିଫାଇଂ ମାର୍କ ହେଲା ୬୩.୫୦ ମିଟର। ଏଥିରେ କୋଟା ପୂରଣ ହୋଇ ନ ପାରିବାରୁ ଗ୍ରୁପ୍‌ ‘ଏ’ ଓ ‘ବି’ରୁ ଶ୍ରେଷ୍ଠ ୧୨ ପ୍ରଦର୍ଶନକାରୀ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗିଲେ ଅଧିନାୟକ

ଆବୁଧାବି,୯।୧୧: ଆଇପିଏଲ୍‌ ୨୦୨୦ର କ୍ୱାଲିଫାୟାର-୨ରେ ଦିଲ୍ଲୀ କ୍ୟାପିଟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଫଳରେ ଦଳର ଚଳିତ ଆଇପିଏଲ୍‌ ଅଭିଯାନ ଶେଷ ହୋଇଛି। ପରାଜୟରେ ଅଧିନାୟକ...

ଟିମ୍‌ ଇଣ୍ଡିଆ, ଡିସେମ୍ବର ୧୯ ମଧ୍ୟରେ ରହିଛି ଅଜବ ସଂଯୋଗ

ନୂଆଦିଲ୍ଲୀ, ୧୯।୧୨- ଡିସେମ୍ବର ୧୯ ତାରିଖ ଭାରତୀୟ କ୍ରିକେଟ ଇତିହାସରେ ଲିପିବଦ୍ଧ ହୋଇଯାଇଛି। ଏହି ଦିନ ଓ ଟିମ୍‌ ଇଣ୍ଡିଆ ଟେଷ୍ଟ କ୍ରିକେଟ ମଧ୍ୟରେ ରହିଛି...

ଟୋକିଓ ଅଲିମ୍ପିକ ଉପରେ କରୋନା ଆତଙ୍କ: ପାଣିରେ ପଡ଼ିବ ୨୬୦୦ କୋଟି ଡଲାର !

ଟୋକିଓ,୨୭।୨: ଟୋକିଓ ଅଲିମ୍ପିକ୍‌-୨୦୨୦କୁ ଆଉ ୩ ମାସ ବାକି ରହିଛି। ଏହା ଜୁଲାଇରେ ଟୋକିଓରେ ହେବ ବୋଲି ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି। ତେବେ କରୋନା...

ରେକର୍ଡରେ ଏଭଳି କୋହଲି: ଧୋନୀଙ୍କ ପରେ ଭାରତର ଦ୍ୱିତୀୟ ସଫଳ ଟି୨୦ ଅଧିନାୟକ; ବିଶ୍ୱରେ ପଞ୍ଚମ…

ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ଟି୨୦ ବିଶ୍ୱକପ୍‌ ପରେ ଟି୨୦ ଟିମ୍‌ର ଅଧିନାୟକତ୍ୱ ଛାଡ଼ିବାକୁ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ...

୨୨୩ ରନ୍‌ର ଟାର୍ଗେଟ ଦେଲା ରାଜସ୍ଥାନ

ମୁମ୍ବାଇ,୨୨।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ କରିବାକୁ...

ସୁଷମାଙ୍କ ବିୟୋଗରେ କୋହଲିଙ୍କ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

ଭାରତ- ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ଫୋକସ୍‌ରେ ପାଣ୍ଡ୍ୟା

ଧର୍ମଶାଳା,୧୨।୩ (ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ହିମାଚଳ...

ଆମାଜନ ଡେଲିଭରି ବୟରୁ ଷ୍ଟାର ଅଲ୍‌ରାଉଣ୍ଡର

ମୁସ୍କଟ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଆରମ୍ଭରୁ ବାଂଲାଦେଶକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛି ସ୍କଟଲାଣ୍ଡ। ଅଲରାଉଣ୍ଡର କ୍ରିସ ଗ୍ରେଭେସଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଏହା ସମ୍ଭବ...

Advertisement
Archives

Model This Week