Posted inଜାତୀୟ

ମହିଳାଙ୍କ ପ୍ରଜନନ ଅଧିକାର ସୁରକ୍ଷା ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୦ା୨(ଆଇଏଏନ୍‌ଏସ୍‌): କେନ୍ଦ୍ର କ୍ୟାବିନେଟ ବୁଧବାର ‘ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍‌ ଟେକ୍ନୋଲୋଜି ରେଗୁଲେଶନ୍‌ ବିଲ୍‌ ୨୦୨୦’କୁ ମଞ୍ଜୁରୀ ଦେଇଛି। ମହିଳାଙ୍କ ପ୍ରଜନନ ଅଧିକାରକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଏହି ବିଧେୟକକୁ ଏକ ଐତିହାସିକ ବିଲ୍‌ ଭାବେ ଅଭିହିତ କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, ଏହି ବିଲ୍‌ ଦେଶର ମହିଳାମାନଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ଏକ ଜାତୀୟ ରେଜିଷ୍ଟ୍ରି (ପଞ୍ଜୀକରଣ କାର୍ଯ୍ୟାଳୟ) ପ୍ରତିଷ୍ଠା ପାଇଁ ଆଇନ ଆଣିବା ଲାଗି ଏଥିରେ ପ୍ରସ୍ତାବ ରହିଛି। ଆଇନଗତ ଚିଠା ପ୍ରସ୍ତୁତିରେ ସାହାଯ୍ୟ କରିବା ଲାଗି ଏକ ଜାତୀୟ ବୋର୍ଡ ଓ ରାଜ୍ୟ ବୋର୍ଡ ଗଠନ ହେବ। ସେହିପରି କ୍ଲିନିକ୍‌ ଓ ବ୍ୟାଙ୍କଗୁଡ଼ିକୁ ନେଇ ଏକ କେନ୍ଦ୍ରୀୟ ଡାଟାବେସ୍‌ ମଧ୍ୟ ପ୍ରସ୍ତୁତ କରାଯିବ। ଭ୍ରୂଣ ବିକ୍ରି ଓ ଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଜରିମାନା କରାଯିବ। ଆବଶ୍ୟକ ସ୍ଥଳେ ଅଭିଯୁକ୍ତଙ୍କୁ ଜେଲ୍‌ଦଣ୍ଡ ଦିଆଯିବାର ବ୍ୟବସ୍ଥା ମଧ୍ୟ ପ୍ରସ୍ତାବିତ ଆଇନରେ ରହିଛି। ମାର୍ଚ୍ଚ ୨ରୁ ଏପ୍ରିଲ ୩ ମଧ୍ୟରେ ଚାଲିବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଏହି ବିଲ୍‌ ପାର୍ଲାମେଣ୍ଟରେ ଆଗତ ହେବ ବୋଲି ଇରାନୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚେତୁ ନାହାଁନ୍ତି ଜନତା ଚିନ୍ତାରେ ସରକାର

ଲୁଧିଆନା,୪।୧୧: ଉତ୍ତର ଭାରତ ଅର୍ଥାତ୍‌ ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଛି ଯେ ଲୋକେ ଘରୁ ବାହାରିବା କଷ୍ଟକର ହୋଇ...

୨ ବର୍ଷ ପରେ ମିଳିଲା ଚୋରି ହୋଇଥିବା କାର୍‌, ବ୍ୟବହାର କରୁଥିଲେ ପୋଲିସ ଅଫିସର

ଲକ୍ଷ୍ନୌ,୧।୧- ଦୁଇ ବର୍ଷ ତଳେ ଚୋରି ହୋଇଥିବା କାର୍‌ ମାଲିକଙ୍କୁ ହଠାତ୍‌ ଏକ ଅଟୋ ସର୍ଭିସିଂ ସେଣ୍ଟରରୁ କଲ୍‌ ଆସିଥିଲା। ଫିଡ୍‌ବ୍ୟାକ୍‌ ପାଇଁ କରାଯାଇଥିବା ଫୋନକଲରେ...

ଦେଶ ସ୍ବାଧୀନ ହେବାରେ ମୋଦି-ଶାହା ନୁହେଁ, କଂଗ୍ରେସ ଦେଇଛି ବଳିଦାନ: ଖାର୍ଗେ

ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘କଶ୍ମୀର ୭୦...

ବିବାହ ଉତ୍ସବ ସାରି ଫେରୁଥିଲେ, ଘାଟିରୁ ଖସି ପଡ଼ିଲା କାର୍‌: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଶ୍ରୀନଗର,୨୫।୭: ଜମ୍ମୁ-କଶ୍ମୀର ରାମବାନ ଜିଲା ରାମସୁ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧ ହଜାର ମିଟର ଉଚ୍ଚ ଘାଟିରୁ ଏକ କାର୍‌ ଖସିପଡ଼ିବାରୁ...

ପଶ୍ଚିମବଙ୍ଗରେ ବହିଲା ରକ୍ତର ନଦୀ

କୋଲକାତା,୧୮ ।୨:ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲା ନିମଟିଟା ରେଲୱେ ଷ୍ଟେଶନରେ ବୁଧବାର ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ହୋଇଥିବା ବୋମା ମାଡରେ ମନ୍ତ୍ରୀ ଜାକିର ହୁସେନ ଗୁରୁତର ଆହତ...

ମିଳିଲା ପ୍ରେମ ପତ୍ର: ଶରଦ ପାୱାର

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରର ପତ୍ତନ ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୯।୭: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାଠାରେ ପୁଣି ୨ ଜଣ ପାକିସ୍ତାନୀଙ୍କ ମୁଣ୍ଡ ଗଡ଼ିଛି। ରାଜୌରୀ ଜିଲାର ନୌସେରା ସେକ୍ଟରରେ ପାକିସ୍ତାନୀମାନେ ନିୟନ୍ତ୍ରଣ ରେଖା ଡେଇଁ...

ଆମକୁ ୧୫ ଦିନ ସମୟ ଦିଅ, କଶ୍ମୀର ସ୍ଥିତି କରିଦେବୁ ଠିକ୍‌…

ପାଟନା,୧୮।୧୦: ଜମ୍ମୁ-କଶ୍ମୀରରେ ରବିବାର ୨ ଜଣ ବିହାର ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହାକୁ ନେଇ ରାଜ୍ୟରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଦି...

Advertisement
Archives

Model This Week