Posted inଜାତୀୟ

ମହିଳାଙ୍କ ପେଟରୁ ବାହାରିଲା ଦେଢ କିଲୋ ଓଜନର ଗହଣା

କୋଲକତା,୨୫।୭: ପଶ୍ଚିମବଙ୍ଗର ବୀରଭୂମୀ ଅଞ୍ଚଳରେ ଥିବା ଏକ ସରକାରୀ ହସ୍ପିଟାଲରେ ଜଣେ ମହିଳାଙ୍କ ସର୍ଜରୀ ପରେ ତାଙ୍କ ପେଟରୁ ପାଖାପାଖି ଦେଢ କିଲୋଗ୍ରାମ ଗହଣା ଓ ୯୦ଟି କଏନ୍‌ ମିଳିଥିବା ଜଣାପଡିଛି। ୨୬ ବର୍ଷୀୟ ଉକ୍ତ ମହିଳାଙ୍କ ପେଟରୁ ୫ଟଙ୍କିଆ ଓ ୧୦ ଟଙ୍କିଆ ପ୍ରାୟ ୯୦ଟି କଏନ୍‌ ଓ ଗହଣା ମଧ୍ୟରେ ଚେନ୍‌, ନୋଜରିଂ, ଝୁମକା, ଚୁଡ଼ି, ପାଉଁଜି ଆଦି ପାଖାପାଖି ୧.୫ କିଲୋଗ୍ରାମ ଗହଣା ମିଳିଥିବା କହିଛନ୍ତି ରାମପୁରହାଟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସିଦ୍ଧାର୍ଥ ବିଶ୍ୱାସ। ଗହଣା ଗୁଡିକ ଅଧିକାଂଶ ତମ୍ବା ଓ ପିତ୍ତଳର ହୋଇଥିବା ବେଳେ କେତେକ ସୁନାର ମଧ୍ୟ ରହିଛି। ସୂଚନାଯୋଗ୍ୟ, ମହିଳା ଜଣକ ମାନସିକ ବିକୃତ ହୋଇଥିବା ବେଳେ ତାଙ୍କ ମା’ କହିଛନ୍ତି କିଛିଦିନ ହେବ ତାଙ୍କ ଘରୁ ଗହଣା ଗୁଡିକ କେଉଁଆଡେ ଯାଉଥିବା ସେ ସନ୍ଦେହ କରିଥିଲେ। ଏହାପରେ କେତେଥର ମହିଳାଙ୍କର ବାନ୍ତି ହେବାସହ କଏନ୍‌ ବାହାରିବାରୁ ସନ୍ଦେହ କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣାର ସାକ୍ଷୀ ‘ବ୍ଲାକ ‌ବକ୍ସ’

ନୂଆଦିଲ୍ଲୀ, ୯।୮: ବର୍ଷା ବିତ୍ପାତ ମଧ୍ୟରେ ଗତ ଶୁକ୍ରବାର କେରଳ ଦେଖିଛି ବିମାନ ଦୁର୍ଘଟଣାର ଭୟାବହ ଦୃଶ୍ୟ। କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ...

ଏଏନ୍‌-୩୨ ବିମାନ ଦୁର୍ଘଟଣା: ମିଳିଲା ଆଇ ୬ ଜଣଙ୍କ ମୃତ ଶରୀର

ଶିଲଂ,୨୦।୬: ଜୁନ୍‌ ୩ରେ ନିଖୋଜ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ରେ ଥିବା ବ୍ୟକ୍ତିଙ୍କ ମଧ୍ୟର ୬ ଜଣଙ୍କ ମୃତ ଶରୀର...

୧୦୦ ଲୋକପ୍ରିୟ ସହର ମଧ୍ୟରେ ଭାରତର ୭

ଲଣ୍ଡନ, ୬।୧୨(ଆଇଏଏନ୍‌ଏସ୍‌): ବିଶ୍ୱର ସବୁଠାରୁ ଅଧିକ ଲୋକପ୍ରିୟ ୧୦୦ ସହର ମଧ୍ୟରେ ଭାରତର ୭ ସହର ରହିଛନ୍ତି। ବ୍ରିଟେନ୍‌ର ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ କମ୍ପାନୀ ୟୁରୋମନିଟର...

ବିପଦ ସାଜିବେ ସହର ଫେରନ୍ତା: ଆଗକୁ ଗାଁରେ ବିସ୍ଫୋରକ ସ୍ଥିତି

ନୂଆଦିଲ୍ଲୀ,୨୫।୫: କରୋନା ଲକ୍‌ଡାଉନ ଯୋଗୁ ସହରରେ ଜୀବିକା ହରାଇ ଗାଁକୁ ଫେରିବାରେ ଲାଗିଛନ୍ତି ଦାଦନ ଶ୍ରମିକ। ପୂର୍ବରୁ କେବଳ ସହରାଞ୍ଚଳରେ କରୋନା ବ୍ୟାପୁଥିବାବେଳେ ଏବେ ପ୍ରବାସୀଙ୍କ...

ହସ୍ପିଟାଲରେ ଉଭୟ ମହିଳା-ପୁରୁଷ ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚରରେ ଯିବାକୁ ବାଧ୍ୟ କରାଗଲା

ଇନ୍ଦୋର,୪।୭: ମଧ୍ୟପ୍ରଦେଶର ମହାରାଜା ଯଶଓ୍ବନ୍ତରାଓ ହସ୍ପିଟାଲରେ ଅନିଚ୍ଛା ସତ୍ତ୍ୱେ ଜଣେ ମହିଳା ଓ ଜଣେ ପୁରୁଷ ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚରକୁ ଶେୟାର କରିବାକୁ ବାଧ୍ୟ କରାଯାଇଥିବା...

ପୋଲିସକୁ ୫୦ହଜାର ଟଙ୍କା ଦାନ କଲେ ୩ବର୍ଷର ବାଳକ

ମୁମ୍ବାଇ,୧୩।୫: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାରଙ୍କୁ ସବୁ ବର୍ଗର ଲୋକେ ସହାୟତାର ହାତ ବଢ଼ାଉଛନ୍ତି। ଇତିମଧ୍ୟରେ...

୩୭୦ ଉଚ୍ଛେଦ ପରେ ପ୍ରଥମ କରି ମାର୍ଚ୍ଚରେ ଜମ୍ମୁ-କଶ୍ମୀରରେ ହେବ ନିର୍ବାଚନ

ଜମ୍ମୁ,୧୩।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ପ୍ରାୟ ୬ ମାସ ପରେ ପ୍ରଥମ କରି ନିର୍ବାଚନ ହେବାକୁ ଯାଉଛି। ମାର୍ଚ୍ଚ ୫ରୁ...

‘ଜୀବନକୁ ନିୟନ୍ତ୍ରଣ ନ କରୁ ପ୍ରଯୁକ୍ତି’

ନୂଆଦିଲ୍ଲୀ,୨୧ା୧(ପି.ଟି.): ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କୁ କେତେକ ଉପାଦେୟ ପରାମର୍ଶ ଦେଇଛନ୍ତି। ପରୀକ୍ଷାକୁ ନେଇ ପିଲାଙ୍କ...

Coronavirus Update


Archives

Model This Week

Why Dharitri