ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ବା ମହାଶିବରାତ୍ରି ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ। ଏହାକୁ ସୁରକ୍ଷିତ ତଥା ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବୁଧବାର ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ, ମାଉସୀ ମା’ ପାର୍ଶ୍ୱରୁ ଆସୁଥିବା ଚାରିଚକିଆ ଗାଡ଼ିଗୁଡିକୁ ରଥ ରୋଡ୍‌କୁ ଛଡାଯିବ ନାହିଁ। ଉକ୍ତ ଗାଡ଼ିଗୁଡ଼ିକ ବିବେକାନନ୍ଦ ମାର୍ଗରେ ସାନାଟୋରିୟମ ଛକଦେଇ କଚରାପିଣ୍ଡି ପର୍ଯ୍ୟନ୍ତ ଯାଇ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପାର୍ଶ୍ୱରେ ପାର୍କିଂ କରିବେ। ଭିଆଇପି ଗାଡ଼ିଗୁଡିକ ରଥ ରୋଡ୍‌ରେ ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ପର୍ଯ୍ୟନ୍ତ ଯାଇ ତିନିମୁଣ୍ଡିଆ ଓ ବଢେଇବାଙ୍କ ଠାରେ ପାର୍କିଂ କରିବେ। ସେହିପରି ରବିଟକିଜ୍‌ ପଟରୁ ଆସୁଥିବା ସମସ୍ତ ଗାଡି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ସେଠାରେ ଚାରିଚକିଆ ଯାନଗୁଡିକ କେଦାର ଗୌରୀ ମନ୍ଦିର ରାସ୍ତାର ଉଭୟ ପାର୍ଶ୍ୱରେ ଓ ଦୁଇ ଚକିଆ ଯାନଗୁଡିକ କଚରାପିଣ୍ଡିରୁ କୋଟିତୀର୍ଥ ଗଳିରୁ ବାମକୁ ଯାଇ ଅନନ୍ତ ବାସୁଦେବ ମନ୍ଦିରର ରାସ୍ତା ପାର୍ଶ୍ୱରେ ପାର୍କିଂ କରିବେ। ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟରୁ ଆସୁଥିବା ସମସ୍ତ ଗାଡ଼ି ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଦେଇ ବିଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ପାର୍କିଂ କରିବେ। କେଉଟ ସାହି ପଟରୁ ଆସୁଥିବା ଗାଡିଗୁଡିକ କେଦାର ଗଳି ତାରିଣୀ ରିସର୍ଟ ଓ ସବ୍‌ଷ୍ଟେଶନ ଦେଇ ମାର୍କେଟ କମ୍ପ୍ଲେକ୍ସକୁ ଯିବେ। ଦକ୍ଷିଣ କାଳୀ ମନ୍ଦିର ରାସ୍ତା ଓ ତାରା ସୁନ୍ଦରୀ ରାସ୍ତା ପଟରୁ ଆସୁଥିବା ସମସ୍ତ ଗାଡିଗୁଡିକୁ ଏସଏମ୍‌ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡିଆରେ ପାର୍କିଂ କରିବେ। ପୁନାମା ଗେଟ୍‌ ପଟରୁ ଆସୁଥିବା ସମସ୍ତ ଚାରି ଚକିଆଗାଡିକୁ ରାମେଶ୍ୱର ପାଟଣା ଛକରୁ ବଢେଇବାଙ୍କ ଆଡକୁ ଛଡା ନ ଯାଇ ଆର୍‌ଆଇ କାର୍ଯ୍ୟାଳୟ ପଡିଆ ପାର୍କିଂ ସ୍ଥଳକୁ ଛଡ଼ାଯିବ।
ଅନ୍ୟପକ୍ଷରେ ରଥ୍‌ ରୋଡକୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନ ବଢେଇବାଙ୍କ ଦେଇ ଏସ୍‌ଏମ୍‌ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡିଆରେ ପାର୍କିଂ କରିବେ। ସମସ୍ତ ବସ ଗ୍ୟାରେଜ୍‌ ଛକରୁ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଛକଦେଇ ମାର୍କେଟ କମ୍ପ୍ଲେକ୍ସକୁ ଯାଇ ସେଠାରେ ପାର୍କିଂ କରିବେ। ତେବେ ବିନ୍ଦୁସାଗର ପଟରୁ ଭଜନ ମଣ୍ଡପ ଆଡକୁ କୌଣସି ଯାନ ଛଡାଯିବ ନାହିଁ। ହାଟ ସାହି ଛକରୁ ଭଜନ ମଣ୍ଡପ, ଭଜନ ମଣ୍ଡପଠାରୁ ବଢେଇବାଙ୍କ ଓ ସିଂହଦ୍ୱାରଠାରୁ ବିଦ୍ୟୁତ୍‌ ସବଷ୍ଟେଶନ ବ୍ଲକିଂ ସ୍ଥାନ ପର୍ଯ୍ୟନ୍ତ ରାସ୍ତାଗୁଡିକୁ ପଦଚାରୀ ଜୋନ୍‌ ହିସାବରେ ଘୋଷଣା କରାଯାଇଛି। କେବଳ ଭିଆଇପି ଗାଡିଗୁଡିକ ଉତ୍ତର ଦ୍ୱାର ସାମ୍ନାରେ ଥିବା ନିର୍ଦ୍ଧାରିତ ସ୍ଥାନରେ (ରଥ ଖଳା ଓ ବଢେଇବାଙ୍କ ମଧ୍ୟରେ) ପାର୍କିଂ କରିବେ। ଏହି ବିଜ୍ଞପ୍ତି ଆସନ୍ତା ୨୧ତାରିଖ ସକାଳ ୨ଟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ତଥା ଜନସମାଗମ ଅପସାରିତ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri