ମହାସିଂହ ପଞ୍ଚାୟତରେ ୨୯ଲକ୍ଷ ଟଙ୍କା ଘୋଟାଲା

ଫୁଲବାଣୀ ଅଫିସ, ୫ା୩- କନ୍ଧମାଳ ଜିଲାକୁ ଦୁର୍ନୀତି ପିଛା ଛାଡୁନାହିଁ । ସବୁଠୁ ବଡକଥା ଦୁର୍ନୀତି ନେଇ ଅଭିଯୋଗ ଆସିଲାପରେ ତଦନ୍ତ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବାଲିଗୁଡା ବ୍ଲକରେ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଘଟଣା ପଦାକୁ ଆସିବା ପରେ କ.ନୂଆଗଁ। ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତରେ ୧୪ ଲକ୍ଷର ଦୁର୍ନୀତି ଲୋକାଲ ଅଡିଟ ପରେ ଏବେ କ.ନୂଆଗଁ। ବ୍ଲକର ମହାସିଙ୍ଗି ପଞ୍ଚାୟତରେ ପ୍ରାୟ ୨୯ ଲକ୍ଷ ଟଙ୍କାର ଦୁର୍ନୀତି ପଦାକୁ ଆସିଛି । ମିଥ୍ୟା ବିଲ୍‌ ମାଧ୍ୟମରେ ୨୯ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାଯାଇଛି ।
ମହାସିଙ୍ଗି ପଞ୍ଚାୟତରେ ୨୦୧୬-୧୭ ଓ ୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଓ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥକମିଶନ ପକ୍ଷରୁ ଆସିଥିବା ଟଙ୍କାରେ ଏହି ଜାଲିଆତି କରାଯାଇଛି । ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଟଙ୍କା ହଡ଼ପ ନେଇ ଲୋକାଲ ଅଡ଼ିଟ ଫଣ୍ଡରେ ପ୍ରକାଶ ପାଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଓ ସରପଞ୍ଚ ଏହି ମହା ଘୋଟାଲାରେ ସାମିଲ ଥିବା ନେଇ ଅଡ଼ିଟ୍‌ ରିପୋର୍ଟରେ ପ୍ରକାଶ ପାଇଛି। ବିଭିନ୍ନ ଚେକ ମାଧ୍ୟମରେ ଏହି ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଛି। ଯାହା ପଞ୍ଚାୟତ କ୍ୟାସ ବୁକ୍‌ରେ ଉଲ୍ଲେଖ ନାହିଁ। କ୍ୟାସ ବୁକରେ ଲେଖା ନ ହୋଇ କିପରି ଏହି ଟଙ୍କାଙ୍କୁ ଚେକ ମାଧ୍ୟମରେ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ୨୦୧୭-୧୮ରେ ସାଧାରଣ ବଣ୍ଟନ ଓ ବାର୍ଦ୍ଧକ୍ୟ ଭତ୍ତାର ଅଗ୍ରୀମ ଟଙ୍କା ନିର୍ବାହି ଅଧିକାରୀମାନେ ପାଖରେ ରଖି ପଞ୍ଚାୟତରୁ ବଦଳି ପରେ ମଧ୍ୟ ଉପରିସ୍ଥ ଅଧିକାରୀ କିମ୍ବା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରି ନାହାନ୍ତି । ଅର୍ଥ ଅତ୍ମସାତ କରା ଯାଇଥିବା ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି।
ଏନେଇ ଅଡ଼ିଟ ସୁପରିଟେଣ୍ଡେଣ୍ଟ ଜିଲାପାଳଙ୍କୁ ଅବଗତ କରିଛନ୍ତି। ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଧିକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ସମସ୍ତେ ଚାହିଁ ବସିଛନ୍ତି । ସେହିପରି ଗଞ୍ଜିବାଡ଼ି, କଞ୍ଜାମେଣ୍ଡି ପଞ୍ଚଚାୟତରେ ମଧ୍ୟ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି। ଏ ନେଇ ଜିଲା ପଞ୍ଚାୟତ ଅଧିକାରୀ(ଡିପିଓ) କିଶୋର ଚନ୍ଦ୍ର ପାଢୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଆମେ ଜିଲାପାଳଙ୍କୁ ଅବଗତ କରିଛୁ। ଜିଲାପାଳଙ୍କ ସ୍ବତନ୍ତ୍ର ଅଡ଼ିଟ ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକାଲପଟାସ୍‌ ଜଙ୍ଗଲରେ କୁଢ଼କୁଢ଼ ଅଳିଆ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟି ଆଢୁଆଳରେ ରହିଥିବାରୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ...

ସନ୍ଦେହ ଘେରରେ ଦାରିଙ୍ଗବାଡି ତାପମାପକ ଯନ୍ତ୍ର: ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦାରିଙ୍ଗବାଡି, ୧୧।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ଆଇଏମଡି ପକ୍ଷରୁ ରହିଥିବା ତାପମାପକ ଯନ୍ତ୍ର ତ୍ରୁଟି ରହିଥିବା ଗୋଟିଏ...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri