ମହିଳା ଆଇନଜୀବୀ ଦୀପାଳି ଆତ୍ମହତ୍ୟା ମାମଲା: ଖୋର୍ଦ୍ଧା ଜିଲା ଦୌରାଜଜ୍‌ କୋର୍ଟରେ ପୁରୁଷ ବନ୍ଧୁଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର,୨୯ା୧(ବ୍ୟୁରୋ):ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ଜେନା ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ପୁରୁଷ ବନ୍ଧୁ ବିକ୍ରମ ମିଶ୍ର ମଙ୍ଗଳବାର ଖୋର୍ଦ୍ଧା ଦୌରାଜଜ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ୪ ମାସ ଧରି ଫେରାର ରହିଥିବା ବିକ୍ରମ ନିକଟରେ ହାଇକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିଲେ। ହେଲେ ହାଇକୋର୍ଟ ତାଙ୍କୁ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ବିକ୍ରମ ମଙ୍ଗଳବାର ଖୋର୍ଦ୍ଧା ଜିଲା ଦୌରାଜଜ୍‌ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ବିକ୍ରମ କୋର୍ଟରେ ହାଜର ହେବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି କି କୋର୍ଟ ନିକଟରେ ତାଙ୍କୁ କେତେଜଣ ବ୍ୟକ୍ତି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୋଲିସ ସେଠାରୁ ତାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲା। କୋର୍ଟରେ ବିକ୍ରମଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ୪ ମାସ ଧରି ପୋଲିସ ତାଙ୍କୁ ଖୋଜୁଥିଲେ ମଧ୍ୟ ପାଇ ନ ଥିଲା। ଶେଷରେ ସେ ଏଭଳି ଢଙ୍ଗରେ ଆତ୍ମସମର୍ପଣ କରିଥିଲେ। ତଦନ୍ତରେ ଆବଶ୍ୟକ ହେଲେ ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ପୋଲିସ କହିଛି।
ଏ ନେଇ ଦୀପାଳିଙ୍କ ସାନ ଭଉଣୀ ଇତିଶ୍ରୀ କହିଛନ୍ତି, ମୋ ବଡ଼ ଭଉଣୀଙ୍କ ଯେଭଳି ବନ୍ଧୁ ବିକ୍ରମଙ୍କ ପାଇଁ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ, ତାଙ୍କୁ ଯଦି ଫାସି ଦିଆଯିବ ତେବେ ତାଙ୍କ ଭଉଣୀଙ୍କ ଆତ୍ମା ଶାନ୍ତି ପାଇବ। ବିକ୍ରମ ଦିପାଳୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଫଳରେ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିଲେ। ତେଣୁ ତାଙ୍କୁ ବିରୋଧରେ କୋର୍ଟ କଡା ସଜା ଶୁଣାନ୍ତୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦୀପାଳି ଲିଙ୍ଗିପୁର ବିଜୟବିହାର ସ୍ଥିତ ପ୍ଲଟ ନଂ.ସି/୩/୨ରେ ଘର ଭଡା ନେଇ ସାନଭଉଣୀ ସହ ରହୁଥିଲେ। ସେ ଭୁବନେଶ୍ୱର ବାରର ସଦସ୍ୟ ହୋଇ ନ ଥିବା ବେଳେ ନିୟମିତ ଭାବେ ଏଠାରେ ପ୍ରାକ୍ଟିସ୍‌ କରୁଥିଲେ। ଦୀପାଳିଙ୍କ ଘର ଭଦ୍ରକରେ ହୋଇଥିବା ବେଳେ ବାଲେଶ୍ୱର ସିମୁଳିଆର ବ୍ୟବସାୟୀ ବିକ୍ରମ କେଶରୀ ମିଶ୍ରଙ୍କ ସହ ପରିଚିତ ହେଇ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏପରି କି ଉଭୟ ବିବାହ କରିବା ପାଇଁ ପରିବାର ଲୋକେ ରାଜି ହୋଇଥିଲେ। ନିକଟରେ ତାଙ୍କର ବିବାହ ହୋଇଥାନ୍ତା। କିନ୍ତୁ ନିୟମିତ ଭାବେ ବିକ୍ରମ ଭୁବନେଶ୍ୱର ଦୀପାଳିଙ୍କ ଘରକୁ ଆସୁଥିଲେ। ୨୦୧୯ ଅକ୍ଟୋବର ୨୦ରେ ବିକ୍ରମ ସନ୍ଧ୍ୟା ୫ଟାରେ ଦୀପାଳି ରହୁଥିବା ଭଡା ଘରେ ପହଞ୍ଚତ୍ଥିଲେ। ଦୀପାଳିଙ୍କ ସାନ ଭଉଣୀ ତାଙ୍କ ସାଙ୍ଗଙ୍କ ସହ ପଳାଇ ଯାଇଥିଲେ। ଘରେ ଦୀପାଳି ଓ ବିକ୍ରମ ରହିଥିଲେ। ହେଲେ ଉଭୟଙ୍କ ମଧ୍ୟରେ କ’ଣ ଘଟିଲା ଦୀପାଳି ଘର ଭିତର ପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ। ରାତି ୧୨ଟାରେ ଘରେ ଦୀପାଳିଙ୍କ ଭଉଣୀ ପହଞ୍ଚତ୍ ଥିଲେ ମଧ୍ୟ କବାଟ ବନ୍ଦ ରହିଥିଲା କିନ୍ତୁ ବିକ୍ରମ ନ ଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ଘରର କବାଟ ଭାଙ୍ଗି ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ ଭଦ୍ରକ, ବିପଦ ସଙ୍କେତ ଟପିଲା ବୈତରଣୀ

