Posted inଜାତୀୟ

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ଏନ୍‌ସିପିକୁ ମିଳିଲା ଅର୍ଥ ଓ ଗୃହ

ମୁମ୍ବାଇ,୫।୧ପି.ଟି.): ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି। ଏହି ତାଲିକା ଶନିବାର ସନ୍ଧ୍ୟାରେ ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କ ନିକଟକୁ ପଠାଯାଇଥିବା ଏନ୍‌ସିପି ନେତା ତଥା ମନ୍ତ୍ରୀ ଜୟନ୍ତ ପାଟିଲ ପ୍ରକାଶ କରିଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧଭାବେ ଘୋଷଣା କରାଯିବ। ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନରେ ବିଳମ୍ବ ଯୋଗୁ ମହାରାଷ୍ଟ୍ର ସରକାରଙ୍କୁ ଭାଜପା ପକ୍ଷରୁ ସମାଲୋଚନା କରାଯାଉଥିଲା। ମିଳିଥିବା ସୂଚନା ଅନୁଯାୟୀ ଏନ୍‌ସିପି ନେତା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିବାକୁ ଥିବାବେଳେ ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରଣାଳୟ ମିଳବ ବୋଲି ଜଣାପଡିଛି। ଶିବସେନା ମୁଖ୍ୟମନ୍ତ୍ରୀ ପଦ ସହ ନଗର ଉନ୍ନୟନ ମନ୍ତ୍ରଣାଳୟ ରଖିଛି। ଆଦିତ୍ୟ ଠାକ୍‌ରେଙ୍କୁ ପରିବେଶ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିଛି। କଂଗ୍ରେସକୁ ରାଜସ୍ବ, ପୂର୍ତ୍ତ ଓ ଶକ୍ତି ମନ୍ତ୍ରଣାଳୟ ମିଳିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କେତେକ ନୂଆ ବିଭାଗ କଥା ଚିନ୍ତା କରିଥିବାରୁ ଏଥିଲାଗି ବିଳମ୍ବ ହେଉଥିବା ଏନ୍‌ସିପି ନେତା ନଓ୍ବାବ ମଲିକ ପ୍ରକାଶ କରିଛନ୍ତି। ସୋମବାର ସୁଦ୍ଧା ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ପ୍ରକ୍ରିୟା ଶେଷ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଠି ବଳଦ ନୁହେଁ ମଣିଷ କରୁଛନ୍ତି ହଳ

ଝାବୁଆ,୨୮।୭: ମଧ୍ୟପ୍ରଦେଶର ଝାବୁଆ ଜିଲା ଉମରକୋଟ ଗ୍ରାମରେ ରହୁଥିବା ଆଦିବାସୀ ଆଜିବି ବଳଦ ବଦଳରେ ମହିଳାଙ୍କୁ ହଳ କାମରେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି। ଏଠାରେ...

ଟୁଇଟରରେ ଛାଇଲେ ମୋଦି: ବିଶ୍ୱର ଟପ୍‌ ୨ ଟ୍ରେଣ୍ଡିଂ ଟପିକ୍‌ରେ ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ,୧୭।୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୬୯ତମ ଜନ୍ମଦିନ ମଙ୍ଗଳବାର ପାଳନ କରୁଛନ୍ତି। ମୋଦିଙ୍କ ଜନ୍ମଦିନ ଅବସରରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି...

କରୋନାକୁ ନେଇ କେନ୍ଦ୍ର ସତର୍କ: ୟୁପି, ପଞ୍ଜାବ, ହିମାଚଳରେ ନିଯୁକ୍ତ ହେବେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୨୨ ।୧୧: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଯେଉଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି...

ଚମ୍ବଲରୁ ୬ଟି ରାଜ୍ୟକୁ ସପ୍ଲାଏ ହେଉଥିଲା ସିନ୍ଥେଟିକ୍‌ କ୍ଷୀର: ୫୭ ଗିରଫ

ଭୋପାଳ,୨୦।୭: ମଧ୍ୟପ୍ରଦେଶ ଗ୍ବାଲିୟର-ଚମ୍ବଲ ଅଞ୍ଚଳରେ ଚାଲିଥିବା ୩ଟି ସିନ୍ଥେଟିକ୍‌ କ୍ଷୀର କାରଖାନା ଉପରେ ପୋଲିସ ଚଢ଼ାଉ କରିଛି। ଏନେଇ ୫୭ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ...

ନିର୍ଭୟା ମାମଲା: କାନ୍ଥରେ ମୁଣ୍ଡ ବାଡେଇ ଆହତ ହେଲେ ବିନୟ

ନୂଆଦିଲ୍ଲୀ,୨୦।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ନିଜେ ରହୁଥିବା ସେଲ୍‌ର କାନ୍ଥରେ ମୁଣ୍ଡ ବାଡେଇ ନିଜକୁ ଆହତ କରିଥିବା ସୂଚନା ମିଳିଛି।...

ମେ୨୫ରୁ ଆରମ୍ଭ ହେବ ଘରୋଇ ବିମାନ ସେବା

ନୂଆଦିଲ୍ଲୀ,୨୦।୫: କରୋନା ଲକ୍‌ଡାଉନ ଯୋଗୁ ସାରା ଦେଶରେ ଘରୋଇ ବିମାନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ଏଥିଯୋଗୁ କେତେକ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।...

ଏକ କୋଟି କରୋନା ଟେଷ୍ଟ କରାଇବାରେ ଭାରତର ପ୍ରଥମ ରାଜ୍ୟ ହେଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ, ୩୦।୯: ସାରା ଦେଶରେ କରୋନା ଏହାର କାୟା ମେଲାଇ ସାରିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୬୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ...

ବୈବାହିକ ବଳାତ୍କାର ବିରୋଧରେ ଆଇନ ଆଣିବାକୁ ଆବେଦନ: ହସ୍ତକ୍ଷେପ ଲାଗି ସୁପ୍ରିମକୋର୍ଟ ମନାକଲେ

ନୂଆଦିଲ୍ଲୀ,୨ା୭: ସ୍ତ୍ରୀଙ୍କ ଇଚ୍ଛା ବିରୋଧରେ ଯୌନସମ୍ପର୍କ ରଖିବା (ବୈବାହିକ ବଳାତ୍କାର)କୁ ଛାଡ଼ପତ୍ରର କାରଣ ଭାବେ ଗ୍ରହଣ କରିବା ଲାଗି ଆଇନ ଆଣିବା ଏବଂ ଏଭଳି ଘଟଣାରେ...

Advertisement


Archives

Model This Week