Posted inଖେଳ

ମହାଷ୍ଟମୀରେ ଦେଶବାସୀଙ୍କୁ ଉପହାର: ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କଲା ଭାରତ

ବିଶାଖାପାଟଣା,୬।୧୦: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ପରାସ୍ତ କରିଛି। ଦୁଇଟି ଇନିଂଶରେ ରୋହିତ ଶର୍ମାଙ୍କ ଶତକ ଏବଂ ଆର. ଅଶ୍ୱିନ୍‌, ମହମ୍ମଦ ସାମି, ରବିନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଭାରତ। ୩୯୫ ରନର ବିଜୟ ଲକ୍ଷକୁ ପିଛା କରି ଦକ୍ଷିଣ ଆଫ୍ରିକା ୧୯୧ ରନ୍‌ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତ ସିରିଜରେ ୧-୦ ଆଗୁଆ ରହିଛି। ଦମଦାର ବ୍ୟାଟିଂ ପାଇଁ ରୋହିତ ଶର୍ମାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ସିରିଜର ଦ୍ୱିତୀୟ ଟେଷ୍ଟ ୧୦ ଅକ୍ଟୋବରରୁ ପୁଣେ ଖେଳାଯିବ। ବିଶାଖପାଟଣାରେ ଚାଲିଥିବା ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଭାରତ ମୋଟ ୫୦୨ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ୪୩୧ ରନ କରି ଅଲଆଉଟ ହୋଇଥିଲା। ଏହାପରେ ଭାରତ ୭୧ ରନର ଅଗ୍ରଣୀ ରହି ଦ୍ୱିତୀୟ ପାଳି ୪ଟି ଉଇକେଟ ହରାଇ ୩୨୩ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା। ୩୯୫ ରନର ବିଜୟ ଲକ୍ଷକୁ ପିଛା କରି ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିବସରେ ଏକ ଉଇକେଟ ହରାଇ ୧୧ ରନ୍‌ ସଂଗ୍ରହ କରିଥିଲା। ପଞ୍ଚମ ଦିନ ଖେଳ ଆରମ୍ଭ ହେବା କ୍ଷଣି ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ୬୦ରନ ଭିତରେ ଦକ୍ଷିଣ ଆଫ୍ରିକାର ଅଧା ଟିମ୍‌ ଆଉଟ୍‌ ହୋଇଯାଇଥିଲେ। ସାମି ୫ଟି, ଜାଡେଜା ୪ଟି ଏବଂ ଅଶ୍ୱିନ ଗୋଟିଏ ଉଇକେଟ ନେଇ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମ୍‌ଆଇ ପାଇଁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୪ ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ)ସ ଜିତି ପ୍ରଥମେ ବୋଲିଂ...

ବିଶ୍ୱ ରେକର୍ଡଠାରୁ ୩୭ ରନ୍‌ ଦୂରରେ କୋହଲି

ମାଞ୍ଚେଷ୍ଟର,୨୬।୬- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଏକ ବିଶ୍ୱରେକର୍ଡର ଅଧିକାରୀ ହେବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସେ ଦ୍ରୁତତମ...

୨୦୫୩ ଦିନ ପରେ ଟପ୍‌-୧୦ରୁ ବାଦ୍‌ ପଡ଼ିଲେ କୋହଲି

ଲଣ୍ଡନ,୬।୭ : ଇଂଲଣ୍ଡ ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଭାରତର ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କୁ ବଡ଼ ଝଟ୍‌କା ଲାଗିଛି। ବୁଧବାର ଘୋଷିତ ସର୍ବଶେଷ...

ଇଣ୍ଡିଆନ୍‌ ସୁପର ଲିଗ୍‌: ବେଙ୍ଗାଲୁରୁଠାରୁ ହାରିଲା ଇଷ୍ଟ ବେଙ୍ଗଲ

ଭାସ୍କୋ,୩।୨(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଏଫ୍‌ସି ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। କ୍ୱାଲିଟି...

ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌: ହର୍ଷିତଙ୍କୁ ଟାଇଟଲ୍‌

ଭୁବନେଶ୍ୱର, ୨୫।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ସେକ୍ରେଟାରୀଏଟ ରିକ୍ରେସନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ୭...

ପ୍ରତ୍ୟେକ ସିରିଜ୍‌ ପରେ କିଟ୍‌ ବ୍ୟାଗ୍‌ ଦାନ ଦିଅନ୍ତି ଏହି ଖେଳାଳି, ଜାଣନ୍ତୁ କାହିଁକି

ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଷ୍ଟ୍ରେଲିଆ ଗସ୍ତରେ ପ୍ରମାଣ କରି ଦେଖାଇଛନ୍ତି ଯେ କିଛି ମ୍ୟାଚ ବିଫଳ ହେତୁ ଜଣେ ଖେଳାଳିଙ୍କ କ୍ୟାରିୟର ଶେଷ...

ବିରଳ ସଫଳତାର ଅଧିକାରୀ ହେବେ ଆକସ୍ମିକ ଅଧିନାୟକ ପେନ୍‌

ଲଣ୍ଡନ,୧୧।୯ (ଏଏଫ୍‌ପି)- ଆକସ୍ମିକ ଭାବେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ପାଇଥିବା ଟିମ୍‌ ପେନ୍‌ ଏବେ ଏକ ବିରଳ ସଫଳତାର ଅଧିକାର ହେବାକୁ ଯାଉଛନ୍ତି। ପୂର୍ବରୁ ଯାହା...

ମୋହାଲିର ରାଜା

ମୋହାଲି,୭।୩: ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏକ ଇନିଂସ ଏବଂ ୨୨୨ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ମ୍ୟାଚ୍‌ରେ ୧୭୫ ରନ୍‌ର...

Advertisement
Archives

Model This Week