ଭଦ୍ରକ ଅଫିସ, ୧୪।୯: ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ। ସୋମବାର ରାତିରୁ ଅବିଶ୍ରାନ୍ତ ବର୍ଷା ଯୋଗୁ ଜିଲାର ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳରେ ପାଣି...

ଟ୍ରେଲର ଧକ୍କାରେ ନାବାଳିକା ମୃତ: ୨୬ ନଂ. ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନ୍‌ମାଠ ନିକଟ ୨୬ ନଂ. ଜାତୀୟ ରାଜପଥ ପାରହେଉଥିବା ବେଳେ ଜଣେ ନାବାଳିକାଙ୍କ ଉପରେ ଲାଞ୍ଜିଗଡ଼ସ୍ଥିତ  ଏକ...

ସ୍ବତନ୍ତ୍ର ଉପାସନାରେ ପାଳିଲେ ବଡ଼ଦିନ

ସମ୍ବଲପୁର,୨୫।୧୨(ବ୍ୟୁରୋ): ସମ୍ବଲପୁର ସହର ଏବଂ ଗ୍ରାମାଞ୍ଚଳରେ ରବିବାର ବଡ଼ଦିନ ପର୍ବ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁ ଗତ ଦୁଇ ବର୍ଷ ନିରାଡ଼ମ୍ବର...

ଓଡ଼ିଶାରେ ପ୍ରମୁଖ ବ୍ରିଜ୍‌ ଦୁର୍ଘଟଣା: ବମିଖାଲରୁ ବଲାଙ୍ଗୀର ଯାଏ

ଭୁବନେଶ୍ୱର,୩୧ା୧୦ (ବ୍ୟୁରୋ): ଭୁବନେଶ୍ୱରର ବମିଖାଲଠାରୁ ବଲାଙ୍ଗୀର ଯାଏ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅନେକ ବ୍ରିଜ୍‌ ଭୁଶୁଡ଼ିବା ଘଟଣା ଦେଖିବାକୁ ମିଳିଛି। ସେଥିରେ କେତେକ ପୁରୁଣା ବ୍ରିଜ୍‌...

ଆଶାୟୀଙ୍କ ସଂଖ୍ୟା ବଢ଼ୁଛ

ବାରିପଦା ଅଫିସ,୨।୩ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ମୟୂରଭଞ୍ଜ ଜିଲା ପରିଷଦ ଗଠନକୁ ନେଇ ଚର୍ଚ୍ଚା ଜୋର ଧାରିଲାଣି।...

ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା

ଭୁବନେଶ୍ୱର, ୨୫।୧(ବ୍ୟୁରୋ):  ବିଭିନ୍ନ ରାଜ୍ୟରୁ ମିଳିଥିବାରୁ ତଥ୍ୟ ଅନୁସାରେ ଦେଶରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବା କେନ୍ଦ୍ର ସରକାର କହିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ...

ନମୁନା ସଂଗ୍ରହ ଦିନ ହିଁ ଲ୍ୟାବ୍‌କୁ ପଠାନ୍ତୁ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର କୋଭିଡ୍‌ ପରୀକ୍ଷା ପାଇଁ ନୂଆ ନିୟମ ଜାରି କରିଛନ୍ତି। ସମସ୍ତ କରୋନା...

ଶୋଇଥିଲେ କ୍ଷେତରେ, ରାତି ଅଧରେ ପହଞ୍ଚିଲା ମୃତ୍ୟୁ

ବନ୍ତଳା,୧୫।୧୦(ବ୍ୟୁରୋ): ରାତିରେ ଫସଲକୁ ଜଗିବା ପାଇଁ କ୍ଷେତରେ ମଞ୍ଚ ଉପରେ ଶୋଇଥିଲେ। ଅଧରାତିରେ ହଠାତ୍‌ ମୃତ୍ୟୁ ରୂପେ ପହଞ୍ଚିଥିଲା ହାତୀ। ହାତୀ ଦଳି ଦେବାରୁ କ୍ଷେତରେ...

Advertisement
Archives

Model This Week