ମହିପୁର ବନାଞ୍ଚଳରୁ ବିପୁଳ ପରିମାଣର ଶାଳକାଠ ଜବତ

ନୂଆଗାଁ, ୨୨।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ମହିତମା ଫରେଷ୍ଟ ସେକ୍ସନ ଅଧୀନ ନୂଆଗାଁ ଭାଲିଆପଦର ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ବିପୁଳ ପରିମାଣର ଶାଳ କାଠ ଜବତ କରିଛି।
ପ୍ରକାଶ ଯେ, ଭାଲିଆପଦର ନିକଟରୁ ବିଶାଳ ଶାଳ ଗଛ କାଟି ତଳେ ପକାଯାଇଥିବା ବେଳେ ୨ଜଣ ବ୍ୟକ୍ତି କାଠ କାଟୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ନୟାଗଡ଼ ଡିଏଫ୍‌ଓ ଧନରାଜ ଏଚଡିଙ୍କୁ ଜଣାଇଥିଲେ। ପରେ ଉକ୍ତ ସ୍ଥାନକୁ ଯାଇ କାଠ ଜବତ କରିବା ପାଇଁ ମହିପୁର ରେଞ୍ଜରଙ୍କୁ ନିଦ୍ଦେର୍ର୍ଶ ଦେଇଥିଲେ। ରେଞ୍ଜର ସୁଧାଂଶୁ ଶେଖର ପଣ୍ଡା, ମହିତମା ବନପାଳ ରମେଶ କୁମାର ମଲିକ ଓ ଫରେଷ୍ଟଗାର୍ଡ, ଜଗୁଆଳି ସଦଳବଳେ ଭାଲିଆପଦର ଗ୍ରାମ ନିକଟ ଜଙ୍ଗଲରେ ପହଞ୍ଚି ଖାନତଲାସ କରିବାରୁ ଅନେକ କାଠ ଲୁଚାଯାଇ ରଖାଯାଇଥିବା ଦେଖିବାକୁ ମିଳିଛି। ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି। ତେବେ ମହିପୁର ବନାଞ୍ଚଳରୁ ବାରମ୍ବାର କାଠ ଚୋରି ହେଉଥିଲା। ଏଥିରେ କେତେଜଣ ବନବିଭାଗ କର୍ମଚାରୀଙ୍କ ହାତ ରହିଥିବା ନେଇ ସ୍ଥାନୀୟ ଲୋକେ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri