Posted inଖେଳ

ମହିଳା କ୍ରିକେଟର ଡେଭିନଙ୍କ ବିଶ୍ୱ ରେକର୍ଡ

ଓ୍ବେଲିଂଟନ,୧୦।୨- ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା ସୋଫି ଡେଭିନ ସୋମବାର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ କ୍ରମାଗତ ୫ ଟି୨୦ ମ୍ୟାଚ୍‌ରେ ଅତିକମ୍‌ରେ ୫୦ କିମ୍ବା ତା’ଠାରୁ ଅଧିକ ରନ୍‌ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ୧୦୫ ରନ୍‌ର ଶତକୀୟ ଇନିଂସ ଖେଳିଛନ୍ତି। ପୂର୍ବରୁ ସେ ଭାରତ ବିପକ୍ଷ ଗତ ସିରିଜରେ ୭୨ ରନ୍‌ କରିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ରେ ଯଥାକ୍ରମେ ୫୪*, ୬୧ ଓ ୭୭ ରନ୍‌ର ଇନିଂସ ଖେଳିଥିଲେ। ଭାରତୀୟ ବ୍ୟାଟ୍ସଓମ୍ୟାନ ମିଥାଲି ରାଜ, ପୂର୍ବତନ ନ୍ୟୁଜିଲାଣ୍ଡ ପୁରୁଷ ଦଳର ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମ ଓ ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ ଟି୨୦ କ୍ରମାଗତ ୪ ଥର ୫୦ରୁ ଊର୍ଦ୍ଧ୍ୱ ରନ୍‌ କରିଥିଲେ। ଉଲ୍ଲେଖଯୋଗ୍ୟ, ସୋଫିଙ୍କ ଶତକ ଯୋଗୁ ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ ୧୭୧ ରନ୍‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୦୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଘରୋଇ ନ୍ୟୁଜିଲାଣ୍ଡ ୬୯ ରନ୍‌ରେ ମ୍ୟାଚ୍‌ ଜିତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌ରଙ୍କୁ ଧମକ ଦେବା ଖବରଦାତାଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ,୪।୫: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଉଇକେଟ କିପର ରିଦ୍ଧିମାନ ସାହାଙ୍କୁ ଧମକ ଦେବାକୁ ଚେଷ୍ଟା କରୁଥିବା କ୍ରୀଡ଼ା ଖବରଦାତା ବୋରିଆ ମଜୁମଦାରଙ୍କ ଉପରେ...

ଆଡ୍‌ହକ କମିଟିର ନୂଆ ଚେୟାରମ୍ୟାନ ହେଲେ ଦିଲୀପ ତିର୍କୀ

ଭୁବନେଶ୍ୱର,୧୮।୬: ଓଡ଼ିଶା ହକିର ପରିଚାଳନା ପାଇଁ ହକି ଇଣ୍ଡିଆ ଶୁକ୍ରବାର ଏକ ଆଡ୍‌ହକ୍‌ କମିଟି ଗଠନ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ...

ଲଢ଼େଇ କରି ଫେଡରରଙ୍କଠାରୁ ହାରିଲେ ନାଗଲ

ନ୍ୟୁୟର୍କ, ୨୭।୮ (ପି.ଟି.)- ନିଜର ପଦାର୍ପଣ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଖେଳିଥିବା ଭାରତୀୟ ଯୁବ ଟେନିସ ଖେଳାଳି ସୁମିତ୍‌ ନାଗାଲଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏଠାରେ...

ଆଶଙ୍କାରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌

ଲଣ୍ଡନ,୧୫।୭: ରିଷଭ ପନ୍ତଙ୍କ ସମେତ ଭାରତୀୟ ଦଳର ୨ ସଦସ୍ୟ କରୋନା ପଜିଟିଭ। ଏଥି ଯୋଗୁ ଆସନ୍ତା ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ...

ଇଂଲଣ୍ଡ ବିଶ୍ୱକପ୍‌ ବିଜେତା ଫୁଟବଲର ଚାର୍ଲଟନଙ୍କ ପରଲୋକ

ଲଣ୍ଡନ,୧୧।୭(ଏପି): ଇଂଲଣ୍ଡ କିମ୍ବଦନ୍ତୀ ଫୁଟବଲର ତଥା ସେଣ୍ଟ୍ରାଲ ଡିଫେଣ୍ଡର ଜ୍ୟାକ୍‌ ଚାର୍ଲଟନ ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବିଗ୍‌ ଜ୍ୟାକ୍‌ ନାମରେ ପରିଚିତ...

୧୧୯ବର୍ଷ ପୁରୁଣା ଗାଡି ଚଳାଇଲେ ସଚିନ

ଲଣ୍ଡନ, ୨୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟର ବିଶ୍ୱକପରେ କମେଣ୍ଟ୍ରି କରୁଥିବା ନଜର ଆସିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ଅବସରରେ ସେ ପୂରା ପରିବାର ସହ...

ଲନ୍‌ ବଲ୍ସ ବୈଷୟିକ ଅଧିକାରୀଙ୍କ କର୍ମଶାଳା ଆରମ୍ଭ

ଭୁବନେଶ୍ୱର, ୧୮।୫ (କ୍ରୀଡ଼ା ପ୍ରତିନିଧି): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ବୋଲିଂ ଆସୋସିଏଶନ ଆନୁକୂଲ୍ୟରେ ନୟାପଲ୍ଲୀସ୍ଥିତ ଇନ୍‌ଡୋର ହଲ୍‌ରେ ବୁଧବାରଠାରୁ ଲନ୍‌ ବଲ୍ସ...

୭ ବର୍ଷର ରେକର୍ଡ ଭାଙ୍ଗିଲା ଭାରତ

କେପ୍‌ଟାଉନ୍‌,୧୩।୨: ମହିଳା ଟି-୨୦ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି...

Advertisement
Archives

Model This Week